Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ସମୁଦାୟଙ୍କ ସହ ସହଭାଗିତା
ଆଜିର ଖବର

ଓଡ଼ିଶାରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ସମୁଦାୟଙ୍କ ସହ ସହଭାଗିତା

April 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ତାପମାତ୍ରା ବଢ଼ିବା ସହିତ ଜଙ୍ଗଲ ନିଆଁ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତର ଜଙ୍ଗଲ ସର୍ବେକ୍ଷଣ ଆକଳନ ୨୦୨୧ ଅନୁଯାୟୀ, ଓଡ଼ିଶାର ପ୍ରାୟ ୫୨୧୫୬ ବର୍ଗ କିଲୋମିଟରର ଅଞ୍ଚଳ ଜଙ୍ଗଲ ରହିଛି, ଯାହା ରାଜ୍ୟର ମୋଟ ଭୌଗୋଳିକ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ। ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ଜାନୁଆରି ୧ରୁ ଏପ୍ରିଲ ୨୫ ମଧ୍ୟରେ ୧୯୮୯୨ଟି ଜଙ୍ଗଲ ନିଆଁ ଘଟିଥିବା ରେକର୍ଡ କରାଯାଇଛି।

ପରିବେଶ ଓ ବନ୍ୟଜନ୍ତୁଙ୍କ ଉପରେ ଜଙ୍ଗଲ ନିଆଁର ଭୟାବହ ପ୍ରଭାବକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ସ୍ଥାନୀୟ ସମୁଦାୟଗୁଡିକର ପ୍ରତିନିଧି, ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଏବଂ ଏନ୍‌ଜିଓ ସହଯୋଗୀଙ୍କ ସହାୟତାରେ ରାଜ୍ୟରେ କିଭଳି ପ୍ରଭାବୀ ଢଙ୍ଗରେ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ତାହା ଉପରେ କାର୍ଯ୍ୟ କରାଯାଉଛି। ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ସେମାନଙ୍କର ଦକ୍ଷତା ବଢ଼ାଇବା ପାଇଁ କାର୍ଯ୍ୟ କରାଯାଉଛି।

ଏହି ପଦକ୍ଷେପର ଅଂଶ ସ୍ବରୂପ, ମାର୍ଚ୍ଚ ୮ ବିଶ୍ବ ବନ୍ୟଜନ୍ତୁ ଦିବସ ଠାରୁ ଏକ ତିନି ମାସବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହା ୨୦୨୫ ଜୁନ ୫ ବିଶ୍ବ ପରିବେଶ ଦିବସ ପର୍ଯ୍ୟନ୍ତ ଚାଲିବ। ରିଲାଏନ୍ସ ଫାଉଣ୍ଡେସନ; ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଏନ୍‌ଜିଓ ‘ପ୍ରଦାନ’ ସହ ମିଶି ସ୍ଥାନୀୟ ସମୁଦାୟଙ୍କୁ କ୍ଷେତ୍ର ସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରିଛି। ଏଥିସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ପ୍ରଶମନ ପାଇଁ ସଚେତନତା ସୃଷ୍ଟି ଉପରେ କାର୍ଯ୍ୟ ହାତକୁ ନିଆଯାଉଛି। ମୁଖ୍ୟତଃ ଜଙ୍ଗଲ ନିଆଁର ପରିଚାଳନା ଏବଂ ନିଆଁକୁ ଆୟତ୍ତ କରିବାରେ ସ୍ଥାନୀୟ ଲୋକଙ୍କ ଭୂମିକାକୁ ଦୃଷ୍ଟିରେ ରଖି ଜଙ୍ଗଲ ନିଆଁପ୍ରବଣ ଅଞ୍ଚଳ, ବିଭିନ୍ନ ପ୍ରକାରର ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ପ୍ରଶମନ କୌଶଳ ଉପରେ ଧ୍ୟାନ ଦିଆଯାଉଛି। ପାକ୍ଷିକ ଭାବେ ଅନେକ ଅଞ୍ଚଳର ଲୋକଙ୍କୁ ନେଇ ଏକକ ଅଡିଓ କନଫରେନସିଂ ଜରିଆରେ ଆଲୋଚନା ଓ ପରାମର୍ଶ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି।

ଜଙ୍ଗଲ ନିଆଁ ପ୍ରଶମନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ସ୍ଥାନୀୟ ସମୁଦାୟଗୁଡିକର ଲୋକମାନଙ୍କ ସହିତ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ଯୋଗାଯୋଗ ସ୍ଥାପନ କରାଯାଉଛି। ରାୟଗଡ଼ା, ମୟୂରଭଞ୍ଜ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ଆଞଳିକ ଭାଷାରେ ପରାମର୍ଶ ଜାରି କରାଯାଉଛି। ଜଙ୍ଗଲ ନିଆଁର ପ୍ରାକୃତିକ ଓ ମନୁଷ୍ୟକୃତ କାରଣ, ଜଙ୍ଗଲ ନିଆଁର ସ୍ଥାନୀୟ୍/ବୈଶ୍ବିକ ପ୍ରଭାବ, ସ୍ଥାନୀୟ ଗୋଷ୍ଠୀର ଭୂମିକା, ଏବଂ ଜଙ୍ଗଲ ନିଆଁ ପରିଚାଳନା କ୍ଷେତ୍ରରେ ଜଙ୍ଗଲ ବିଭାଗ, ନାଗରିକ ସମାଜ ସଂଗଠନ ଓ ଏନଜିଓ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା ଏବଂ ଜଙ୍ଗଲ ନିଆଁ ମୁକାବିଲା ଓ ପ୍ରଶମନ କ୍ଷେତ୍ରରେ ଜଙ୍ଗଲ ବିଭାଗର ପଦକ୍ଷେପ ଆଦି ଦିଗକୁ ସାମିଲ କରାଯାଉଛି।

