ପୂର୍ବତନ ଭାରତୀୟ ଅଧିନାୟକ ତଥା ଓ୍ବିକେଟ୍ରକ୍ଷକ ଏମ୍ ଏସ୍ ଧୋନୀ ଆସନ୍ତା ଓ୍ବିଣ୍ଡିଜ ଗସ୍ତରେ ନଯିବା ନେଇ ବିସିସିଆଇକୁ ସୂଚନା ଦେଇଛନ୍ତି । ଆସନ୍ତା କାଲି ଓ୍ବିଣ୍ଡିଜ୍ ଗସ୍ତ ନିମନ୍ତେ ଦଳ ଚୟନ ହେଉଥିବାରୁ ଏହା ପୂର୍ବରୁ ଚିଠି ଲେଖି ଚୟନ ନିମନ୍ତେ ଉପଲବ୍ଧ ନଥିବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଅର୍ଦ୍ଧ ସାମରିକ ବାହିନୀ ସହିତ ଅଭ୍ୟାସରେ ନିବେଶ କରିବେ ବୋଲି ଧୋନୀ ବିସିସିଆଇକୁ ସୂଚନା ଦେଇଛନ୍ତି । ଧୋନୀ ପାରାଚ୍ୟୁଟ୍ ରେଜିମେଣ୍ଟର ଲ୍ୟୁଟନାଣ୍ଟ କଲୋନେଲ ରହିଥିବାରୁ ବିଶ୍ବକପ୍ ପୂର୍ବରୁ ୨ ମାସ ଅଭ୍ୟାସ କରିବା ନିମନ୍ତେ ପ୍ରତିବଦ୍ଧ ଥିଲେ । ସେହିପରି ଧୋନୀଙ୍କର ବର୍ତ୍ତମାନ ଅବସର ଗ୍ରହଣ କରିବାର କୌଣସି ଯୋଜନା ନାହିଁ ବୋଲି ଧୋନୀଙ୍କ ବନ୍ଧୁ ତଥା ବ୍ୟବସାୟିକ ସହଯୋଗୀ ଅରୁଣ ପାଣ୍ଡେ ସୂଚନା ଦେଇଛନ୍ତି । ଚଳିତ ବିଶ୍ବକପ୍ରେ ଧୋନୀ୯ଟି ମ୍ୟାଚ୍ରୁ ୨୭୩ ରନ୍ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ଧୋନୀଙ୍କ ହାରାହାରି ୪୫.୫୦ ରହିଥିଲେ ମଧ୍ୟ ତାଙ୍କ ଷ୍ଟ୍ରାଇକ୍ ରେଟ୍କୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଥିଲେ ।