Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

May 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଦ୍ୱାରା ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର (INWEC – ICC National Women ‘s Entrepreneurship Council ) ୧୦୦ ବର୍ଷ ପୂର୍ତ୍ତି ସମାରୋହର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ, ‘ନାରୀ ଶକ୍ତିର ମହୋତ୍ସବ’ ବୋଲି କହିବା ସହିତ ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖିବା ଆବଶ୍ୟକ ବୋଲି କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା କେବଳ ଓଡିଶା ନୁହେଁ ବରଂ ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ । ଆମେ ନିକଟରେ, ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଳେଭ, ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିଥିଲୁ ଏବଂ ସେଥିରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଆଉ ଆଜି ଆମେ ଏହି ମେଳାରେ ସେହି ବାସ୍ତବିକତାକୁ ଦେଖୁଛୁ ।ଅର୍ଥନୀତି କ୍ଷେତ୍ରରେ ମହିଳା ମାନଙ୍କ ଯୋଗଦାନ ରହିଛି ଏବଂ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନାର ସଫଳତା ହିଁ ଏହାର ଜ୍ୱଳନ୍ତ ଉଦାହରଣ ।

ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ। ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ଏବଂ ଆତ୍ମବିଶ୍ୱାସର ସହ ନେତୃତ୍ୱ ଦେବା ପାଇଁ ଆଗେଇ ଆସିବା ଅତ୍ୟନ୍ତ ଆନନ୍ଦର ବିଷୟ। ଯେତେବେଳେ ମହିଳାମାନେ ଉନ୍ନତି କରନ୍ତି, ସମାଜ ସମୃଦ୍ଧ ହୁଏ ଏବଂ ଅର୍ଥନୀତି ବିକଶିତ ହୁଏ। ଆମ ମା’, ଭଉଣୀ ଓ ଝିଅମାନଙ୍କର ସମାନ ଭାଗୀଦାରୀ ବିନା ଓଡ଼ିଶାର ପ୍ରଗତି ଅସମ୍ପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ସୁଭଦ୍ରା ଯୋଜନା କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ଅର୍ଥନୈତିକ ସ୍ୱାଧୀନତାର ବାର୍ତ୍ତାବହ ଏବଂ୯୦ ପ୍ରତିଶତରୁ ଅଧିକ ମହିଳା ସୁଭଦ୍ରା ସହାୟତାର ସଦୁପଯୋଗ କରିଛନ୍ତି। ଆମେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ । ତେବେ, ସମସ୍ତଙ୍କ ପାଇଁ ଖୁସିର ବିଷୟ ଯେ, ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ଆମେ ମହିଳା ଉଦ୍ୟୋଗୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଆର୍ଥିକ ପ୍ରବେଶରେ ନିବେଶ କରୁଛୁ ଏବଂ ଓଡ଼ିଶାକୁ ଓମେନ-ଲେଡ୍ ବିକାଶର ଏକ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ଭଳି କାର୍ଯ୍ୟକ୍ରମ ଖୁବ୍ ସହାୟକ ହେବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ମହିଳା ମାନେ ହେବେ ଶ୍ରେଷ୍ଠ ଭାଗୀଦାର ଏବଂ ଆମ ସରକାର ଏଥି ପାଇଁ ପୁରା ସମର୍ଥନ ଯୋଗାଇ ଦେବେ।

କାର୍ଯ୍ୟକ୍ରମରେ ଯୋଗଦେଇ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ମନ୍ତ୍ରୀ, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ ଏହି ସମାବେଶ, ଓଡିଆ ମହିଳା ଉଦ୍ୟୋଗୀଙ୍କୁ ଆହୁରି ଉତ୍ସାହିତ କରିବା ସହ ଆର୍ଥିକ ସ୍ବାଧୀନତା ପାଇଁ ଭବିଷ୍ୟତର ରାସ୍ତା ଖୋଲିବ। ଓଡ଼ିଶା ବିକାଶରେ ମହିଳା ଉଦ୍ୟୋଗୀ ମାନେ ହିଁ ଏକ ସମୃଦ୍ଧ ପରିବର୍ତ୍ତନର ସ୍ବର ।

ଏହି ଅବସରରେ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ସଫଳତାର ରୂପାୟନ ଦେଇ ମହିଳା ମାନେ ଆଜି ପାରମ୍ପରିକ ଉଦ୍ୟୋଗ ସହିତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଶକ୍ତ ହେଉଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଆଇସିସି ଚେୟାରପର୍ସନ ରାଜୀବ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଇନ୍-ୱେକ୍ ର କୋ-କନଭେନର, ସ୍ୱାତୀ କେଜରିୱାଲ, ଆଇସିସି ଭାଇସ ଚେୟାରପର୍ସନ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, କନଭେନର, ଧର୍ମାଦିତ୍ୟ ପଟନାୟକ ପ୍ରମୁଖ ମଂଚାସୀନ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026
Latest News

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026

ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 17, 2026

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.