Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାରରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀଙ୍କୁ ସମ୍ମାନିତ
ଆଜିର ଖବର

ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାରରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀଙ୍କୁ ସମ୍ମାନିତ

May 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରଥ୍ଵୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଏକାମ୍ର, ଭୁବନେଶ୍ୱରର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜେପିର ବରିଷ୍ଠ ସଦସ୍ୟ ଜଗନ୍ନାଥ ପ୍ରଧାନ ଯୋଗଦେଇଥିଲେ।

ଓଡ଼ିଆ ଚଳଚ୍ଚିତ୍ର ତଥା କଳା ଜଗତ ପାଇଁ ଶ୍ରୀଯୁକ୍ତ ଜେଠୀଙ୍କର ଅବଦାନ ପାଇଁ ସାଧୁବାଦ ଜଣାଇଥିଲେ। ଓଡ଼ିଆ ଦର୍ଶକ କିପରି ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ବିଭିନ୍ନ ଶୈଳୀରେ ପ୍ରଚାର କରି ବେଶ ଚର୍ଚ୍ଚିତ ହୋଇଛନ୍ତି। ଏଯାବତ୍ ୧୫୦ ରୁ ଉର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର କରିବା ସହିତ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି। କେବଳ ଚଳଚ୍ଚିତ୍ର ନୁହେଁ, ମେଗା ଧାରାବାହିକ, ୱେବ ସିରିଜ୍, ମଞ୍ଚ ନାଟକ ପ୍ରତି ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ।

କଞ୍ଚା ଲଙ୍କା, ଆଓ ନେକ୍ସଟ ଭଳି ଆଗଧାଡିର ଦୁଇଟି ଓଟିଟି ପ୍ଲାଟଫର୍ମ, ଓଡିଶାର ସର୍ବାଧିକ ଲୋକ ପ୍ରିୟ ସାଟେଲାଇଟ ଚ୍ୟାନେଲ ଜୀ ସାର୍ଥକ, ଲୋକପ୍ରିୟ ମ୍ୟୁଜିକ ଚ୍ୟାନେଲ୍‌ ଆମର ମ୍ୟୁଜିକର ପ୍ରଚାର ଓ ପ୍ରସାର ମୁଖ୍ୟ ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଜୁପିଟର କଲେଜ, ନିସ୍‌ ଗ୍ରୁପ୍‌ ଅଫ୍ ଇନଷ୍ଟିଟ୍ୟୁସନ, ଗୀତା ଅଟୋନୋମସ୍ କଲେଜ, ଗିଫ୍ଟ ଅଟୋନୋମସ୍ କଲେଜ, ଅକ୍ସଫୋର୍ଡ ଗ୍ରୁପ୍ ଅଫ୍ ଇଷ୍ଟିଚ୍ୟୂସଳସ୍ , ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ଇତ୍ୟାଦି କଲେଜର ଫ୍ରିଲାନ୍ସ ପ୍ରଚାର ଓ ପ୍ରସାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଯେଉଁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଏ ତାହା କିପରି ସଠିକ ଭାବେ ହୋଇପାରିବ ଏବଂ ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ସେ ସବୁବେଳେ ଯତ୍ନବାନ ଥାଆନ୍ତି। ମିଡ଼ିଆ ଦୁନିଆ ପ୍ରତି ଶ୍ରୀଯୁକ୍ତ ଜେଠୀ ଙ୍କ ଅତୁଳନୀୟ ଅବଦାନ ପାଇଁ ଉପସ୍ଥିତ ଅତିଥି ଗଣ ଅଧିକରୁ ଅଧିକ କାର୍ଯ୍ୟ କରନ୍ତୁ ବୋଲି ଆଶା ପ୍ରକଟ କରିଥିଲେ।

ଓଡିଆ ଚଳଚ୍ଚିତ୍ର ପ୍ରଣୟ ଜେଠୀ ଭୁବନେଶ୍ୱର ସାମ୍ବାଦିକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଗର ଯାତ୍ରାରେ ଭକ୍ତିମୟ ରଣପୁର: ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜିଉଠିଲା ମନ୍ଦିର ପରିସର

February 15, 2026

ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ

February 15, 2026

ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’: ୬ ଗିରଫ, ୫୧ ଟି ଆଇନଗତ ନୋଟିସ୍

February 15, 2026

ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ

February 15, 2026
Latest News

ଜାଗର ଯାତ୍ରାରେ ଭକ୍ତିମୟ ରଣପୁର: ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜିଉଠିଲା ମନ୍ଦିର ପରିସର

February 15, 2026

ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ

February 15, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’: ୬ ଗିରଫ, ୫୧ ଟି ଆଇନଗତ ନୋଟିସ୍

February 15, 2026

ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.