ଜଙ୍ଗଲ ନିଆଁର ବିପଦ ପ୍ରତି ସ୍ଥାନୀୟ ସମୁଦାୟର ଲୋକଙ୍କ ମଧ୍ୟରେ ପ୍ରସ୍ତୁତିକୁ ବଢ଼ାଇବା, ମୁକାବିଲା ଏବଂ ପ୍ରଶମନ କାର୍ଯ୍ୟରେ ଉନ୍ନତି ଆଣିବା, ଏହି ଅଭିଯାନର ଲକ୍ଷ୍ୟ। ନିଆଁ ପ୍ରଶମନ କ୍ଷେତ୍ରରେ ସ୍ଥାନୀୟ ଗୋଷ୍ଠୀ ଏବଂ ସରକାରୀ ବିଭାଗକୁ ନିୟୋଜିତ କରି ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ବୟ ବଢ଼ାଇ ମନୁଷ୍ୟକୃତ ଜଙ୍ଗଲ ନିଆଁ ସଂଖ୍ୟା ହ୍ରାସ କରିବା ପାଇଁ ଏହି ଅଭିଯାନ କାର୍ଯ୍ୟ କରୁଛି। ରିଲାଏନ୍ସ ଫାଉଣ୍ଡେସନର ବିଶେଷଜ୍ଞମାନଙ୍କ ସହିତ ଓୟୁଏଟିର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଡ. ଉମାଶଙ୍କର ନାୟକ ଏବଂ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଫୁଲବାଣୀର ଏସିଏଫ୍ ଶ୍ବେତାଲୀନା ସାହୁ ଏହି ଅଭିଯାନରେ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି।

ଜଙ୍ଗଲ ନିଆଁ ବିପଦ ପ୍ରଶମନ ଓ ପରିଚାଳନା ପାଇଁ ହୋଇଥିବା ଏକାଧିକ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମର ଅଂଶ ସ୍ବରୂପ, ଏକ ଦିବସବ୍ୟାପୀ କାର୍ଯ୍ୟକ୍ରମ ଏପ୍ରିଲ ୨୬ ତାରିଖରେ ବାଲେଶ୍ୱର ଜିଲ୍ଲାର ସରଳିଆ ଇକୋ ଡେଭଲପମେଣ୍ଟ୍ କମିଟି (ଇଡିସି) ଏବଂ ସ୍ଥାନୀୟ ଯୁବ ସ୍ବେଚ୍ଛାସେବୀ୍ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ସରଳିଆ ସ୍ଥାନୀୟ ଗୋଷ୍ଠୀ ଔପଦା ଜଙ୍ଗଲ ରେଞ୍ଜରେ ୧୬୪ ହେକ୍ଟରର ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି।

ସାମଗ୍ରିକ ପରିବେଶ ଉପରେ ଜଙ୍ଗଲ ନିଆଁର ପ୍ରଭାବ, ଜନସ୍ୱାସ୍ଥ୍ୟ, ଶିକାର ଓ ଜଙ୍ଗଲୀ ମହୁ ଅମଳ ଭଳି ସମ୍ଭାବ୍ୟ ଜଙ୍ଗଲ ନିଆଁର କାରଣ, ମହୁଲ ଗଛ ମୂଳ ସଫା କରିବା, କେନ୍ଦୁ ଗଛ ମୂଳ ପୋଡ଼ିବା, ବଣଭୋଜି ଏବଂ ଅନ୍ୟାନ୍ୟ ସାମୂହିକ ରୋଷେଇ ପରେ ଅର୍ଦ୍ଧଦଗ୍ଧ କାଠକୁ ଦାୟିତ୍ୱହୀନଭାବେ ଫିଙ୍ଗିଦେବା ଆଦି ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଗୋଷ୍ଠୀଭିତ୍ତିକ ଜଙ୍ଗଲ ନିଆଁ ପରିଚାଳନାର ନୀତି, ବିଭିନ୍ନ ପ୍ରକାରର ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ପ୍ରଶମନ ଭଳି ବିଭିନ୍ନ ପଦକ୍ଷେପ ଯଥା ଭୌତିକ ଓ ଉଦ୍ଭିଦୀୟ ଜଙ୍ଗଲ ରେଖାର ବିକାଶ, ଶୁଖିଲା ଓ ମୃତ ଗଛ ଡାଳ ତଥା ଶୁଖିଲା ଗଛଗୁଡ଼ିକୁ ଠିକ୍ ସମୟରେ ହଟାଇବା, ଝଡି ପଡ଼ିଥିବା ପତ୍ରଗୁଡ଼ିକୁ ସମୟ ସମୟରେ ହଟାଇବା ଏବଂ ଅସ୍ଥାୟୀ ଜଙ୍ଗଲ ରେଖା ଆଙ୍କିବା ଭଳି ପଦକ୍ଷେପ ସଂପର୍କରେ ଗୋଷ୍ଠୀ କର୍ମକର୍ତ୍ତାଙ୍କୁ ବୁଝାଯାଇଥିଲା।

ଓଡିଶା ଜଙ୍ଗଲ ନିଆଁ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.