
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ଉପରେ କଡା ପଦକ୍ଷେପ ନେଇଛି। ଏହା ସହିତ ନିରୀହ ଲୋକମାନଙ୍କୁ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଭାରତୀୟ ସେନା ଅପରେସନ ଜୋରଦାର କରିଛି। ଏହି ସମୟରେ ପୋଲିସ, ୧୩ ଆରଆର ଏବଂ ୩ ବାଟାଲିୟନ CRPF ର ମିଳିତ ଅପରେସନରେ ଆତଙ୍କବାଦୀଙ୍କ ତିନି ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନେ ଖସିଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେମାନଙ୍କୁ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ସହିତ ଗିରଫ କରିଛି।