Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି
ଆଜିର ଖବର

ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

April 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଖୁ
ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍‌ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ(ଏଫଆରପି)କୁ ମଞ୍ଜୁର କରିଛନ୍ତି। ଆଖୁ ଋତୁ ୨୦୨୫-୨୬ (ଅକ୍ଟୋବର-ସେପ୍ଟେମ୍ବର) ନିମନ୍ତେ କ୍ୱିଣ୍ଟାଲ ପିଛା ୩୫୫ ଟଙ୍କାର ଏଫଆରପି ଧାର୍ଯ୍ୟ କରାଯାଉଛି। ଏଥିରେ ୧୦.୨୫%ରୁ ଅଧିକ ପ୍ରତ୍ୟେକ ୦.୧% ବୃଦ୍ଧି ନିମନ୍ତେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କାର ପ୍ରିମିୟମ ଦିଆଯିବ। ଅନ୍ୟପକ୍ଷରେ ଲାଭ ପ୍ରାପ୍ତିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କା ହ୍ରାସ କରାଯିବ।

ତେବେ, ଆଖୁ ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ଉଦ୍ଦେଶ୍ୟରେ ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଚିନି କାରଖାନାଗୁଡ଼ିକରେ ପୁନରୁଦ୍ଧାର ୯.୫ ପ୍ରତିଶତରୁ କମ୍, ସେ କ୍ଷେତ୍ରରେ କୌଣସି ଛାଡ଼ କରାଯିବ ନାହିଁ। ଏଭଳି କୃଷକମାନେ ଆଗାମୀ ଚିନି ଋତୁରେ (୨୦୨୫-୨୬) ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୨୯.୦୫ ଟଙ୍କା ପାଇବେ।

ଚିନି ଋତୁ ୨୦୨୫-୨୬ ପାଇଁ ଆଖୁ ଉତ୍ପାଦନ ମୂଲ୍ୟ (ଏଟୁ + ଏଫଏଲ) ହେଉଛି କ୍ୱିଣ୍ଟାଲ ପିଛା ୧୭୩ଟଙ୍କା। ୧୦.୨୫% ପୁନରୁଦ୍ଧାର ହାରରେ କ୍ୱିଣ୍ଟାଲ ପିଛା ୩୫୫ଟଙ୍କାର ଏହି ଏଫଆରପି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୫.୨% ଅଧିକ। ଚିନି ଋତୁ ୨୦୨୫-୨୬ ପାଇଁ ଏଫଆରପି ବର୍ତ୍ତମାନର ଚିନି ଋତୁ ୨୦୨୪-୨୫ ଠାରୁ ୪.୪୧% ଅଧିକ।

ଚିନି ଋତୁ ୨୦୨୫-୨୬ ରେ କୃଷକମାନଙ୍କ ଠାରୁ ଆଖୁ କ୍ରୟ ପାଇଁ ଅନୁମୋଦିତ ଏଫଆରପି (୧ ଅକ୍ଟୋବର, ୨୦୨୫ ଠାରୁ) ଚିନି କାରଖାନାଗୁଡ଼ିକ ଦ୍ୱାରା ଲାଗୁ କରାଯିବ। ଚିନି କ୍ଷେତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଭିତ୍ତିକ କ୍ଷେତ୍ର ଯାହା କୃଷି ଶ୍ରମିକ ଏବଂ ପରିବହନ ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିଙ୍କ ବ୍ୟତୀତ ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ଏବଂ ଚିନି କାରଖାନାରେ ସିଧାସଳଖ ନିଯୁକ୍ତ ପ୍ରାୟ ୫ ଲକ୍ଷ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଇଥାଏ।

ସୂଚନାଯୋଗ୍ୟ, କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି) ର ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପରେ ଏଫଆରପି ନିର୍ଦ୍ଧାରଣ କରାଯାଇଛି।

୨୮ ଏପ୍ରିଲ ୨୦୨୫ ସୁଦ୍ଧା ୨୦୨୩-୨୪ ଚିନି ଋତୁରେ ଆଖୁ ଚାଷୀଙ୍କ ବକେୟା ପାଉଣା ୧,୧୧,୭୮୨ କୋଟି ଟଙ୍କା ମଧ୍ୟରୁ ୧,୧୧,୭୦୩ ଟଙ୍କା ପଇଠ କରାଯାଇସାରିଛି। ଅର୍ଥାତ୍‌ ୯୯.୯୨% ପାଉଣା ଦିଆଯାଇସାରିଛି। ସେହିପରି ଚଳିତ ଆଖୁ ଋତୁ ୨୦୨୪-୨୫ରେ ବକେୟା ପାଉଣା ୯୭,୨୭୦ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୮୫,୦୯୪ କୋଟି ଟଙ୍କା ଅର୍ଥାତ୍‌ ୮୭% ପାଉଣା ପୈଠ କରାଯାଇସାରିଛି।

ଆଖୁ କ୍ୟାବିନେଟ ମଞ୍ଜୁରି
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.