Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓସ୍ୱାସ କାର୍ଯ୍ୟ କାରିତା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓସ୍ୱାସ କାର୍ଯ୍ୟ କାରିତା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ

May 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ, କୃଷି ଏବଂ ଅତ୍ୟାବଶ୍ୟକ ସେବା ବିଭାଗରେ ଓସ୍ଵାସ ମାଧ୍ୟମରେ ନଥିକାର୍ଯ୍ୟ ସମ୍ପାଦିତ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ) ଭୁବନେଶ୍ୱର ଓସ୍ୱାସ୍ ପରିସର ଉପଦେଷ୍ଟା ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା ଜିଲ୍ଲାକୁ ଓସ୍ୱାସ୍ ସଂଯୋଗିକରଣ ନିମନ୍ତେ ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ସାହୁ ବୈଠକରେ ସୂଚନା ଦେବାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକର ଓସ୍ଵାସ୍ ଭିତ୍ତିଭୂମି ଯଥା କମ୍ପ୍ୟୁଟର, ପ୍ରିଣ୍ଟର, ଅପରେଟର, ଇଣ୍ଟରନେଟ ସେବା ଉପଲବ୍ଧ ଆଦି କାର୍ଯ୍ୟଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପଚାରିବୁଝି, ବ୍ୟବହାର କରିବା ଅଧିକାରୀ କର୍ମଚାରୀ ସମସ୍ତଙ୍କ ସହ ସମୀକ୍ଷା କରି ଆସନ୍ତା ୧୫ ତାରିଖ ସୁଦ୍ଧା ଉଦ୍ଘାଟନ କରାଯିବାକୁ କହିଥିଲେ। ନଥିପତ୍ର କାର୍ଯ୍ୟ ସଠିକ୍ ଢଙ୍ଗରେ, ସ୍ବଚ୍ଛତା ରେ , ସୁରକ୍ଷାରେ ଏବଂ ନିର୍ଭୁଲ ଭାବେ ସ୍ୱଳ୍ପ ସମୟରେ କାର୍ଯକାରୀ କରିବା ଏହି ପାଇଲଟ୍ ପ୍ରୋଜେକ୍ଟ ର ମୂଳ ଲକ୍ଷ୍ୟ ଅଟେ ଆସନ୍ତା ୫ ତାରିଖ ଠାରୁ ଏଥି ନିମନ୍ତେ ପ୍ରଶିକ୍ଷଣ ଆରମ୍ଭ କରାଯିବାକୁ ଖସଡ଼ା ପ୍ରସ୍ତୁତ ହୋଇଅଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ସମସ୍ତ ବିଭାଗ ର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିଷ୍ଠା ଓ ଆନ୍ତରିକତା ସହ ପ୍ରଶିକ୍ଷଣ ନେଇ ଧାର୍ଯ୍ୟ ତାରିଖରେ ନିଜନିଜ କାର୍ଯ୍ୟାଳୟରେ ଓସ୍ୱାନ ମାଧ୍ୟମରେ ନଥି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର, ପ୍ରତିଷ୍ଠାନ ଦେବବ୍ରତ କର, ରାଜ୍ୟ ଓସ୍ବାସ ସଂଯୋଜଳ ରମେଶ କୁମାର ସାହୁ ମଞ୍ଚାଷିନ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ଶୁଗୁଡ଼ା ମୁର୍ମୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ଓକାକ୍ ଟିମ୍ ଯୋଗଦେଇଥିଲେ

ଖୋର୍ଦ୍ଧା ଜିଲ୍ଲା ପ୍ରସ୍ତୁତି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

March 10, 2026
Latest News

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.