Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁଚର୍ଚ୍ଚିତ ବାଣପୁର ପ୍ରଶାନ୍ତ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କଲେ ଖୋର୍ଦ୍ଧା କୋର୍ଟ
ଆଜିର ଖବର

ବହୁଚର୍ଚ୍ଚିତ ବାଣପୁର ପ୍ରଶାନ୍ତ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କଲେ ଖୋର୍ଦ୍ଧା କୋର୍ଟ

April 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବହୁଚର୍ଚ୍ଚିତ ବାଣପୁର ପ୍ରଶାନ୍ତ ହତ୍ୟାକାଣ୍ଡ ମାମଲାର ରାୟ ଖୋର୍ଦ୍ଧା ଏଡିଜେ-୧ ଙ୍କ କୋର୍ଟରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ରଞ୍ଜୁଲତା ଲେଙ୍କା ବାଣପୁର ଥାନା ହଳନ୍ଦା ଗ୍ରାମର ଚାରି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ମାନେ ଉକ୍ତ ଗ୍ରାମର ଆଶିଷ କୁମାର ବିଶ୍ବାଳ, ମାନସ ପାତ୍ର, ସନାତନ ବିଶ୍ବାଳ, ଆଲୋକ ବିଶ୍ବାଳ।

୨୦୧୪ ମସିହା ଅକ୍ଟୋବର ୨୨ତାରିଖରେ କଂକ୍ରିଟ୍‌ ରାସ୍ତାର ଠିକାଦାରୀକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିଲା। ପ୍ରଶାନ୍ତ ବିଶୋୟୀ ଓରଫ୍‌ ବୋତଲ ଯାହାଙ୍କ ଦାଣ୍ଡରେ ଠିକାଦାରଙ୍କୁ ବୋମାମାଡ଼ କରି ହତ୍ୟାକୁ ନେଇ ଗ୍ରାମର ଶ୍ରୀନିବାସ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଆଶିଷ କୁମାର ବିଶ୍ବାଳ, ମାନସ ପାତ୍ର, ସନାତନ ପାତ୍ର ଓ ଆଲୋକ ପାତ୍ର ଆଦିଙ୍କ ସହିତ ବାଦ ବିବାଦ ମୁଣ୍ଡ ଟେକିଥିଲl l ହତ୍ୟାକାଣ୍ଡ ଦିନ ରାତି ପ୍ରାୟ ୮ଟାରେ ଉପରୋକ୍ତ ଅଭିଯୁକ୍ତମାନେ ଖଣ୍ଡା, ଭୂଜାଲି, ବୋମା ଆଦି ମାରଣାସ୍ତ୍ର ଧରି ପ୍ରଶାନ୍ତଙ୍କ ଘର ନିକଟ କୁ କୁ ଆସିଥିଲେ।

ପ୍ରଶାନ୍ତଙ୍କ ଘର ବାରଣ୍ଡାରେ ତାଙ୍କ ମା’ ସରଜୁ ଓରଫ୍‌ କନ୍ଧୁଣୀ ବିଶୋୟୀ ଓ ନାତୁଣୀ ଉମି ପ୍ରଧାନ ଉପସ୍ଥିତ ଥିଲେ। ସରଜୁଙ୍କୁ ଅଭିଯୁକ୍ତମାନେ ଗାଳିଗୁଲଜ କରି ମାରି ଦେବାକୁ କେବଳ ଧମକ ଦେଇଥିଲେ। ପରେ ବୋମା ଫିଙ୍ଗିଥିଲେ। ସରଜୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ଓ ନାତୁଣୀ ବି ଆହତ ହୋଇଥିଲେ। ଏହି ସମୟରେ ପ୍ରଶାନ୍ତ ପହଂଚିବାରୁ ଉତେଜନା ଆହୁରି ବଢିଥିଲା। ପ୍ରଶାନ୍ତଙ୍କୁ ଲକ୍ଷ୍ୟ କରି ଅଭିଯୁକ୍ତମାନେ ଆଉ ଏକ ବୋମାମାଡ଼ କରିଥିଲେ। ଘଟଣାରେ ପ୍ରଶାନ୍ତ ଗୁରୁତର ହୋଇଥିଲେ। ଅଭିଯୁକ୍ତମାନେ କ୍ଷତାକ୍ତ ପ୍ରଶାନ୍ତଙ୍କୁ ପୁଣି ଆଘାତ କରିଥିଲେ। ଯେଉଁଥିପାଇଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଶାନ୍ତଙ୍କ ମା’ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏତଲା କ୍ରମେ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି ଏଡିଜେ-୧ଙ୍କ କୋର୍ଟରେ ଚାଲିଥିଲା। ମାମଲାର ରାୟ ଆସିବା ପ୍ରାୟ ବର୍ଷେ/ଦେଢ଼ ବର୍ଷ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ଶ୍ରୀନିବାସ ବିଶ୍ବାଳ ଓ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କର ମୃତ୍ୟୁ ହୋଇ ସାରିଛି।

ଅନ୍ୟ ଉପରୋକ୍ତ ଚାରି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ସରକାରୀ ଓକିଲ ସଲିଳ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ଆଜୀବନ କାରାଦଣ୍ଡ ଖୋର୍ଦ୍ଧା କୋର୍ଟ ବାଣପୁର ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ସିଇଆରଟି ଅଷ୍ଟମ ଶ୍ରେଣୀ ଦ୍ୱିତୀୟ ଖଣ୍ଡରେ ପାଇକବିଦ୍ରୋହର ବିସ୍ତୃତ ଅଧ୍ୟାୟ

July 23, 2025

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025

ଖଣ୍ଡା ଚୋଟରେ ପରିବା ବ୍ୟବସାୟୀ ଗୁରୁତର

July 23, 2025

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025
Latest News

ଏନ୍‌ସିଇଆରଟି ଅଷ୍ଟମ ଶ୍ରେଣୀ ଦ୍ୱିତୀୟ ଖଣ୍ଡରେ ପାଇକବିଦ୍ରୋହର ବିସ୍ତୃତ ଅଧ୍ୟାୟ

July 23, 2025

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025

ଖଣ୍ଡା ଚୋଟରେ ପରିବା ବ୍ୟବସାୟୀ ଗୁରୁତର

July 23, 2025

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.