Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୯୦ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର, ପାଳନ ହେଲା ଜନ୍ମଦିନ
ଆଜିର ଖବର

୯୦ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର, ପାଳନ ହେଲା ଜନ୍ମଦିନ

April 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଠାରେ ପାଳିତ ହେଲା ଆମ ଓଡ଼ିଆ ସିନେମାର ଜନ୍ମଦିନ। ଆମ ସିନେମା ଆଜି ୯୦ ବର୍ଷରେ ପାଦ ଥାପିଛି। ୧୯୩୬ ମସିହା ଏପ୍ରିଲ୍ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୨୭ଦିନ ପରେ, ୨୮ ଏପ୍ରିଲ୍ ରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ଵାରା ନିର୍ମିତ, ଆମ ମାଟିର, ଆମ ଭାଷାର ପ୍ରଥମ ସିନେମା “ସୀତା ବିବାହ” ପୁରୀର ଲକ୍ଷ୍ମୀ ଟକୀଜ୍ ରେ ମୁକ୍ତିଲାଭ କରିଥିଲା। ତେଣୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କୁ ଓଡ଼ିଆ ସିନେମାର ଜନକ ବୋଲି କୁହାଯାଏ। ଓଡ଼ିଆ ଚଳଚ୍ଚିତ୍ରର ୯୦ତମ ଜନ୍ମଦିନ ପାଳନ ଅବସରରେ ଓଲିଉଡ଼ ସିନେ ଜଗତର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ଅନେକ ଟେକନିସିଆନ୍ସ ଯୋଗଦେଇଥିଲେ।

ପ୍ରଯୋଜକ ଯୁଗଳ ଦେବତା, ସବ୍ୟସାଚୀ ମହାପାତ୍ର, କୌଶିକ ଦାସ, ଅଜୟ ରାଉତରାୟ, ଗଦାଧର ପୁଟ୍ଟୀ, ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ସଂଳାପକାର ଡଃ ରଜନୀ ରଞ୍ଜନ, ବରିଷ୍ଠ କ୍ୟାମେରାମ୍ୟାନ ନିରଞ୍ଜନ ନାୟକ, ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅଭିନେତା ସୁକାନ୍ତ ରଥ, ହର ରଥ, ଶ୍ରୀତମ ଦାସ, ଶକ୍ତି ବରାଳ, ପାର୍ଥ ସାରଥୀ ରାୟ, ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ପ୍ରତିଭା ପଣ୍ଡା, ଅନୁ ଚୌଧୁରୀ, ଉଷସୀ ମିଶ୍ରଙ୍କ ସମେତ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ଯିଏ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି ସେ ମଧ୍ୟ ଯୋଗଦେଇଥିଲେ। ଏହି ଦିବସ ପାଳନ କରିବା ପାଇଁ ଦୀର୍ଘ ବର୍ଷ ଧରି ପରିକଳ୍ପନା କରିଥିଲେ ଅଭିନେତା ସୁକାନ୍ତ ରଥ।

ସମସ୍ତେ ମିଶି ପାଳନ କରିବା ଉଦ୍ଦେଶ୍ୟରେ ତାଙ୍କର ଏହି ପରିକଳ୍ପନାକୁ ସମସ୍ତେ ଢେର ପ୍ରଶଂସା କରିଥିଲେ। ପ୍ରଥମେ ଗୋଟିଏ ଅଡିଓ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା ଏବଂ ଉପସ୍ଥିତ ସମସ୍ତେ ଭାବବିହ୍ଵଳ ହୋଇଥିଲେ।

ତେବେ, ଏବେ ଚାରିଆଡ଼େ ଓଡ଼ିଆ ଅସ୍ମିତାର ଚର୍ଚ୍ଚା। ଆମ ସିନେମା ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ଅଙ୍ଗ। କୁହାଯାଏ କୌଣସି ଜାତିର, ମାଟିର, ସଂସ୍କୃତି, ପରମ୍ପରା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, କଳା, ନାଟକ, ସିନେମା ତା’ର ପରିଚୟ ହେଇଥାଏ। ଏସବୁକୁ ପୃଥିବୀର କୋଣ ଅନୁକୋଣରେ ନେଇ ଲୋକଙ୍କ ପାଖରେ ପହଞ୍ଚେଇବାର, ପରିଚିତ କରାଇବାର ପ୍ରମୁଖ ଓ ବଳିଷ୍ଠ ମାଧ୍ୟମ ହେଉଛି ସିନେମା। ଏମିତିକି ଆମ ମାଟିର ପର୍ଯ୍ୟଟନ ସ୍ଥଳୀର ପ୍ରଚାର, ପ୍ରସାରର ଉତ୍କୃଷ୍ଟ ମାଧ୍ୟମ ମଧ୍ୟ ଆମ ସିନେମା। ଆମ ସିନେମାର ଗୌରବମୟ ଇତିହାସକୁ ମନେପକେଇବାର ସମୟ ଆସିଛି। ଆଉ ୧୦ବର୍ଷ ପରେ ଆମ ସିନେମା ୧୦୦ ବର୍ଷରେ ପଦାର୍ପଣ କରିବ। ସେତେବେଳେ ଆମ ସିନେମାକୁ ଆମେ କୋଉଠି ଦେଖିବାକୁ ଚାହିଁବା, ତା’ ପାଇଁ ଆଜିଠୁ ସଙ୍କଳ୍ପ ନେବା।

ଆସନ୍ତୁ ଓଡିଆ ସିନେମା ସହ ଜଡ଼ିତ ହୋଇ ଆମେ ସମସ୍ତେ ମିଶି ଆଜି ପ୍ରତ୍ୟେକ ବର୍ଷ ପାଳନ କରିବା ”ଓଡ଼ିଆ ଚଳଚ୍ଚିତ୍ର ଦିବସ”। ଆମ ସରକାରଙ୍କ ପାଖରେ ଅନୁରୋଧ ଏଥି ପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ ଏପ୍ରିଲ୍ ୨୮ତାରିଖକୁ ଓଡ଼ିଆ ଚଳଚ୍ଚିତ୍ର ଦିବସ ଭାବେ ଘୋଷଣା କରନ୍ତୁ। ସେଦିନ ଓଡ଼ିଆ ସିନେମା ବିଷୟରେ ଚର୍ଚ୍ଚା ହେଉ। ଓଡିଆ ଫିଲ୍ମ୍ ଫେଷ୍ଟିଭାଲ ହେଉ। ଫଟୋ ପ୍ରଦର୍ଶନୀ ହେଉ ଏବଂ ସେଦିନ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଉ।

ଓଡିଆ ଚଳଚ୍ଚିତ୍ର ଓଡିଆ ସିନେମା ଜନ୍ମଦିନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025
Latest News

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.