Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧି ଷ୍ଟାଡିୟମରେ ପହଞ୍ଚିଲେ ୧୯ ହଜାର ପିଲା: ଖେଳାଳିଙ୍କୁ କଲେ ଉତ୍ସାହିତ
ଆଜିର ଖବର

ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧି ଷ୍ଟାଡିୟମରେ ପହଞ୍ଚିଲେ ୧୯ ହଜାର ପିଲା: ଖେଳାଳିଙ୍କୁ କଲେ ଉତ୍ସାହିତ

April 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରବିବାର ସନ୍ଧ୍ୟାରେ ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହୋଇଥିବା ମ୍ୟାଚକୁ ଦେଖିଥିଲେ ହଜାର ହଜାର ଅନୁନ୍ନତ ପୃଷ୍ଠଭୂମିର ପିଲା। ମୁମ୍ବାଇ ଇଣ୍ଡିଆନ୍ସ ଦଳର ନୀଳ ଜର୍ସି ପିନ୍ଧିଥିବା ଏହି ପିଲାମାନଙ୍କୁ ନେଇ ସମଗ୍ର ଷ୍ଟାଡିୟମ ନୀଳ ରଙ୍ଗରେ ଆଚ୍ଛାଦିତ ହୋଇଥିଲା। ପିଲାମାନେ ପ୍ରତ୍ୟେକ ୱିକେଟ୍ ଏବଂ ସଟ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଉତ୍ସାହିତ କରୁଥିଲେ। ନୀତା ଅମ୍ବାନୀଙ୍କ ନେତୃତ୍ୱରେ ‘ସମସ୍ତଙ୍କ ପାଇଁ ଶିକ୍ଷା ଏବଂ କ୍ରୀଡ଼ା ଅଭିଯାନ’ ମୁମ୍ବାଇର ପ୍ରାୟ ୧୯ ହଜାର ପିଲାଙ୍କ ପାଇଁ ମ୍ୟାଚ୍ ଟିକେଟ୍ ବ୍ୟବସ୍ଥା କରିଥିଲା​​ଯାହା ଦ୍ୱାରା ପିଲାମାନେ ଷ୍ଟାଡିୟମରେ ମ୍ୟାଚ୍ ଉପଭୋଗ କରିଥିଲେ। ସୂଚନାଯୋଗ୍ୟ ଯେ ‘ଶିକ୍ଷା ଏବଂ କ୍ରୀଡ଼ା ସମସ୍ତଙ୍କ ପାଇଁ (ଇଏସଏ)’ ରିଲାଏନ୍ସ ଫାଉଣ୍ଡେସନର ଏକ ପ୍ରୟାସ ଏବଂ ସମାଜର ଅନୁନ୍ନତ ପୃଷ୍ଠଭୂମିର ପିଲାମାନଙ୍କ ପାଇଁ ଏକ ବାର୍ଷିକ ଇଏସଏ ଦିବସ ମ୍ୟାଚ୍ ଆୟୋଜିତ କରିଥାଏ।

ଏହି ସ୍ୱତନ୍ତ୍ର ଦିବସରେ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ୍ ଅମ୍ବାନୀ କହିଛନ୍ତି, “ଏହା କେବଳ ଏକ ମ୍ୟାଚ୍ ନୁହେଁ। ଏହା ଆଶା, ସ୍ୱପ୍ନ ଏବଂ ଖୁସିର ଉତ୍ସବ। ଏହା ସମଗ୍ର ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ପ୍ରିୟ ମ୍ୟାଚ୍। ପରିବେଶକୁ ଦେଖନ୍ତୁ, ୧୯,୦୦୦ ପିଲା, ସମସ୍ତେ ଅନୁନ୍ନତ ପୃଷ୍ଠଭୂମିରୁ, ସେମାନଙ୍କ ମଧ୍ୟରୁ କିଛି ବିଶେଷ ବା ଭିନ୍ନକ୍ଷମ ପିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ, ଏହା ପ୍ରଥମ ଥର ଯେତେବେଳ ସେମାନେ ଷ୍ଟାଡିୟମରେ ଏକ ଲାଇଭ୍ ମ୍ୟାଚ୍ ଦେଖୁଛନ୍ତି। ପିଲାମାନେ ଏହାକୁ କିପରି ଉପଭୋଗ କରୁଛନ୍ତି ତାହା ଦେଖିବା ବାସ୍ତବରେ ବେଶ ଆନନ୍ଦଦାୟକ। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଭାରତ ପାଇଁ ଖେଳୁଥିବା ଅନେକ ଖେଳାଳି ବେଶ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ଏହା ସେମାନଙ୍କ ପାଇଁ ଏକ ପ୍ରେରଣା ମଧ୍ୟ ଯେ ସେମାନେ ସ୍ୱପ୍ନ ଦେଖିପାରିବେ ଏବଂ ସେମାନେ ଯାହା ହେବାକୁ ଚାହାଁନ୍ତି ତାହା ହୋଇପାରିବେ।”

