Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

April 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ଗସ୍ତ କରିବେ। ସେ ମଧୁବଣୀ ଯାତ୍ରା କରିବେ ଏବଂ ପ୍ରାୟ ୧୧:୪୫ ସମୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ୧୩,୪୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ବିହାରର ମଧୁବଣୀରେ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତଗୁଡିକୁ ସ୍ୱୀକୃତି ଏବଂ ପ୍ରୋତ୍ସାହନ ଦେଇ ଜାତୀୟ ପଞ୍ଚାୟତ ପୁରସ୍କାର ମଧ୍ୟ ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀ ବିହାରର ଗୋପାଳଗଞ୍ଜ ଜିଲ୍ଲାର ହାଥୁଆଠାରେ ପ୍ରାୟ ୩୪୦ କୋଟି ଟଙ୍କାର ରେଳ ଅନଲୋଡିଂ ସୁବିଧା ବିଶିଷ୍ଟ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିବେ । ଏହା ଯୋଗାଣ ଶୃଙ୍ଖଳାକୁ ସୁଗମ କରିବ ଏବଂ ମାତ୍ରାଧିକ ଏଲ୍‌ପିଜି ପରିବହନର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ।

ଏହି କ୍ଷେତ୍ରରେ ବିଦ୍ୟୁତ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ବିହାରରେ ବିଦ୍ୟୁତ କ୍ଷେତ୍ରରେ ବିତରଣ କ୍ଷେତ୍ର ଯୋଜନାର ନବୀକରଣ ଅଧୀନରେ ୧,୧୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫,୦୩୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ।

ଦେଶବ୍ୟାପୀ ରେଳ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସହରସା ଏବଂ ମୁମ୍ବାଇ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ, ଜୟନଗର ଏବଂ ପାଟନା ମଧ୍ୟରେ ନମୋ ଭାରତ ରାପିଡ ରେଳ, ପିପ୍‌ରା ଏବଂ ସହରସା ଏବଂ ସହରସା ଏବଂ ସମସ୍ତିପୁର ମଧ୍ୟରେ ଟ୍ରେନକୁ ପତକା ଦେଖାଇ ଶୁଭାରମ୍ଭ କରିବେ। ସେ ଛାପ୍‌ରା ଏବଂ ବଗାହାଠାରେ ସୁପୌଲ ପିପ୍‌ରା ରେଳ ଲାଇନ୍‌, ହସନ୍‌ପୁର ବିଥାନ ରେଳ ଲାଇନ୍ ଏବଂ ଦୁଇଟି ୨-ଲେନ୍ ରେଳ ଓଭର୍ ବ୍ରିଜ ମଧ୍ୟରେ ଉଦ୍‌ଘାଟନ କରିବେ। ସେ ଖଗାରିଆ-ଅଲୌଲି ରେଳ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପଗୁଡିକ ସଂଯୋଗୀକରଣକୁ ଉନ୍ନତ କରିବା ସହ ଉକ୍ତ ଅଞ୍ଚଳର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ତ୍ୱରାନ୍ୱିତ କରିବ।

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍‌ଆର୍‌ଏଲ୍‌ଏମ୍‌) ଅଧୀନରେ ପ୍ରଧାନମନ୍ତ୍ରୀ ବିହାରର ୨ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ପ୍ରଦାୟ ନିବେଶ ପାଣ୍ଠି ଅଧୀନରେ ପ୍ରାୟ ୯୩୦ କୋଟି ଟଙ୍କାର ଲାଭ ବଣ୍ଟନ କରିବେ।

ପ୍ରଧାନମନ୍ତ୍ରୀ ପିଏମ୍‌ଏୱାଇ-ଗ୍ରାମୀଣର ୧୫ ଲକ୍ଷ ନୂତନ ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରିବେ ଏବଂ ଦେଶବ୍ୟାପୀ ୧୦ ଲକ୍ଷ ପିଏମ୍‌ଏୱାଇ-ଜି ହିତାଧିକାରୀଙ୍କୁ କିସ୍ତି ପ୍ରଦାନ କରିବେ। ସେ ବିହାରରେ ୧ ଲକ୍ଷ ପିଏମ୍‌ଏୱାଇ-ଜି ଏବଂ ୫୪,୦୦୦ ପିଏମ୍‌ଏୱାଇ-ୟୁ ଘରର ଗୃହ ପ୍ରବେଶ ଅବସରରେ କିଛି ହିତାଧିକାରୀଙ୍କୁ ଚାବି ପ୍ରଦାନ କରିବେ।

ନରେନ୍ଦ୍ର ମୋଦୀ ବିହାର ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026

ଆଜି ମାର୍ଚ୍ଚ ୨୮ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 28, 2026

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026
Latest News

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026

ଆଜି ମାର୍ଚ୍ଚ ୨୮ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 28, 2026

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.