Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଲକ୍ଷ୍ୟ ୟୁପିଏସସି: ଯୁବା ଆଇଏଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ’ ପୁସ୍ତକ ଉନ୍ମୋଚିତ
ଆଜିର ଖବର

‘ଲକ୍ଷ୍ୟ ୟୁପିଏସସି: ଯୁବା ଆଇଏଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ’ ପୁସ୍ତକ ଉନ୍ମୋଚିତ

April 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଡଃ ସଜ୍ଜନ ଯାଦବଙ୍କ ଦ୍ୱାରା ଲିଖିତ ‘ଲକ୍ଷ୍ୟ ୟୁପିଏସସି : ଯୁବା ଆଇଏଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ’ ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

ଶ୍ରୀ ପ୍ରଧାନ ଲେଖକ ଡଃ ଯାଦବଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ଅଭ୍ୟର୍ଥୀମାନଙ୍କର ଅଥକ ପରିଶ୍ରମ, ପୁରୁଷାର୍ଥ ଓ ସଂକଳ୍ପଶକ୍ତିକୁ ଦର୍ଶାଉଥିବା ଏହି ପୁସ୍ତକ, ପ୍ରଶାସନିକ ସେବା କରିବାକୁ ଚାହୁଁଥିବା ଅଗଣିତ ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣା ସ୍ରୋତ ହେବ। ଏହି ପୁସ୍ତକ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଥିବା ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉପଯୋଗୀ ଓ ପ୍ରେରଣାଦାୟୀ ପଦକ୍ଷେପ।

ସେ କହିଛନ୍ତି ଯେ ଗଣତନ୍ତ୍ରରେ ଅଧିକାରଗୁଡିକର ଯେତିକି ଦାୟିତ୍ୱ ଅଛି, କର୍ତ୍ତବ୍ୟର ମଧ୍ୟ ସେତିକି ମହତ୍ତ୍ୱ ଅଛି। ବଦଳୁଥିବା ସମୟ ସହିତ, ଆମର କର୍ତ୍ତବ୍ୟ ଏବଂ ଆକାଂକ୍ଷାଗୁଡ଼ିକର ସ୍ୱରୂପ ମଧ୍ୟ ବଦଳୁଛି। ସର୍ଦ୍ଦାର ପଟେଲ ସିଭିଲ ସେବାକୁ ଭାରତର “ଷ୍ଟିଲ୍ ଫ୍ରେମ୍” ବୋଲି ଅଭିହିତ କରିଥିଲେ। ଆଜି, ପ୍ରଯୁକ୍ତିବିଦ୍ୟାର ବିକାଶ ସହିତ ଯେତେବେଳେ ଷ୍ଟିଲକୁ ଅଧିକ ଶକ୍ତିଶାଳୀ କରାଯାଉଛି, ଆମକୁ ସମୟ ଅନୁସାରେ ନିଜକୁ ବିକଶିତ କରିବା ଦରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ଦ୍ଧାରିତ ବିକଶିତ ଭାରତ- ୨୦୪୭ର ସଂକଳ୍ପକୁ ପୂରା କରିବା ପାଇଁ ଆମକୁ ସମୟୋପଯୋଗୀ ଢାଞ୍ଚା ତିଆରି କରିବା ଦରକାର। ସମସ୍ତଙ୍କୁ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠାରେ ନିର୍ବାହ କରିବାକୁ ପଡ଼ିବ। ଯେତେବେଳେ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ପାଳନ କରିବେ, ସେତେବେଳେ ୧୪୦ କୋଟି ଦେଶବାସୀଙ୍କର ଅଧିକାର ସୁରକ୍ଷିତ ଓ ସଶକ୍ତ ରହିବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକ ଉନ୍ମୋଚିତ ବିକଶିତ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Latest News

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.