ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ

Published: Nov 6, 2021, 7:13 am IST

ଭୁବନେଶ୍ୱର: ଆମ ଟିଭି ନ୍ୟୁଜ ଏବଂ ଏଣ୍ଟରଟେନମେଣ୍ଟ ଚ୍ୟାନେଲର ସଫଳତା ପରେ ଏବେ ଆମ ଟିଭି ପକ୍ଷରୁ ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ ହୋଇଯାଇଛି। ଶ୍ରୁତିମଧୁର ଓ ଲୋକାଦୃତ ସଂଗୀତର  ପ୍ରତିଶ୍ରୁତି ନେଇ ଚ୍ୟାନେଲଟି ସବୁ ବର୍ଗର ହୃଦୟକୁ ଛୁଇଁବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ଓ ଅତିଥିମାନେ ଏହି ଉତ୍ସବ ମତ ଦେଇଛନ୍ତି।

ଶିକ୍ଷାବିତ ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା ଯୋଗଦେଇ ଚ୍ୟାନେଲ ସଫଳତା ସହ ଲୋକ ମନକୁ ଆକର୍ଷିତ କରିବ ବୋଲି ମତ ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଯୋଗଦେଇ ସଂଗୀତ ନିର୍ଦେଶକ ଓମପ୍ରକାଶ ମହାନ୍ତିଙ୍କ ଗୀତ ଜହ୍ନ ଗୋଟେ ଛୋଟ ବିସ୍କୁଟ.. କୁ ନିଜ ସୁମଧୁର କଣ୍ଠରେ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଏନ. ଗଙ୍ଗାଧର ରେଡ୍ଡୀ, ରୋଟାରୀଆନ ପ୍ରସନ୍ନ ଚୌଧୁରୀ, ସମାଜସେବୀ ଶଶୀଭୂଷଣ ଦାସ, ଶ୍ରୀକାନ୍ତ ନାୟକ, ଏମ. ତେଜେଶ୍ଵର ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଆମ ଟିଭିର ପ୍ରତିଷ୍ଠାତା ଓ ନିର୍ଦେଶକ ପ୍ରଣୟ ଜେଠୀ ଚ୍ୟାନେଲର ପ୍ରଥମ ଗୀତ ଛାଁ କୁ… ଲୋକାର୍ପିତ କରିଥିଲେ। ଏହି ସଂଗୀତକୁ ସୁବ୍ରତ ସ୍ୱାଇଁ ଲେଖିଥିବାବେଳେ ନିର୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। କଣ୍ଠ ଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅନୁରାଧା ପାଣିଗ୍ରାହୀ। ଆଗକୁ ଏହି ଚ୍ୟାନେଲ ଦର୍ଶକଙ୍କ ପସନ୍ଦ ମୁତାବକ ସଂଗୀତ ଭେଟିଦେବ ବୋଲି ଶ୍ରୀ ଜେଠୀ ସୂଚନା ଦେଇଛନ୍ତି।

Related posts