Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାପ୍ରଭୁଙ୍କ ଭକ୍ତଙ୍କ ଠାରୁ ଲକ୍ଷାଧିକ ଠକେଇ: ଏଭଳି ୬ ଟି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଆଜିର ଖବର

ମହାପ୍ରଭୁଙ୍କ ଭକ୍ତଙ୍କ ଠାରୁ ଲକ୍ଷାଧିକ ଠକେଇ: ଏଭଳି ୬ ଟି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

April 28, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରିଛି। ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ପୁଞ୍ଜି ନିବେଶ ନାମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।

୧) ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଆଗ୍ରାର ଅଂଶୁମାନ ଶର୍ମା ଏବଂ ତାଙ୍କ ସହଯୋଗୀ ପ୍ରୟାଗରାଜ ବାସିନ୍ଦା ଅରବିନ୍ଦ କୁମାର। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଭିଯୋଗ ଆଧାରରେ ଏହି ଠକେଇ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ମୁତାବକ ଅଭିଯୁକ୍ତ ମାନେ www.neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ଖୋଲି ଭକ୍ତମାନଙ୍କୁ ଏକ ମୋବାଇଲ୍ ନମ୍ବର ଓ ୱାଟସଆପ୍ ଜରିଆରେ ଯୋଗାଯୋଗ କରୁଥିଲେ। ସେମାନେ ନୀଳାଦ୍ରୀ ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାମରେ ଅନଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଥିଲେ। ଏହି ଠକେଇ ପାଇଁ କ୍ୟାନାରା ବ୍ୟାଙ୍କର ଏକ ସେଭିଂସ୍ ଆକାଉଣ୍ଟ ବ୍ୟବହାର ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ନୀଳାଦ୍ରୀ ଭକ୍ତ ନିବାସ ୱେବସାଇଟ୍ର ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଏବଂ ଗୋଡାଡି ହୋଷ୍ଟିଂ ବିବରଣୀ ଜବତ କରାଯାଇଛି।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ କେବଳ ଅଧିକୃତ ୱେବସାଇଟ୍ www.shreejagannath.in ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦେଇଛି। ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକଗଣ ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି।

୨) ସେହିପରି ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ସାଇବର ଠକେଇ ମାମଲାରେ ଅଭିଯୁକ୍ତ ଆକାଶ କେଶରୱାନୀଙ୍କୁ ପ୍ରୟାଗରାଜରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସାଇବର ଠକମାନେ ପୂର୍ବତନ ମନ୍ତ୍ରୀଙ୍କୁ ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଠକେଇ ହୋଇ ଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଆକାଶର ଆକାଉଣ୍ଟରେ ଡିପୋଜିଟ ହୋଇ ଥିଲା। ଏହି ଗିରଫଦାରୀ ସହ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ପହଞ୍ଚିଛି। ସେୟାର ମାର୍କେଟରେ ନିବେଶ କରିବା ନାଁରେ ଏହି ଠକେଇ କରାଯାଇଥିଲା। କ୍ରାଇମ ବ୍ରାଞ୍ଚ ଏହି ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ବୋଲି କ୍ରାଇମ ବ୍ରାଞ୍ଚ ଡିଜି ଶ୍ରୀ ବିନୟ ତୋଷ ମିଶ୍ର କହିଛନ୍ତି।

୩) ସେହିପରି କ୍ରାଇମ ବ୍ରାଞ୍ଚ (କେସ୍ ନଂ:-୫୦/୨୦୨୪) ମାମଲାରେ ପୋଲିସ ଗୁଜୁରାଟ ରାଜ୍ୟର ସୁରଟ ଅଞ୍ଚଳରେ ରହୁଥିବା ହିତେଶଭାଇ ପାତ୍ର (୩୯ ବର୍ଷ) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହିତେଶ ବାଲେଶ୍ୱର ଜିଲ୍ଲାର ମୂଳ ବାସିନ୍ଦା ଏବଂ ସେ ଏବେ ଗୁଜରାଟର ସୁରଟରେ ୱେବସାଇଟ୍ ଡେଭଲପର୍/ଡିଜାଇନର୍ ଭାବେ କାର୍ଯ କରୁଥିଲେ।

