Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ
ଆଜିର ଖବର

ଖୋର୍ଦ୍ଧା ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

April 26, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ପିଲା ଦିନରୁ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ସୁଖ, ପ୍ରାତୁର୍ଯ୍ୟ, ରାଜକୀୟ ଐଶୂର୍ଯ୍ୟ ଛାଡ଼ି ସାଧାରଣ ଲୋକଙ୍କ ସହ ମିଶନ୍ତି। ଲୋକଙ୍କ ସମସ୍ୟା କଣ ଅଛି ସେ ସମ୍ବନ୍ଧରେ ଅବଗତ ହୁଅନ୍ତି। ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଗଢିବାରେ ଉତ୍କଳ ମଣି ଗୋପବନ୍ଧୁ, ମଧୁସୂଦନ ଦାସ ଏବଂ ଫକୀରମୋହନ ସେନାପତିଙ୍କ ସହ ଉତ୍କଳ ସମ୍ମିଳନୀରେ ସେ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ୧ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶାକୁ ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ଦେବାରେ ଗଜପତିଙ୍କ ଅତୁଳନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ରେ ମୁଖ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସାଫାଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଛନ୍ତି।

ଓଡ଼ିଶାର ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଏମ କେ ସି ଜି ଭେଷଜ ମହାବିଦ୍ୟାଳୟ, ଏସ ସି ବି ମେଡିକାଲ କଲେଜ ଓ ହସପିଟାଲ, ସି ଆର ଆର ଆଇ, ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା,ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ଜଳସେଚନ, କ୍ରୀଡା ଆଦି କାର୍ଯ୍ୟକ୍ରମ ବିକଶିତ ଓଡ଼ିଶା ଗଠନ ରେ ଗଜପତିଙ୍କ ଅନବଦ୍ୟ ପ୍ରଚେଷ୍ଟା ଚିର ସ୍ମରଣୀୟ ହୋଇ ରହିବ ବୋଲି କହିବା ସହ ତାଙ୍କର ତ୍ୟାଗ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ସୁଖ୍ୟାତି ଅର୍ଜ୍ଜନ କରିବ ବୋଲି ଆହ୍ଵାନ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ, ସାହିତ୍ୟିକ, ଲେଖକ ତଥା ଅବସର ପ୍ରାପ୍ତ, ପ୍ରାଣ ନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଗୋପାଳ କୃଷ୍ଣ ଦାସ ଯୋଗଦେଇ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଇତିହାସରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ତ୍ୟାଗ, କର୍ତ୍ତବ୍ୟ ସର୍ବାଗ୍ରେ ରହିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ମହାରାଜାଙ୍କର ଖୋର୍ଦ୍ଧା ମାଟି ସହ ନିବିଡ଼ ସମ୍ପର୍କ ଥିଲା। ଓଡ଼ିଶାର ଅସ୍ମିତା, ଭାଷା , ସାହିତ୍ୟ କୁ ମଜବୁତ୍ କରିବା ପାଇଁ ମୟୂରଭଞ୍ଜ ରାଜା ଙ୍କ ସହ ସେ ନିବିଡ଼ ସମ୍ପର୍କ ରଖି ଥିଲେ। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଁ ସେ ଖୁବ୍ ପ୍ରଚେଷ୍ଟା ଓ ଲଢେଇ କରିଥିଲେ।

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ର ଗଜପତି ମହାରାଜା ପୁରୋଧା ଥିଲେ। ଓଡ଼ିଶାରେ ଶିକ୍ଷା, ଶିଳ୍ପ, ଅର୍ଥ ନୈତିକ ମେରୁଦଣ୍ଡକୁ ସୁଦୃଢ କରିବା, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାରଳା ମହାରାଜାଙ୍କ ଅବଦାନ। ସେ ମଧ୍ୟ ବିହାର ଓ ଓଡ଼ିଶା ପକ୍ଷରୁ ଲଣ୍ଡନରେ ରାଉଣ୍ଡଟେବୁଲ ବୈଠକରେ ପ୍ରତିନିଧିତ୍ଵ କରିବାକୁ ସୁଯୋଗ ପାଇଥିଲେ। ତାଙ୍କର ବ୍ୟକ୍ତିତ୍ଵ ଅନନ୍ୟ ଓ ଅସାଧାରଣ ବୋଲି ବକ୍ତବ୍ୟରେ ଉପସ୍ଥାପନ କରି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଉତ୍କଳୀୟ ଭଲପାଇବା ଓ ନିଜ ମାଟିକୁ ଭଲପାଇବା ଦିବସରେ ସମସ୍ତ ଙ୍କ ପାଇଁ ଧେୟ ହେଉବୋଲି ବକ୍ତବ୍ୟ ରଖିଥିଲେ।

ଦିବସରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଯୋଗଦେଇ ଗଜପତି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଦେବଙ୍କ ତ୍ୟାଗ ଆଦର୍ଶ ରେ ବ୍ରତିହେଲେ ଆମ ରାଜ୍ୟ ଏକ ସୁନ୍ଦର ଓଡ଼ିଶା ଭାବେ ଗଢ଼ି ଉଠିବ ବୋଲି କହିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ସନ୍ମାନସ୍ପଦ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମ୍ମାନିତ ଅତିଥି ଉପଜିଲ୍ଲାପାଳ ଶ୍ର କିଶୋର କୁମାର ପଣ୍ଡା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଗଜପତିଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସଭା ସଞ୍ଚାଳନ କରିବା ସହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଦିବସରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡାବିତ୍,ଯୁବକ ସମାଜ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Latest News

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.