Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ସମ୍ବାଦପତ୍ର ଭଞ୍ଜଦୂତ ର ସ୍ବନକ୍ଷତ୍ର ଦିବସରେ ପ୍ରଯୋଜକ ପ୍ରଣୟ ଜେଠୀଙ୍କୁ ଭଞ୍ଜଦୂତ ସମ୍ମାନ ପ୍ରଦାନ

ଭୁବନେଶ୍ଵର: ଓଡିଆ ସମ୍ବାଦପତ୍ର ଭଞ୍ଜଦୂତର ଗତକାଲି ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଯୋଜକ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି। ପ୍ରଯୋଜକ ଶ୍ରୀ ଜେଠୀଙ୍କୁ ଭଞ୍ଜଦୂତ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ଜେଠୀଙ୍କୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଶିରିଡି ସାଇବାବା ମୁଭିଜ୍ ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ୍ ଶ୍ରୀଯୁକ୍ତ” ଚଳଚ୍ଚିତ୍ରର ଶୁଭ ମହୁରତ

ଭୁବନେଶ୍ଵର: ପ୍ରଣୟ ଜେଠୀ ପ୍ରଯୋଜିତ ତଥା ଶିରିଡି ସାଇବାବା ମୁଭିଜ୍ ବ୍ୟାନରର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ମହୁରତ ଅବସରରେ ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିରଞ୍ଜନ ବେହେରା, ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ, ରବି ମିଶ୍ର ଅଭିନେତ୍ରୀ ଲିପ୍ସା ମହାରଣାଙ୍କ ସମେତ ଅତିଥି ଭାବେ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଞ୍ଜୟ କୁମାର ପଟେଲ ଏବଂ ଶିବିର କୁମାର ପରିଡା ଉପସ୍ଥିତ ରହି କ୍ଲାପ୍ ଦେଇଥିଲେ।

ପୂର୍ବରୁ ଶିରିଡି ସାଇବାବା ମୁଭିଜ୍ ର ପ୍ରଥମ ଅବଦାନ ଥିଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁର। ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଲରେନ୍ସ ଓ ଲିଟିଲ ଭଳି ଦମଦାର ଷ୍ଟାର କାଷ୍ଟିଂ କୁ ନେଇ ନିର୍ମାଣ ହୋଇଥିଲା ସିନ୍ଦୂର। ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ନାଁ ରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ପାରିବାରିକ ଓ କମେଡି କାହାଣୀ ଉପରେ ଆଧାରିତ ହେଇଥିବ।

ତେବେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ନିର୍ଦ୍ଦେଶନା ଭାର ନିରଞ୍ଜନ ବେହେରା କାନ୍ଧେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ଚିତ୍ରତ୍ତୋଳନ ଦାୟିତ୍ୱ ରେ ବାପି ଅଛନ୍ତି।

ପବ୍ଲିସିଟି ଡିଜାଇନର ଭାବେ ରେ ଅଛନ୍ତି ବିଜୁ ଏବଂ ପ୍ରଡ଼କସନ୍ ଡିଜାଇନର ଦାୟିତ୍ୱ ରେ ବୁବୁନା ଦାୟିତ୍ୱ ତୁଲାଉଛନ୍ତି। “ଶ୍ରୀମାନ ଶ୍ରୀଯୁକ୍ତ” ଚଳଚ୍ଚିତ୍ର ର ମୁଖ୍ୟ ଭୂମିକାରେ ଅଭିନେତା ସାନୁ ଓ ଅଭିନେତ୍ରୀ ସସ୍ମିତା ଥିବାବେଳେ ତାଙ୍କ ସହିତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଲିପ୍ସା ମହାରଣା, ଛନ୍ଦିତା, ରାଜୀବ ମହାନ୍ତି ପ୍ରମୁଖ ଅଭିନୟ କରୁଛନ୍ତି।

ସମାଜରେ ପ୍ରତ୍ୟେକ ଦିନ ଘଟୁଥିବା କଥା କୁ କାହାଣୀ ର ରୂପ ଦେଇ କମେଡି ଧାରା ରେ ଚଳଚ୍ଚିତ୍ର ନିର୍ମାଣ କଲେ ବେଶ ଲୋକାଦୃତ ହେବେ ବୋଲି ପ୍ରଯୋଜକ ପ୍ରଣୟ ଜେଠୀ ଆଶା ରଖିଛନ୍ତି।