ପୁଞ୍ଜି ନିବେଶ କରିବା ନାମରେ ହିତେଶ ଓ ଅନ୍ୟ ଅଭିଯୁକ୍ତ ମାନେ ପ୍ରାୟ ୧.୨୮ କୋଟି ଟଙ୍କା ଠକେଇ କରିଥିଲେ। ସେଥିମଧ୍ୟରୁ ୨୭ ଲକ୍ଷ ଟଙ୍କା ହିତେଶଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ତାଙ୍କ ନିକଟରୁ ୬ଟି ବ୍ୟାଙ୍କ ଚେକ୍ ବୁକ୍, ୩୧ଟି ଡେବିଟ୍/କ୍ରେଡିଟ୍ କାର୍ଡ, ବିଭିନ୍ନ ନକଲି କମ୍ପାନିର ୧୩ଟି ରବର ଷ୍ଟାମ୍ପ୍, ୧୨ ନମ୍ବର ମୋବାଇଲ୍ ହ୍ୟାଣ୍ଡସେଟ୍, ସିମ୍ କାର୍ଡ, ୪ ନମ୍ବର ପେନ୍ ଡ୍ରାଇଭ୍, ଏବଂ ବିଭିନ୍ନ ବେସରକାରୀ ପରିଚୟପତ୍ର ସାମଗ୍ରୀ ଜବତ କରାଯାଇଛି।

୪) ସେହିପରି ଅନ୍ୟ ଏକ ମାମଲା (କେସ ନଂ:-୬୦/୨୦୨୪) ରେ ଅହମ୍ମଦାବାଦ ସର୍ଦ୍ଦାର ପଟେଲ ରିଙ୍ଗରୋଡ ଅଞ୍ଚଳରେ ରହୁଥିବା ପାର୍ଥ ପରମାର (୨୫)କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏହି ମାମଲାରେ ଅଭିଯୁକ୍ତମାନେ ପୁଞ୍ଜି ନିବେଶ ନାମରେ ୭.୫ କୋଟି ଟଙ୍କାର ଠକେଇ କରିଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ପାର୍ଥଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା ହୋଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ପୋଲିସ ଅଭିଯୁକ୍ତ ପାର୍ଥଙ୍କ ନିକଟରୁ ମୋବାଇଲ, ଆଧାର କାର୍ଡ, ପାନ୍ କାର୍ଡ ସାମଗ୍ରୀ ଜବତ କରିଛି।

୫) ସେହିପରି ଅନ୍ୟ ଏକ ମାମଲା (କେସ ନଂ:- ୫୭/୨୦୨୪) ରେ ଗୁଜରାଟ, ବେମ୍ବାର୍ଡି, ବୋଲୋଧାମ ଅଞ୍ଚଳରେ ରହୁଥିବା ଠକ୍କର କରସାନଜୀ ସୋଭାଜୀ (୪୮) ଏବଂ ଗୁଜରାଟ, ଖେଡା ଜିଲ୍ଲା, କପାଦଭଞ୍ଜ ଅଞ୍ଚଳର ବାସିନ୍ଦା କୁରେଶି ମହମ୍ମଦ ଅସଲମ୍ (୩୧ ବର୍ଷ)ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଉଭୟେ ୮୭.୮ ଲକ୍ଷ ଟଙ୍କା ପୁଞ୍ଜି ନିବେଶ କରିବା ନାମରେ ଲୋକଙ୍କ ନିକଟରୁ ଠକି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଠକ୍କର କରସାନଜୀ ସୋଭାଜୀଙ୍କ ଆକାଉଣ୍ଟରେ ୯.୩ ଲକ୍ଷ ଟଙ୍କା ଜମା ହୋଇଥିବା ବେଳେ କୁରେଶି ମହମ୍ମଦ ଅସଲମ୍ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଜମା ହୋଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଉଭୟଙ୍କ ନିକଟରୁ ମୋବାଇଲ୍, ଆଧାର କାର୍ଡ, ପାନ କାର୍ଡ ଜବତ କରାଯାଇଛି।

୬) ସେହିପରି ଅନ୍ୟ ଏକ ପୃଥକ ମାମଲା (କେସ ନଂ:- ୦୩/୨୦୨୫) ରେ ଉତ୍ତରପ୍ରଦେଶ ପ୍ରୟାଗରାଜର ଆକାଶ କେଶରୱାନି, (୩୩ )ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

ଅଭିଯୁକ୍ତ ଆକାଶ ୧.୪ କୋଟି ଟଙ୍କାର ଏକ ପୁଞ୍ଜି ନିବେଶ ଠକେଇ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ତାଙ୍କ ଆକାଉଣ୍ଟକୁ ୩.୭ ଲକ୍ଷ ଟଙ୍କା ସ୍ଥାନାନ୍ତର ହୋଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍, ଆଧାର କାର୍ଡ, ପାନ କାର୍ଡ ସାମଗ୍ରୀ ଜବତ କରାଯାଇଛି।

ଉପରୋକ୍ତ ସମସ୍ତ ମାମଲା ଗୁଡିକରେ ତଦନ୍ତ ଚାଲିଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଇଜି, କ୍ରାଇମ ବ୍ରାଞ୍ଚ, ସାର୍ଥକ ଷଡଙ୍ଗୀ ଏବଂ ଡିଆଇଜି ବି. ଗଙ୍ଗାଧର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ରାଜ୍ୟ କ୍ରାଇମବ୍ରାଞ୍ଚ ଲକ୍ଷାଧିକ ଠକେଇ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.