Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ନ ପ୍ରଦାନ କରୁଥିବା ଚାଷୀଙ୍କୁ ଦିଗଦର୍ଶନ ଦେବ ପି ଏମ କିଶାନ ଓ ସି ଏମ କିଶାନ୍ ପ୍ରୋତ୍ସାହନ: ଆଇନ ମନ୍ତ୍ରୀ
ଆଜିର ଖବର

ଅନ୍ନ ପ୍ରଦାନ କରୁଥିବା ଚାଷୀଙ୍କୁ ଦିଗଦର୍ଶନ ଦେବ ପି ଏମ କିଶାନ ଓ ସି ଏମ କିଶାନ୍ ପ୍ରୋତ୍ସାହନ: ଆଇନ ମନ୍ତ୍ରୀ

April 30, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା, ମାଟି ମାଆର ଚାଷୀ ପୂଜା କରି ତା ବୁକୁରେ ଲଙ୍ଗଳ ଯୋଚି ବିହନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରେ। ଚାଷୀ ଖରା, ବର୍ଷା, ଶୀତ, କାକର ସହି ଦୁନିଆକୁ ଆହାର ଯୋଗାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଥାଏ। ଏଣୁ ଚାଷୀ ଓ ତା ପରିବାରକୁ ସମ୍ମାନ ଦେବା ରାଷ୍ଟ୍ରର ପରମ କର୍ତ୍ତବ୍ୟ ଅଟେ। ଏହାକୁ ଭିତ୍ତିକରି ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନକରି ପି ଏମ କିଷାନ ଓ ସି ଏମ କିଷାନ୍ ପ୍ରୋତ୍ସାହନ ଚାଷୀ କୂଳକୁ ନୂତନ ଦିଗ ଦର୍ଶନ ଦେବ ବୋଲି ଆଜି ପବିତ୍ର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନରେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ୍ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସକାଳ ୮ ଘଟିକା ସମୟରେ ଭାରତୀୟ ଡ଼ାଲି ଜାତୀୟ ଫସଲ ଅନୁସନ୍ଧାନ ଆଞ୍ଚଳିକ କେନ୍ଦ୍ର, ଖୋର୍ଦ୍ଧା ଠାରେ ଭୂମି ପୂଜନ ସହ ଅକ୍ଷିମୁଠି କ୍ଷେତରେ ଶସ୍ୟ ବୁଣି ହଳ ଲଙ୍ଗଳ ଧରି ଆନୁଷ୍ଠାନିକ କୃଷିକାର୍ଯ୍ୟ ଶୁଭାରମ୍ଭ କରିବା ସହ ଜୟୀ ରାଜଗୁରୁ ଟାଉନ ହଲ ଠାରେ କୃଷକ ସମାବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଓ ନୈବେଦ୍ୟ ଅର୍ପଣ କରି ଖୋର୍ଦ୍ଧା ଜିଲ୍ଲାରେ ଶସ୍ୟ ଶ୍ୟାମଲା ପୁରୁଉଠୁ ବୋଲି ନିଜ ଉଦବୋଧନରେ ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଭୂମିପୁଜନରେ ଯୋଗଦାନ କରି ଅକ୍ଷିମୁଠି ବୁଣି ହଳ ଲଙ୍ଗଳରେ ଚାଷ ଅନୁକୂଳ କରି ଟାଉନ ହଲ ଠାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଲେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ।

ଏଠାର ଲୋକମାନଙ୍କର ଜୀବନ ଶୈଳୀ, ବଞ୍ଚିବାର ରାହା କୃଷି ଉପରେ ନିର୍ଭର କରିଥାଏ।  ମଣିଷର ସ୍ପନ୍ଦନ ଭଳି କୃଷି ଆମ ଜୀବନରେ ପ୍ରଭାବିତ ହୋଇଥାଏ। କାହିଁ କେଉଁ ଅନାଦି କାଳରୁ ପୃକୃତିର ନିୟମରେ ଅକ୍ଷୟ ତୃତୀୟା ପାଳନ ହୋଇଆସୁଛି। ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଆଜି ଅନୁକୂଳ ହେବାର ପରମ୍ପରା ରହିଛି। ପୃକୃତି ରାଣୀ ଆମ କୁ ସବୁ ବିଭବ ଭରି ଦେଇଛି। ଆମର ନାକାରତ୍ମକ ଭାବନା କୁ ସାକାରତ୍ମକ ଆଣି ସରକାରଙ୍କ ଯୋଜନା କୁ ଆପନେଇଲେ ଚାଷୀ, ଚାଷ, ଚାଷ ଜମିର ଉନ୍ନତି ହେବାସହ ଖୋର୍ଦ୍ଧା ଜିଲ୍ଲା ବିକାଶର କେନ୍ଦ୍ର ବିନ୍ଦୁ ହେବ ବୋଲି ପ୍ରକାଶ କରି କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିକାଶ ମୁଖୀ ଦୃତ ଯୋଜନା ର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ମୁଖ୍ୟ ଅତିଥି ଙ୍କ ସହ ସମସ୍ତ କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ। ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମ ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

କୃଷକ ଦିବସ ପରିପ୍ରେକ୍ଷୀରେ ଜିଲ୍ଲାର ୧୦ଜଣ ସଫଳ ଚାଷୀ କୃଷ୍ଣ ଚନ୍ଦ୍ର ଓଝା ମଙ୍ଗରାଜପୂର୍, ପ୍ରଭାତ କୁମାର ଜେନା ବେଲାପଦର୍,ଜୟ ପ୍ରକାଶ ସାମନ୍ତରାୟ କପାସିଆ,କେଳୁ ଚରଣ ସାମନ୍ତରାୟ ଗୋପୀନାଥପୁର,ଓ ପ୍ରଶାନ୍ତ ସାଶମଲ ବିରିବାଡ଼ି,ଗଗନ ବିଶ୍ଵାଳ ଲେଡୋ,କବିରାଜ ସାମନ୍ତସିଂହାର ତାଙ୍ଗିଆପଦା,ଜି ଶ୍ରୀନିବାସନ କାଲୁନିଆରି ସମନ୍ୱିତ ଚାଷ ଏବଂ ମାଆ ଅନ୍ନପୂର୍ଣ୍ଣା ଏସ ଏସ ଜି ଉଜିଲ ଗୋପୀନାଥପୁର ମାଣ୍ଡିଆ ଚାଷ ଏବଂ କୌଶଲ୍ୟା ଜେନା କନ୍ତାବାଡ ଆଖୁଚାଷ ଉତ୍କର୍ଷତା ପାଇଁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ।

ଶେଷରେ ସହକାରୀ କୃଷି ଜିଲ୍ଲା ଅଧିକାରୀ ଟାଙ୍ଗୀ ମନୋରଞ୍ଜନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସଭା ମଞ୍ଚ ପରିଚାଳନା ଭୁବନେଶ୍ୱର ବ୍ଲକ୍ କୃଷି ବୈଷୟିକ ପରିଚାଲିକା ସୁନିତା ମହାପାତ୍ର ସମ୍ପାଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ, ଚାଷୀ ସଂଗଠନ, ସ୍ଵୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା, ବୁଦ୍ଧିଜୀବୀ, ଜନ ପ୍ରତିନିଧି ଏବଂ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ସଭା ସ୍ଥଳୀରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନର ସିଧା ପ୍ରସାରଣ ର ଆୟୋଜନ କରାଯାଇଥିଲା।

ଅକ୍ଷୟ ତୃତୀୟା କୃଷକ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.