
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ଯେ, ସେ ପାକିସ୍ତାନ ସହ ଯୁଦ୍ଧ ସପକ୍ଷରେ ନାହାଁନ୍ତି। ବର୍ତ୍ତମାନ ତାଙ୍କ ମନ୍ତ୍ରୀମାନେ କହୁଛନ୍ତି ଯେ, ଆତଙ୍କବାଦୀମାନେ ଧର୍ମ ପଚାରି ଗୁଳି ଚଳାଇ ନାହାଁନ୍ତି। ସିଦ୍ଧରମେୟାଙ୍କ ବିବୃତ୍ତି ପାକିସ୍ତାନୀ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଛି, ଯାହା ଏହାକୁ ନିଜ ସପକ୍ଷରେ ଦର୍ଶାଇଛି।
ସିଦ୍ଧରମେୟା ସରକାରର ମନ୍ତ୍ରୀ ଏକ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ, ଆତଙ୍କବାଦୀମାନେ ହତ୍ୟା କରିବା ପୂର୍ବରୁ ମୃତକଙ୍କ ଧର୍ମ ପଚାରିନାହାନ୍ତି। କର୍ଣ୍ଣାଟକର ଅବକାରୀ ମନ୍ତ୍ରୀ ଆର.ବି ତିମ୍ମାପୁର କହିଛନ୍ତି ଯେ, ହତ୍ୟାକାରୀମାନେ ଗୁଳି କରିବା ପୂର୍ବରୁ ଧର୍ମ ପଚାରି ଗୁଳିକରିଥିବା ମୋତେ ବିଶ୍ଵାସ ହେଉନାହିଁ। ସେ କହିଛନ୍ତି ଯେ, “ଯେଉଁ ବ୍ୟକ୍ତି ଗୁଳି ଚଳାଉଛନ୍ତି, ସେ ଜାତି କିମ୍ବା ଧର୍ମ ବିଷୟରେ ପଚାରିବେ କି? ସେ କେବଳ ଗୁଳି ଚଳାଇ ଚାଲିଯିବେ। ସେ ସେଠାରେ ଠିଆ ହୋଇ ପଚାରିବ ନାହିଁ ଏବଂ ପୁଣି ଗୁଳି ଚଳାଇବ ନାହିଁ।”
କର୍ଣ୍ଣାଟକ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେପି ମୁଖପାତ୍ର ସିଆର କେଶବନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ବର୍ବର ଏବଂ ଦୁଷ୍ଟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, “କର୍ଣ୍ଣାଟକ କଂଗ୍ରେସ ମନ୍ତ୍ରୀ ତିମ୍ମାପୁରଙ୍କ ବର୍ବର ତଥା ମନ୍ଦ ମନ୍ତବ୍ୟ ଶୋକସନ୍ତପ୍ତ ପରିବାରର ନିଷ୍ଠାକୁ ଅପମାନିତ କରିଛି ଏବଂ ପହଲଗାମରେ ପାକିସ୍ତାନ ସମର୍ଥିତ ଇସଲାମବାଦୀ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ପୀଡ଼ିତାଙ୍କ ସାହସିକ ବଳିଦାନକୁ ଅପମାନିତ କରିଛି।