Categories
ଆଜିର ଖବର ମନୋରଂଜନ

ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ

ଭୁବନେଶ୍ୱର: ଆମ ଟିଭି ନ୍ୟୁଜ ଏବଂ ଏଣ୍ଟରଟେନମେଣ୍ଟ ଚ୍ୟାନେଲର ସଫଳତା ପରେ ଏବେ ଆମ ଟିଭି ପକ୍ଷରୁ ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ ହୋଇଯାଇଛି। ଶ୍ରୁତିମଧୁର ଓ ଲୋକାଦୃତ ସଂଗୀତର  ପ୍ରତିଶ୍ରୁତି ନେଇ ଚ୍ୟାନେଲଟି ସବୁ ବର୍ଗର ହୃଦୟକୁ ଛୁଇଁବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ଓ ଅତିଥିମାନେ ଏହି ଉତ୍ସବ ମତ ଦେଇଛନ୍ତି।

ଶିକ୍ଷାବିତ ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା ଯୋଗଦେଇ ଚ୍ୟାନେଲ ସଫଳତା ସହ ଲୋକ ମନକୁ ଆକର୍ଷିତ କରିବ ବୋଲି ମତ ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଯୋଗଦେଇ ସଂଗୀତ ନିର୍ଦେଶକ ଓମପ୍ରକାଶ ମହାନ୍ତିଙ୍କ ଗୀତ ଜହ୍ନ ଗୋଟେ ଛୋଟ ବିସ୍କୁଟ.. କୁ ନିଜ ସୁମଧୁର କଣ୍ଠରେ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଏନ. ଗଙ୍ଗାଧର ରେଡ୍ଡୀ, ରୋଟାରୀଆନ ପ୍ରସନ୍ନ ଚୌଧୁରୀ, ସମାଜସେବୀ ଶଶୀଭୂଷଣ ଦାସ, ଶ୍ରୀକାନ୍ତ ନାୟକ, ଏମ. ତେଜେଶ୍ଵର ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଆମ ଟିଭିର ପ୍ରତିଷ୍ଠାତା ଓ ନିର୍ଦେଶକ ପ୍ରଣୟ ଜେଠୀ ଚ୍ୟାନେଲର ପ୍ରଥମ ଗୀତ ଛାଁ କୁ… ଲୋକାର୍ପିତ କରିଥିଲେ। ଏହି ସଂଗୀତକୁ ସୁବ୍ରତ ସ୍ୱାଇଁ ଲେଖିଥିବାବେଳେ ନିର୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। କଣ୍ଠ ଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅନୁରାଧା ପାଣିଗ୍ରାହୀ। ଆଗକୁ ଏହି ଚ୍ୟାନେଲ ଦର୍ଶକଙ୍କ ପସନ୍ଦ ମୁତାବକ ସଂଗୀତ ଭେଟିଦେବ ବୋଲି ଶ୍ରୀ ଜେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ମନୋରଂଜନ ସିନେମା

ନୂଆ ଓଡ଼ିଆ ଗୀତ ‘ସବୁକଥା ଶେଷରେ ତୋରି‌ ନାଁ’ର ରେକର୍ଡିଂ ଆରମ୍ଭ

ଭୁବନେଶ୍ବର, ଆମ ଟିଭି ପ୍ରସ୍ତୁତ ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ନୂଆ ଓଡ଼ିଆ ଗୀତ “ସବୁକଥା ଶେଷରେ ତୋରି‌ ନାଁ ” କଟକସ୍ଥିତ ମିଲନ ଷ୍ଟୁଡିଓରେ ରେକର୍ଡିଂ ହୋଇଛି। ସୁବ୍ରତ ସ୍ୱାଇଁ ରଚିତ ଗୀତଟି ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । କଣ୍ଠଦାନ କରିଛନ୍ତି ଅନୁରାଧା ପାଣିଗ୍ରାହୀ।

ଗୀତଟି ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରବ‌ ବୋଲି କାଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଏଥିରେ ରେକର୍ଡିଷ୍ଟ ସୈ।ଭାଗ୍ୟ ପଣ୍ଡା , ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ଇଭେଣ୍ଟ ମ୍ୟାନେଜର ରକି‌ ଇନାୟତ ପ୍ରମୁଖ ଉପସ୍ଥିତ ଥିଲେ।