
ଖୋର୍ଦ୍ଧା/ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘ ପକ୍ଷରୁ ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣ ରେ ପ୍ରାଣ ହରାଇ ଥିବା ମୃତକ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ପାଇଁ ଶୋକପ୍ରସ୍ତାବ ଗ୍ରହଣ କରାଯିବା ସହିତ ଏହି ଘଟଣାର ସଂପୃକ୍ତ ଦେଶ, ସଂଗଠନ ଓ ଉଗ୍ରପନ୍ଥୀ ସଂଗଠନ ଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢତ୍ତର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ଏହି ଘଟଣା ଭାରତର ପ୍ରତ୍ୟେକ ନାଗରିକଙ୍କ ଉପରେ ଏକ ଗଭୀର ଆଘାତ ସୃଷ୍ଟି କରିବା ସହିତ ସମସ୍ତଙ୍କୁ ମର୍ମାହତ କରିଅଛି। ଆତଙ୍କବାଦୀ ଓ ତାଙ୍କ ସହଯୋଗୀଙ୍କର ଏଭଳି ଅମାନୁଷିକ ଓ ବର୍ବରଚିତ କାର୍ଯ୍ୟକୁ ସମ୍ପୂର୍ଣ ରୂପେ ପ୍ରତିହିତ କରିବାପାଇଁ ଭାରତ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ସଂଘ। ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ଏହି ଘଟଣାର କିଭଳି ପୁନରାବୃଦ୍ଧି ନଘଟିବ ସେଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ନିଆଯିବା ର ଆବଶ୍ୟକତାକୁ ବାଣପୁର ଓକିଲ ସଂଘ ଉପଲବ୍ଧି କରିଛି।
ଆଜିର ଏହି ସଭା ଓକିଲ ସଂଘ ସଂପାଦକ ଜଗଦୀଶ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେଇଥିଲା ଏବଂ ଏହି ସଭାରେ ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକ, ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ କୁମାର ମହାପାତ୍ର, ଭି. କାମେଶ୍ୱର ଆଚାରୀ, ବରିଷ୍ଠ ଆଇନଜୀବୀ ଶ୍ୟାମ ସୁନ୍ଦର ମିଶ୍ର, ଜଳଧର ପ୍ରଧାନ, ସନ୍ଦୀପ କୁମାର ମହାପାତ୍ର, ବିନୋଦ ସ୍ୱାଇଁ, ଦେବବ୍ରତ ବଡ଼ଜେନା, ପ୍ରଦୀପ୍ତ ପ୍ରଧାନ, ପ୍ରଦୀପ ସ୍ୱାଇଁ, ଶାନ୍ତନୁ ମହାପାତ୍ର, ସୁଦର୍ଶନ ଜାଲି, ସୀତାରାମ ଅଗ୍ରୱାଲ, ଅନିଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।