Categories
ଅପରାଧ ଆଜିର ଖବର

ବାଣପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ, ଦୁଇ ଭାଇଙ୍କୁ କାତିରେ ହାଣିଲା ମାତାଲ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ ମଦ୍ୟପାନ କରି ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ଘର ଭିତରକୁ ପଶି ଆସିଥିଲେ।

ପ୍ରଥମେ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁ ଲୁହାଣ କରିବା ପରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଞ୍ଚିବାରୁ ରବୀନ୍ଦ୍ରଙ୍କର ବେକକୁ ଲକ୍ଷକରି କାତିରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ବର୍ଗ ଉଭୟଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।

ସାନଭାଇ ଶ୍ୟାମ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାତ ହେଉଛନ୍ତି କ୍ଷ ପ୍ରକାଶ ଥାଉକି ମୃତକ ରବି ନାୟକ ଆଇପିଓ ଭାବରେ ବାଣପୁର ବ୍ଲକରେ ବହୁଦିନ ଧରି କାର‌୍ୟ୍ୟରତ ଥାଇ ଅବସର ଗ୍ରହଣ କରିଥିଲେ।

ମଦ ପାଇଁ ଜଣଙ୍କର ହତ୍ୟା ହୋଇଥିବାରୁ ବାଣପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଲା ମୋବାଇଲ, ରିମାଣ୍ଡ ଶେଷ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାଙ୍କୁ ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ଆଜି ପ୍ରଥମ ଦିନରେ ତଦନ୍ତ ଶେଷକରି ରିମାଣ୍ଡ ଅବଧି ସରିବା ପୁର୍ବରୁ କୋର୍ଟରେ ହାଜର କରିଥିବାର ଜଣାପଡିଛି।

ଆଜି ପୂର୍ବାହ୍ନରେ ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି ଓ ଟିମ ଅଭିଯୁକ୍ତ କାନ୍ହାଙ୍କୁ କ୍ରାଇମ ସିନ ରିକ୍ରିଏସନ ପାଇଁ ତାଙ୍କ ବଡ଼ହନ୍ତୁଆଡ଼ ସ୍ଥିତ ଭଡ଼ା ଘରକୁ ନେଇଥିଲେ। ସେଠାରେ ଅଭିଯୁକ୍ତ ଡେମୋ ଦେଖାଇବା ସହ ମୃତ ଆଶୁତୋଷଙ୍କ ମୋବାଇଲ ଫୋନ ନିଜ ଭଡ଼ା ଘର ବାରିପଟ କୂଅରେ ପକାଇଥିବାର କହିଥିଲା।

ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ଉକ୍ତ ସ୍ଥାନରେ ପହଞ୍ଚି କୂପ କୁ ଶୁଖାଇଥିଲେ ଏବଂ ତନ୍ମଧ୍ୟରୁ ଏକ ଓପୋ ମୋବାଇଲ ମିଳିଥିଲା ଯାହାକି ମୃତ ଆଶୁତୋଷଙ୍କ ବୋଲି ତାଙ୍କ ପିତା ଚି଼ହ୍ନଟ କରିଥିଲେ। ଅଭିଯୁକ୍ତ କାନ୍ହା ଆଶୁତୋଷ ଙ୍କୁ ମାରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କ ମୋବଇଲ କୁ କୂପରେ ଫୋପାଡିଦେଇଥିବା କହିଥିଲେ।

ତେବେ ପାଣି ମଧ୍ୟରେ 3 ଦିନ ଧରି ଫୋନଟି ଥିବାରୁ ଏହା ସୁଇଚ ଅନ ହୋଇ ପାରିନାହିଁ। ଏଥି ନିମନ୍ତେ ଉକ୍ତ ମୋବାଇଲ ରୁ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ଫରେନସିକ ଲ୍ୟାବ କୁ ପଠାଯାଇଛି।

ଖୋର୍ଦ୍ଧା ଏସପିଙ୍କ ଉକ୍ତ ଘଟଣା ଉପରେ ତୀକ୍ଷ୍ଣ ନଜର ଥିବା ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ରିପୋର୍ଟ କିପରି ଜଲଦି ଆସିବ ସେ ନେଇ ଏସପି ଫରେନସିକ ଲ୍ୟାବକୁ ଆଉ ଏକ ତ୍ୱରିତ ଚିଠି କରିଥିବାର କହିଛନ୍ତି ଶ୍ରୀ ବାରିକ। ତେବେ ଉକ୍ତ ହତ୍ୟାକାଣ୍ଡ ର ମୁଖ୍ୟ ପ୍ରମାଣ ଉକ୍ତ ମୋବାଇଲ ଫୋନ ହୋଇଥିବାରୁ ଏହାକୁ ଗୁରୁତ୍ୱ ଦେଇଛି ପୋଲିସ।