ଅତ୍ୟନ୍ତ ଖୁସି ଦେଖାଯାଉଥିବା ପିଲାମାନେ ନୀତା ଅମ୍ବାନୀଙ୍କ ସହ କଥା ହୋଇଥିଲେ। ପିଲାମାନଙ୍କ ସହିତ ତାଙ୍କର ଆଲୋଚନା ବିଷୟରେ ନୀତା ଅମ୍ବାନୀ କହିଥିଲେ, “ଏକ ଛୋଟ ଝିଅ ମୋତେ କହିଲା ଯେ ସେ ବୁମରାଙ୍କ ଭଳି ହେବାକୁ ଚାହେଁ ଏବଂ ଜଣେ ପୁଅ କେବଳ ରୋହିତ ଶର୍ମାଙ୍କ ସହିତ ହାତ ମିଳାଇବାକୁ ଚାହୁଁଥିବା କହିଥିଲା। ଯଦି ସେମାନଙ୍କର ଆଶା ଏବଂ ଆକାଂକ୍ଷା ପୂରଣ ହୋଇପାରିବ, ତେବେ ସେମାନେ ଉତ୍କର୍ଷରେ ପହଞ୍ଚିପାରିବେ। ଇଏସଏ ର ମୌଳିକ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ଶିକ୍ଷା ଏବଂ କ୍ରୀଡ଼ା। ମୁଁ ଭାବୁଛି ପିଲାମାନେ ଖେଳ ପଡ଼ିଆରେ ଯେତିକି ଶିଖନ୍ତି, ଶ୍ରେଣୀଗୃହରେ ମଧ୍ୟ ସେତିକି ଶିଖନ୍ତି। ମୁଁ ଭାବୁଛି ଆଜି ସ୍ୱପ୍ନ ଏବଂ ଆଶାର ଦିନ। ହୁଏତ ସେମାନଙ୍କ ମଧ୍ୟରୁ ଜଣେ ହରମନପ୍ରୀତ ହୋଇପାରନ୍ତି, କେହି ଜଣେ ରୋହିତ ଶର୍ମା ହୋଇପାରନ୍ତି। ପିତାମାତାଙ୍କୁ ମଧ୍ୟ ବୁଝିବାକୁ ପଡିବ ଯେ ସେମାନେ ସେମାନଙ୍କ ପିଲାମାନଙ୍କୁ ନିଜର ପସନ୍ଦ ବାଛିବାକୁ ଦେବା ଉଚିତ।”

୧୯,୦୦୦ ପିଲାଙ୍କୁ ସେମାନଙ୍କ ଘରୁ ଷ୍ଟାଡିୟମରେ ପହଞ୍ଚାଇବା ଏବଂ ମ୍ୟାଚ ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ଘରେ ଛାଡିବା ଏକ ଯୋଜନାବଦ୍ଧ ଏବଂ ବଡ଼ କାମ ଥିଲା। ପ୍ରାୟ ୫୦୦ଟି ବସ୍ ରେ ପିଲାମାନଙ୍କୁ ଷ୍ଟାଡିୟମକୁ ଅଣାଯାଇଥିଲା। ୧ ଲକ୍ଷରୁ ଅଧିକ ଖାଦ୍ୟ ଡବା ପ୍ରସ୍ତୁତ କରାଯାଇଥିଲା ଯାହା ଦ୍ୱାରା କୌଣସି ପିଲା ଯେପରି ଭୋକିଲା ନ ରୁହନ୍ତି ତାହା ସୁନିଶ୍ଚିତ କରାଯାଇଥିଲା। ଏହାର ସ୍ଥାପନା ପରଠାରୁ ରିଲାଏନ୍ସ ଫାଉଣ୍ଡେସନ ଏହାର କ୍ରୀଡା ପଦକ୍ଷେପଗୁଡିକ ମାଧ୍ୟମରେ ସାରା ଭାରତରେ ୨ କୋଟି ୩୦ ଲକ୍ଷରୁ ଅଧିକ ପିଲା ଏବଂ ଯୁବକଯୁବତୀଙ୍କ ଜୀବନକୁ ପ୍ରଭାବିତ କରିଛି। ୨୦୧୦ରେ ଆରମ୍ଭ ହୋଇଥିବା ଇଏସଏ କାର‌୍ୟ୍ୟକ୍ରମ ଏହି ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.