
ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅବସ୍ଥିତ ଧୂଆଁଳ ରେଳ ଧାରଣା ପାର୍ଶ୍ୱରୁ ଏକ ବୁଦାରୁ ଗତକାଲି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ପଡ଼ିଥିବା ଖବର ସ୍ଥାନୀୟ ଲୋକ ଆରପିଏଫ କୁ ସୂଚନା ଦେଇଥିଲେ। ମୃତକ ଏକ ଧଳା ରଙ୍ଗର ସାର୍ଟ ଓ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ଜଣାପଡିଛି।
ନିରାକାରପୁର ଜିଆରପି ଗତକାଲି ବିଳମ୍ବିତ ରାତିରେ ସୂଚନା ପାଇବା ପରେ ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିଚୟ ମିଳିନଥିବା ବେଳେ, ସେ ଟ୍ରେନ ରୁ ଖସି ପଡିଯାଇଥିବା ଅନୁମାନ କରାଯାଉଛି। ଏ ନେଇ ନିରାକାରପୁର ଜିଆରପି କେସ ନମ୍ବର ୨୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।