ଅଭିଯୁକ୍ତ କାହ୍ନାଙ୍କ କଥାବାର୍ତ୍ତା ଓ ସମୟରେ ତାଳମେଳ ରହୁନଥିବାରୁ ମୋବାଇଲ ମଧ୍ୟରୁ ଡାଟା ରିକଭରି ହେଲେ ପୋଲିସ କ୍ଷିପ୍ର ଗତିରେ ତଦନ୍ତ କୁ ଆଗକୁ ନେବ। ଯେହେତୁ ମୋବଇଲ ଉପରେ ବର୍ତ୍ତମାନ ଅଧିକ ତଦନ୍ତ ନିର୍ଭର କରୁଛି, ସେଥିଲାଗି ମୋବାଇଲ ମିଳିଗଲା ପରେ ପୋଲିସ ରିମାଣ୍ଡ ଅବଧି ଶେଷ ହେବା ପୁର୍ବରୁ ଅଭିଯୁକ୍ତ କାହ୍ନାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ କାହ୍ନାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ବାଣପୁର ଘଟିଯାଇଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ବାଣପୁର ପୋଲିସ । ସୂଚନା ଥାଉକି ଆଶୁତୋଷ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଆଶୀର୍ବାଦଙ୍କୁ ଗତକାଲି ଅପରାହ୍ନ ୩ ଘଟିକାରେ ବାଣପୁର କୋର୍ଟରେ ହଜାର କରିଥିଲା ପୋଲିସ ।

ତେବେ ଉକ୍ତ ହତ୍ୟାକାଣ୍ଡକୁ ଆଶୀର୍ବାଦ ଏକାକୀ କରିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଥଲେ ସୁଦ୍ଧା ଉକ୍ତ ଘଟଣାରେ ଅନେକ ରହସ୍ୟ ଅଛି ଯାହାକି ଏଯାବତ ପୋଲିସ ଜାଣିପାରିନାହିଁ । ହତ୍ୟାକାଣ୍ଡ ରେ ଆଉ କେହି ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସମ୍ପୃକ୍ତ ଥିଲେ କି, କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଛି, ଅଭିଯୁକ୍ତ ମୃତକଙ୍କ ପରିବାରକୁ କଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲେ, ଏହା ପଛରେ ତଦନ୍ତ ଦିଗ ପରିବର୍ତନ ପାଇଁ ନା କୌଣସି ରାକେଟ ଅଛି ଏପରି ଏକାଧିକ ବିଷୟ ଜାଣିବା ପାଇଁ ପୋଲିସ ଅଦାଲତକୁ ଅଭିଯୁକ୍ତ ଆଶୀର୍ବାଦଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ।

ଆଶୀର୍ବାଦଙ୍କୁ ୨୮ ତାରିଖ ଅପରାହ୍ନ ୫ ଘଟିକାରେ ଅଦାଲତ ସମ୍ମୁଖରେ ହଜାର କରିବା ପାଇଁ ପୋଲିସକୁ ନିର୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର କୋର୍ଟରେ ଜିଆର କେସ ନମ୍ବର ୫୮/୨୩ ରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଆଇପିସି ଦଫା ୨୦୧,୩୦୨,୩୬୪,୩୬୪(କ) ଆଦି ଲାଗିଥିବାର ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଚାଞ୍ଚଲ୍ୟ ହତ୍ୟାକାଣ୍ଡର କଣ ଥିଲା କାରଣ, କାହିଁକି ମାରିଲା କାହ୍ନା ??

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବାଣପୁର କଲେଜର ଯୁକ୍ତ ଦୁଇ ଛାତ୍ର ଆଶୁତୋଷ ମହାପାତ୍ରଙ୍କୁ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନା ଅପହରଣ ପରେ ତଣ୍ଟିଚିପି ହତ୍ୟା କରି କୂଅରେ ଫୋପାଡି ଦେଇଥିଲା। ପୋଲିସ କୂଅରୁ ଶବ ଉଦ୍ଧାର କରିବାପରେ ଅଭିଯୁକ୍ତ କାହ୍ନାଙ୍କୁ ଗିରଫ କରିଛି।

ତେବେ ଆଶୀର୍ବାଦ ଓରଫ କାହ୍ନା କଣ ପାଇଁ ଆଶୁତୋଷ ଙ୍କ ହତ୍ୟା କଲେ ତାହା ବିଷୟରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଶ୍ରୀ ବାରିକଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ହତ୍ୟାର ଦୁଇଟି କାରଣ ରହିଛି। ପ୍ରଥମ ହେଉଛି ପ୍ରତିଶୋଧ ଏବଂ ଦ୍ଵିତୀୟ ହେଉଛି ଟଙ୍କା।

