ବାଣପୁର ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ କାହ୍ନାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ

Published: Jan 27, 2023, 11:16 am IST
Banpur Murder

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ବାଣପୁର ଘଟିଯାଇଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ବାଣପୁର ପୋଲିସ । ସୂଚନା ଥାଉକି ଆଶୁତୋଷ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଆଶୀର୍ବାଦଙ୍କୁ ଗତକାଲି ଅପରାହ୍ନ ୩ ଘଟିକାରେ ବାଣପୁର କୋର୍ଟରେ ହଜାର କରିଥିଲା ପୋଲିସ ।

ତେବେ ଉକ୍ତ ହତ୍ୟାକାଣ୍ଡକୁ ଆଶୀର୍ବାଦ ଏକାକୀ କରିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଥଲେ ସୁଦ୍ଧା ଉକ୍ତ ଘଟଣାରେ ଅନେକ ରହସ୍ୟ ଅଛି ଯାହାକି ଏଯାବତ ପୋଲିସ ଜାଣିପାରିନାହିଁ । ହତ୍ୟାକାଣ୍ଡ ରେ ଆଉ କେହି ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସମ୍ପୃକ୍ତ ଥିଲେ କି, କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଛି, ଅଭିଯୁକ୍ତ ମୃତକଙ୍କ ପରିବାରକୁ କଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲେ, ଏହା ପଛରେ ତଦନ୍ତ ଦିଗ ପରିବର୍ତନ ପାଇଁ ନା କୌଣସି ରାକେଟ ଅଛି ଏପରି ଏକାଧିକ ବିଷୟ ଜାଣିବା ପାଇଁ ପୋଲିସ ଅଦାଲତକୁ ଅଭିଯୁକ୍ତ ଆଶୀର୍ବାଦଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ।

ଆଶୀର୍ବାଦଙ୍କୁ ୨୮ ତାରିଖ ଅପରାହ୍ନ ୫ ଘଟିକାରେ ଅଦାଲତ ସମ୍ମୁଖରେ ହଜାର କରିବା ପାଇଁ ପୋଲିସକୁ ନିର୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର କୋର୍ଟରେ ଜିଆର କେସ ନମ୍ବର ୫୮/୨୩ ରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଆଇପିସି ଦଫା ୨୦୧,୩୦୨,୩୬୪,୩୬୪(କ) ଆଦି ଲାଗିଥିବାର ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି ।

Related posts