Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁଚର୍ଚ୍ଚିତ ବାଣପୁର ପ୍ରଶାନ୍ତ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କଲେ ଖୋର୍ଦ୍ଧା କୋର୍ଟ
ଆଜିର ଖବର

ବହୁଚର୍ଚ୍ଚିତ ବାଣପୁର ପ୍ରଶାନ୍ତ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କଲେ ଖୋର୍ଦ୍ଧା କୋର୍ଟ

April 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫାଶୀଦଣ୍ଡ
ଚର୍ଚ୍ଚିତ ରାମଗୋପାଳ ମିଶ୍ର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ଫାଶୀଦଣ୍ଡ

ଖୋର୍ଦ୍ଧା: ବହୁଚର୍ଚ୍ଚିତ ବାଣପୁର ପ୍ରଶାନ୍ତ ହତ୍ୟାକାଣ୍ଡ ମାମଲାର ରାୟ ଖୋର୍ଦ୍ଧା ଏଡିଜେ-୧ ଙ୍କ କୋର୍ଟରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ରଞ୍ଜୁଲତା ଲେଙ୍କା ବାଣପୁର ଥାନା ହଳନ୍ଦା ଗ୍ରାମର ଚାରି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ମାନେ ଉକ୍ତ ଗ୍ରାମର ଆଶିଷ କୁମାର ବିଶ୍ବାଳ, ମାନସ ପାତ୍ର, ସନାତନ ବିଶ୍ବାଳ, ଆଲୋକ ବିଶ୍ବାଳ।

୨୦୧୪ ମସିହା ଅକ୍ଟୋବର ୨୨ତାରିଖରେ କଂକ୍ରିଟ୍‌ ରାସ୍ତାର ଠିକାଦାରୀକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିଲା। ପ୍ରଶାନ୍ତ ବିଶୋୟୀ ଓରଫ୍‌ ବୋତଲ ଯାହାଙ୍କ ଦାଣ୍ଡରେ ଠିକାଦାରଙ୍କୁ ବୋମାମାଡ଼ କରି ହତ୍ୟାକୁ ନେଇ ଗ୍ରାମର ଶ୍ରୀନିବାସ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଆଶିଷ କୁମାର ବିଶ୍ବାଳ, ମାନସ ପାତ୍ର, ସନାତନ ପାତ୍ର ଓ ଆଲୋକ ପାତ୍ର ଆଦିଙ୍କ ସହିତ ବାଦ ବିବାଦ ମୁଣ୍ଡ ଟେକିଥିଲl l ହତ୍ୟାକାଣ୍ଡ ଦିନ ରାତି ପ୍ରାୟ ୮ଟାରେ ଉପରୋକ୍ତ ଅଭିଯୁକ୍ତମାନେ ଖଣ୍ଡା, ଭୂଜାଲି, ବୋମା ଆଦି ମାରଣାସ୍ତ୍ର ଧରି ପ୍ରଶାନ୍ତଙ୍କ ଘର ନିକଟ କୁ କୁ ଆସିଥିଲେ।

ପ୍ରଶାନ୍ତଙ୍କ ଘର ବାରଣ୍ଡାରେ ତାଙ୍କ ମା’ ସରଜୁ ଓରଫ୍‌ କନ୍ଧୁଣୀ ବିଶୋୟୀ ଓ ନାତୁଣୀ ଉମି ପ୍ରଧାନ ଉପସ୍ଥିତ ଥିଲେ। ସରଜୁଙ୍କୁ ଅଭିଯୁକ୍ତମାନେ ଗାଳିଗୁଲଜ କରି ମାରି ଦେବାକୁ କେବଳ ଧମକ ଦେଇଥିଲେ। ପରେ ବୋମା ଫିଙ୍ଗିଥିଲେ। ସରଜୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ଓ ନାତୁଣୀ ବି ଆହତ ହୋଇଥିଲେ। ଏହି ସମୟରେ ପ୍ରଶାନ୍ତ ପହଂଚିବାରୁ ଉତେଜନା ଆହୁରି ବଢିଥିଲା। ପ୍ରଶାନ୍ତଙ୍କୁ ଲକ୍ଷ୍ୟ କରି ଅଭିଯୁକ୍ତମାନେ ଆଉ ଏକ ବୋମାମାଡ଼ କରିଥିଲେ। ଘଟଣାରେ ପ୍ରଶାନ୍ତ ଗୁରୁତର ହୋଇଥିଲେ। ଅଭିଯୁକ୍ତମାନେ କ୍ଷତାକ୍ତ ପ୍ରଶାନ୍ତଙ୍କୁ ପୁଣି ଆଘାତ କରିଥିଲେ। ଯେଉଁଥିପାଇଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଶାନ୍ତଙ୍କ ମା’ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏତଲା କ୍ରମେ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି ଏଡିଜେ-୧ଙ୍କ କୋର୍ଟରେ ଚାଲିଥିଲା। ମାମଲାର ରାୟ ଆସିବା ପ୍ରାୟ ବର୍ଷେ/ଦେଢ଼ ବର୍ଷ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ଶ୍ରୀନିବାସ ବିଶ୍ବାଳ ଓ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କର ମୃତ୍ୟୁ ହୋଇ ସାରିଛି।

ଅନ୍ୟ ଉପରୋକ୍ତ ଚାରି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ସରକାରୀ ଓକିଲ ସଲିଳ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ଆଜୀବନ କାରାଦଣ୍ଡ ଖୋର୍ଦ୍ଧା କୋର୍ଟ ବାଣପୁର ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026
Latest News

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.