ଆଶୀର୍ବାଦଙ୍କ କୌଣସି ଏକ ଦୁର୍ବଳ ମୁହୂର୍ତ୍ତ ର ପ୍ରମାଣ ଆଶୁତୋଷଙ୍କ ପାଖେ ପୁର୍ବରୁ ଥିଲା। ଫଳରେ ସେ ସଦାବେଳେ ଆଶୀର୍ବାଦଙ୍କୁ ବ୍ଲାକମେଲ କରୁଥିଲେ ଏବଂ ବହୁ ଟଙ୍କା ମଧ୍ୟ ତାଙ୍କଠୁ ପର୍ଯ୍ୟାୟକ୍ରମେ ନେଇଛନ୍ତି। ଆଶୁତୋଷ ଓ ଆଶୀର୍ବାଦଙ୍କ ବୟସରେ ତାରତମ୍ୟ ଥିଲେ ସୁଦ୍ଧା ଉଭୟ ସାଙ୍ଗ ପରି ମିଶୁଥିଲେ।

ତେବେ ଅନ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଉଭୟଙ୍କ ଯୁବତୀମାନଙ୍କ ପ୍ରତି ଦୁର୍ବଳତା ରହୁଥିଲା। ଯାହାର ଫାଇଦା ନେଇ ଉକ୍ତ ଦିନ ଆଶୀର୍ବାଦ ଓରଫ କାହ୍ନା ଆଶୁତୋଷଙ୍କୁ ଉକ୍ତ ଘରକୁ ଡାକିଥିଲେ। ସେଠାରେ ଉଭୟ ମଦ୍ୟ ପାନ କରିଥିଲେ। ଆଶୁତୋଷଙ୍କୁ ନିଶା ହେବାପରେ ବ୍ଲାକମେଲ ରେ ଅତିଷ୍ଠ ହୋଇ ପ୍ରତିଶୋଧ ପରାୟଣ ହୋଇ କାହ୍ନା ତାଙ୍କୁ ମାରିଦେଇଥିଲେ।

ଟଙ୍କା ମାଗିବା ଉକ୍ତ ହତ୍ୟାର ଦିଗ ବଦଳାଇବା ପାଇଁ କେବଳ ଉଦିଷ୍ଟ ଥିଲା। ପ୍ରକୃତରେ ପ୍ରତିଶୋଧର ରାଗ ଆଶୀର୍ବାଦଙ୍କ ମନରେ ଜଳୁଥିଲା। ଆଶୁତୋଷ ଙ୍କୁ କେମିତି ମାରିବ ସେ ନେଇ କାହ୍ନାଙ୍କ ମନରେ ଚାଲିଥାଏ ଷଡଯନ୍ତ୍ର ଏବଂ ସେହା ହିଁ ହେଲା। କିନ୍ତୁ ଅପରାଧୀ କେଉଁଠି ନା କେଉଁଠି ଅପରାଧର ସୁରାକ ଛାଡିଥାଏ। ତାହାହିଁ ପୋଲିସ ର ସନ୍ଦେହ କୁ ଆହୁରି ଦୃଢ଼ଭୂତ କଲା।

ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଓ ଟିମ ଉକ୍ତ ରହସ୍ୟମୟ ହତ୍ୟାକାଣ୍ଡର ଅତ୍ୟନ୍ତ ଚତୁରତାର ସହ ପର୍ଦାଫାଶ କରିବାରେ ସଫଳ ହୋଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ନଈରୀ ଗ୍ରାମରେ ଟଙ୍କା କାରାବାରକୁ ନେଇ ହତ୍ୟାକାଣ୍ଡ; ବାପ ମୃତ, ପୁଅ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନଈରୀ ଗ୍ରାମର ସାରଥୀ ନାୟକ ଏବଂ ତାଙ୍କ ପୁତ୍ର ସନତ ନାୟକ ସେହି ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି।

ତେବେ ପ୍ରତିଦିନ ପରି ଆଜି ମଧ୍ୟ କୁକୁଡ଼ା ଫାର୍ମକୁ ଉଭୟ ବାପା ପୁଅ କାମ ପାଇଁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ ଉଭୟ ବାପା ପୁଅଙ୍କୁ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ବାରଣ କରିବାରୁ ୩ ଜଣ ଉଭୟ ବାପ ପୁଅଙ୍କୁ ଛୁରାରେ ଆକ୍ରମଣ କରିଥିଲେ।

ପୁଅ ସନତ ଗୁରୁତର ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହୋଇଥିବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ବାଲୁଗାଁ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏ ନେଇ ମୃତ ସାରଥୀଙ୍କ ପୁଅ ସନତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେସ ନମ୍ବର 565/22 ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବାର ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।