Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୪.୪୨ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଓ ଜିଓ ଫାଇବର ଗ୍ରାହକ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ୪.୪୨ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଓ ଜିଓ ଫାଇବର ଗ୍ରାହକ: ଟ୍ରାଇ ତଥ୍ୟ

May 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ହୋମ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ଭାବରେ ଏହାର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି, ରିଲାଏନ୍ସ ଜିଓ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧.୫ ଲକ୍ଷ ଜିଓଏୟାରଫାଇବର ଗ୍ରାହକ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଆଜି ପ୍ରକାଶିତ ହୋଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ଜିଓଏୟାରଫାଇବର ଗ୍ରାହକଙ୍କ ମୋଟ ସଂଖ୍ୟା ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ୧.୫ ଲକ୍ଷ ଅତିକ୍ରମ କରିଛି। ଓଡ଼ିଶାରେ ୫ଜି ଏୟାରଫାଇବର କ୍ଷେତ୍ରରେ ଜିଓଏୟାରଫାଇବର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅପେକ୍ଷା ପାଞ୍ଚ ଗୁଣ ଅଧିକ ରହିଛି। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସରେ ଓଡ଼ିଶାରେ ୫ଜି ଏଫଡବ୍ଲୁଏ (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) ବା ଏୟାରଫାଇବର ଗ୍ରହଙ୍କଙ୍କ ମୋଟ ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୧.୭୭ ଲକ୍ଷରୁ ଅଧିକ ହୋଇଛି।

ୱାୟାରଲାଇନ୍ କ୍ଷେତ୍ରରେ ମଧ୍ୟ ସର୍ବାଗ୍ରେ ରହିଥିବା ଜିଓ ଓଡ଼ିଶାରେ ୨.୯୨ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଏହାର ତାରଯୁକ୍ତ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର ଦ୍ୱାରା ସଂଯୁକ୍ତ କରିଛି। ସେହିଭଳି ମୋବାଇଲ ସେବା କ୍ଷେତ୍ରରେ ଜିଓ ମାର୍ଚ୍ଚ ମାସରେ ଓଡ଼ିଶାରେ ୧.୩୫ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହିତ ରାଜ୍ୟରେ ଜିଓ ୪ଜି / ୫ଜି ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୧.୬ କୋଟିକୁ ବୃଦ୍ଧି ହୋଇଛି।

ବିଶ୍ୱବ୍ୟାପୀ ଯୋଗାଯୋଗ ଶିଳ୍ପରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ୫ଜି ଏଫଡ଼ବ୍ଲୁଏ କ୍ଷେତ୍ରରେ, ଜାତୀୟ ସ୍ତରରେ ଜିଓ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୫.୭ ଲକ୍ଷରୁ ଅଧିକ ଗ୍ରାହକଙ୍କ ସହିତ ୮୨ ପ୍ରତିଶତରୁ ଅଧିକ ବଜାର ଅଂଶ ହାସଲ କରିଛି। ଜିଓ ମାର୍ଚ୍ଚ ମାସରେ ଦେଶରେ ସର୍ବାଧିକ ୩.୩୪ ଲକ୍ଷରୁ ଅଧିକ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡ଼ିବା ସହିତ ଏହି କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଜିଓ ଦେଶରେ ନୂତନ ଉପଭୋକ୍ତା ଯୋଡିବାରେ ୭୪ ପ୍ରତିଶତରୁ ଅଧିକ ବଜାର ଅଂଶ ସହିତ ସର୍ବାଗ୍ରେ ରହିଛି ଏବଂ ୨୦୨୫ ମାର୍ଚ୍ଚ ମାସରେ ସମଗ୍ର ଟେଲିକମ ଶିଳ୍ପରେ ଯୋଡି ହୋଇଥିବା ୨.୯୩ ନିୟୁତ ନୂତନ ଗ୍ରାହକ ମଧ୍ୟରୁ ଜିଓ ୨.୧୭ ନିୟୁତ ନୂତନ ଗ୍ରାହକ ଯୋଡ଼ିଛି।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ଵପ୍ନ ଭଳି ରହିଥିଲା। କ୍ରିକେଟ୍ ସିଜିନ୍ ପାଇଁ ଜିଓ ଆରମ୍ଭ କରିଥିବା ଅସୀମିତ ଅଫର ସହିତ ୫୦ ଦିନର ମାଗଣା ଜିଓଫାଇବର / ଜିଓଏୟାରଫାଇବର ଟ୍ରାଏଲ୍ ସଂଯୋଗ ପ୍ରଦାନ କରୁଛି, ଯାହା ସାରା ଓଡ଼ିଶାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଏହି ଅଫର ସହିତ ଗ୍ରାହକମାନେ ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ, ନିରବଛିନ୍ନ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଆହୁରି ଅନେକ ସୁବିଧା ଉପଭୋଗ କରୁଛନ୍ତି।

କେବଳ ଏକ ଜିଓ ସିମ ଏବଂ ୧୫ ମଇ ୨୦୨୫ ପୂର୍ବରୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ ସହିତ, ଗ୍ରାହକମାନେ ଉଚ୍ଚ ମାନର ମନୋରଞ୍ଜନ କଣ୍ଟେଣ୍ଟ ସାଙ୍ଗକୁ ପ୍ରତ୍ୟେକ ମ୍ୟାଚର ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିର୍ବିଘ୍ନ, ଉଚ୍ଚ-ଗୁଣବତ୍ତା ଷ୍ଟ୍ରିମିଂର ମଜା ନେଇପାରିବେ।

ଓଡିଶା ଜିଓ ଜିଓ ଫାଇବର
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.