ଅନୁଗୋଳ ବାର୍ ଆସୋସିଏସନ୍ ପକ୍ଷରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ -୨୦୨୫ ପାଳିତ

Published: Apr 28, 2025, 9:09 pm IST

ଅନୁଗୋଳ: ଆଜି ଅନୁଗୋଳ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭୭ ତମ “ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ -୨୦୨୫” ପାଳନ ଅବସରରେ ଆଜିର କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ଯୋଗଦେଇ ମଧୁ ବାବୁଙ୍କର ଓଡିଆ ଅସ୍ମିତା ଓ ସ୍ବାଭିମାନ ସଂପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଓଡ଼ିଆ ଜାତିର ଆଦିପୁରୁଷ ହେଉଛନ୍ତି ମଧୁ ବାବୁ।ଓଡ଼ିଆ ସ୍ୱାଭିମାନ ପାଇଁ, ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଏବଂ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ନିମନ୍ତେ ତାଙ୍କଧ ଜୀବନବ୍ୟାପୀ “ତ୍ୟାଗ ସାଧନା ଏବଂ ସଂଗ୍ରାମ” ସମଗ୍ର ଓଡ଼ିଶା ପ୍ରଦେଶ ତଥା ଭାରତବର୍ଷର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

ମଧୁବାବୁଙ୍କ ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହୋଇ ନିୟମିତ ଭାବେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି ଏହି ଆସୋସିଏସନର ସଦସ୍ୟବୃନ୍ଦ। ସ୍ଥାନୀୟ ଅଞ୍ଚଳର ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନର ପ୍ରକ୍ରିୟାକୁ ସୁଗମ କରିବାରେ ବାର୍ ଆସୋସିଏସନର ଅବଦାନ ଉଲ୍ଲେଖନୀୟ ରହିଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା , ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ,ଅନୁଗୋଲ ବାର୍ ଆସୋସିଏସନ୍ ର ସଭାପତି, ସମ୍ପାଦକ ଙ୍କ ସମେତ ବହୁ ବିଶିଷ୍ଟ ଆଇନଜୀବୀ ବୃନ୍ଦ ଉପସ୍ଥିତ ଥିଲେ।

Related posts