Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଜୀବେ ନିଷ୍ଠୁରତା, ଏସପିସିଏ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଦାବୀ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଜୀବେ ନିଷ୍ଠୁରତା, ଏସପିସିଏ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଦାବୀ

May 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Animal
ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଜୀବେ ନିଷ୍ଠୁରତା, ଏସପିସିଏ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଦାବୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜୀବେ ନିଷ୍ଠୁରତା ନିରୋଧ ସମିତି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ହୋଇ ପଡିଛି। ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀ ଭୁବନେଶ୍ବର ରେ ନୀରିହ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁର ଆଚରଣ ,ହତ୍ୟା ଆଦିର ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଏନଫୋର୍ସ ପାଇଁ ଜିଲ୍ଲାର ଜୀବେ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ପୂର୍ବରୁ ଜିଲ୍ଲା ରେ ଏସପିସିଏ ( Society for the Prevention of Cruelty to Animals) ଇନ୍ସପେକ୍ଟର ପଦବୀ ଥିବା ବେଳେ ବର୍ତ୍ତମାନ ଦୀର୍ଘ ବର୍ଷ ଧରି ଏହା ଖାଲି ପଡ଼ିଛି।

ଯାହା ଫଳରେ ତୁରନ୍ତ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁର ଆଚରଣ, ବେଆଇନ ଚାଲାଣ, ହତ୍ୟା, ବିଷ ପ୍ରୟୋଗ କରି ନୀରିହ ପ୍ରାଣୀ ଙ୍କୁ ହତ୍ୟା ଆଦି ଘଟଣା ପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ୍ୟହୋଇ ପଡିଛି।

ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ପରି ରାଜ୍ୟର ରାଜଧାନୀ ଅଞ୍ଚଳରେ ପ୍ରାଣୀ ନିଷ୍ଠୁରତା ଚରମ ସୀମାରେ ପହଁଚି ଯାଇଥିବା ବେଳେ ଏହାକୁ ନେଇ ତ୍ବରିତ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାର ଥିବା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସ ପି ସି ଏ ସମ୍ପୂର୍ଣ୍ଣ ଅକ୍ଷମ।ପ୍ରତି ଜିଲ୍ଲାର ଏହାର ଅଧ୍ୟକ୍ଷ ଖୋଦ ଜିଲ୍ଲା ପାଳ ଥିବା ବେଳେ, ଉପସଭାପତି ଏସ ପି ଏବଂ ସମ୍ପାଦକ ଜିଲ୍ଲା ର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣୀ ନିଷ୍ଠୁରତା ନିରୋଧ ନିରୀକ୍ଷଣ ପଦବୀ ବହୁ ବର୍ଷ ରୁ ଖାଲି ପଡ଼ିଛି।

ଏ ନେଇ ଗତ ୧୨ ସେପ୍ଟେମ୍ବର ମାସ ୨୦୨୪ମସିହାରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିବା ଏସ ପି ସି ଏ ର ସାଧାରଣ ବୈଠକରେ ତୁରନ୍ତ ଏସ ପି ସି ଏ ଇନ୍ସପେକ୍ଟର ତୁରନ୍ତ ନିଯୁକ୍ତି ପାଇଁ ସର୍ଵ ସମ୍ମତ ନିଷ୍ପତ୍ତି ହୋଇଥିଲା।

ଜିଲ୍ଲା ର ପ୍ରାଣୀ ମଙ୍ଗଳ ଦାଇତ୍ୱ ରେ ଥିବା ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଙ୍କୁ ଜିଲାପାଳ ନୂତନ ଇନ୍ସପେକ୍ଟର ନିଯୁକ୍ତି ପର୍ଯ୍ୟନ୍ତ ଏହାକୁ ସମ୍ପାଦନା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏ ସମ୍ପର୍କରେ ଜିଲ୍ଲାର ଏସ ପି ସି ଏ ସଦସ୍ୟଙ୍କ ଠାରୁ ସବୁ ଖବର ପାଇବା ପରେ ମଧ୍ୟ ସେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଏପରିକି ଖୋଦ ଏସ ପି ସି ଏ ସଂପାଦକ ତଥା ସିଡିଭିଓ ମଧ୍ୟ ଚୁପ ରହୁଛନ୍ତି।

ବିଗତ କିଛି ଦିନ ଧରି ଭୁବନେଶ୍ୱର ମହାନଗର ସ୍ଥିତ ବିମାନ ବନ୍ଦର ନିକଟରେ ବିଷ ଦେଇ କୁକୁର ମାନଙ୍କୁ ହତ୍ୟାକରାଯାଉଥିବା ବେଳେ ଏହାର ଅଭିଯୋଗ ଉପରେ ଏସ ପି ସି ଏ କର୍ତ୍ତୃପକ୍ଷ ନିରବ ରହୁଥିବା ବେଳେ ଆଜି ଜିଲ୍ଲାରେ ତୁରନ୍ତ ଏସ ପି ସି ଏ ଇନ୍ସପେକ୍ଟର ପଦବୀ ପୂରଣ କରିବା ପାଇଁ ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ଼ ର ପୂର୍ବତନ ପ୍ରାଣୀକଲ୍ୟାଣ ଅଧିକାରୀ ତଥା ରାଜ୍ୟର ଏସ ପି ସି ଏ ଆଜୀବନ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା ଖୋର୍ଦ୍ଧା ଜିଲ୍ଲାପାଳ ତଥା ଏସ ପି ସି ଏ ଅଧ୍ୟକ୍ଷ ଙ୍କୁ ଦାବୀ ପତ୍ର ଦେବା ସହ ଏହାର କପି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବ ରାଜ୍ୟ ପ୍ରାଣୀ ସମ୍ପଦ, ନିର୍ଦ୍ଦେଶକ, ରାଜ୍ୟ ପ୍ରାଣୀ ସଂପଦ ବିକାଶ ବିଭାଗ,ସମ୍ପାଦକ ଖୋର୍ଦ୍ଧା ଏସପି ସି ଏ ଙ୍କୁ ପ୍ରଦାନ କରିଛନ୍ତି।

ଏଥି ସହିତ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଏକ ସପ୍ତାହ ଧରି ପ୍ରତିଦିନ କେହି ଦୁର୍ବୁଦ କୁକୁର ମାନଙ୍କ ଖାଦ୍ୟ ରେ ବିଷ ଦେଇ ହେଉଥିବା ହତ୍ୟା କୁ ବିରୋଧ କରି ପୋଲିସ ଓ ପ୍ରଶାସନିକ ସ୍ତରରେ ଏହାର ତଦନ୍ତ କରି ଏଥିରେ ଲିପ୍ତ ଆସାମୀ କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୁବନେଶ୍ୱର ଓ ଜିଲ୍ଲାର ଏସ ପି ସି ଏ ର ସମସ୍ତ ସଦସ୍ୟ ଓ ପ୍ରାଣୀ ସୁରକ୍ଷା କର୍ମୀ ଦାବୀ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଡା ତ୍ରୈଲୋକ୍ୟ ନାଥ ମହାରଣା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026
Latest News

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.