Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ “ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା’ ଅଫର ଘୋଷଣା କରାଯାଇଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିବ। ୨୦୨୨ ଅକ୍ଟୋବର ୧୮ରୁ ୨୮ ତାରିଖ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ। ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ଦୁଇଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ।

ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହିତ ଏହି ଦୁଇ ପ୍ଲାନ୍ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍କ୍ରାଇବ୍ କରିବାକୁ ହେବ। ଏହି ଦୁଇ ପ୍ଲାନ୍ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ। ତେବେ ଏଥି ସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ।

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ୨୦୨୨ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ଦୁଇ ଅତିିରିକ୍ତ ଲାଭ ମିଳିବ। ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍ ଓ ୧୫ ଦିନର ଅତିରିକ୍ତ ବୈଧତା।

ଯେଉଁ ଗ୍ରାହକମାନେ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବିକଳ୍ପ ଚୟନ କରିବେ ସେମାନଙ୍କୁ ସେଥିରେ ୩୦ ଏମବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିପି ଆପ୍ ଏବଂ ୫୫୦ରୁ ଅଧିକ ଅନ୍‌-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ। ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ଜଣକ ୪,୨୪୧ ଟଙ୍କା (୩୫୯୪ ଟଙ୍କା+ ୬୪୭ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ତାହା ଉପରେ ୪୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇବେ। ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୧୦୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ। ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ।

୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୬,୩୬୫ ଟଙ୍କା (୫୩୯୪ ଟଙ୍କା+୯୭୧ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୬୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ। ଏଥି ସହିତ ଆଜିଓର ୨୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୩୦୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ।

ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ। ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ। ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୨,୬୯୭ ଟଙ୍କା (୩୧୮୨ ଟଙ୍କା+୪୮୫ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୩୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ। ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୫୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ। ଏହି ପ୍ଲାନ୍‌ରେ ଅତିରିକ୍ତ ବୈଧତା ମିଳିବ ନାହିଁ।

ଯେଉଁ ଗ୍ରାହକମାନେ ଏହି ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ପ୍ଲାନ୍‌କୁ କିଣିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ୬୦୦୦ ଟଙ୍କା ମୂଲ୍ୟର ୪-କେ ଜିଓଫାଇବର ସେଟ୍ ଟପ୍ ବକ୍ସ ମିଳିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ୩୫ରୁ ଊର୍ଦ୍ଧ୍ୱ ସହର ଓ ନଗରକୁ ନିଜର ଉପସ୍ଥିତି ସମ୍ପ୍ରସାରିତ କଲା ଜିଓଫାଇବର

ଭୁବନେଶ୍ୱର: ଦେଶରେ ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜର ସ୍ଥିତିକୁ ଅଧିକ ଦୃଢିଭୁତ କରି ଜିଓଫାଇବର ସମ୍ପ୍ରତି ଓଡ଼ିଶାର ୩୫ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହେଉଛି। ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା ଏବଂ ବଡବିଲ ସହରର ପ୍ରମୁଖ ଅଂଚଳରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ସମ୍ପ୍ରତି ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡା, ବରଗଡ, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡବିଲ ସମେତ ୩୫ରୁ ଅଧିକ ସହରରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରକୁ ଏହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛିି।

ପୂର୍ବରୁ ଜିଓଫାଇବର ଉପଲବ୍ଧ ଥିବା ସହର ଓ ନଗରଗୁଡିକରେ ମଧ୍ୟ ଜିଓ ନିଜର ଏହି ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ସେବାକୁ ଅଧିକ ପରିବ୍ୟାପ୍ତ କରୁଛି ଏବଂ ଏହା ନୂଆ ଅଂଚଳ ତଥା ସହର ଉପକଣ୍ଠ ଅଂଚଳଗୁଡିକୁ ସେବା ପରିବ୍ୟାପ୍ତ କରିବା ସହିତ ବ୍ୟକ୍ତିଗତ ଗୃହ ଠାରୁ ନେଇ କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ପେଶାଦାରଙ୍କ ସମେତ ହଜାର ହଜାର ସଂଖ୍ୟକ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ସେମାନଙ୍କୁ ଅସୀମିତ ମନୋରଞ୍ଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ଆଦିର ସମୃଦ୍ଧ ଅନୁଭୂତି ଯୋଗାଇ ଦେଉଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୨ ମେ ୩୧ ସୁଦ୍ଧା ଓଡ଼ିଶାରେ ଜିଓଫାଇବର୍ ଗ୍ରାହକଙ୍କ ସଂଖ୍ୟା ୧,୪୧,୩୪୬ ରହିଛି ଏବଂ ଏହା ପ୍ରତି ମାସରେ ଦ୍ରୁତ ଅଭିବୃଦ୍ଧି ଜାରି ରଖିଛି।

ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ସମ୍ପ୍ରତି ନୂଆ ପୋଷ୍ଟପେଡ ଗ୍ରାହକଙ୍କ ନିମନ୍ତେ ଶୂନ୍ୟ ପ୍ରବେଶ ମୂଲ୍ୟରେ ସେବା ଉପଲବ୍ଧ କରାଉଛି, ଯେଉଁଥିରେ ବ୍ୟବହାରକାରୀ ଜିଓଫାଇବର ପୋଷ୍ଟପେଡ ସଂଯୋଗ ନେବାକୁ ଚାହିଁଲେ ୧୦,୦୦୦ ଟଙ୍କା ମୂଲ୍ୟର ଇଂଟରନେଟ ବକ୍ସ (ଗେଟୱେ ରାଉଟର), ସେଟ୍ ଟପ ବକ୍ସ ଏବଂ ସ୍ଥାପନା (ଇନଷ୍ଟଲେସନ) ମାଗଣାରେ ପାଇବେ । ଅନ୍ୟ ଏକ ଉଲ୍ଲେଖନୀୟ ସୁବିଧା ଭାବରେ ଜିଓଫାଇବର ଏଂଟରଟେନମେଂଟ ବୋନାଞ୍ଜା ଜରିଆରେ ଅସୀମିତ ମନୋରଞ୍ଜନ ଯୋଗାଇ ଦେଉଛି, ଯାହା ମାତ୍ର ୧୦୦ ଟଙ୍କା ଅଧିକ ଦେୟରେ ଆରମ୍ଭ ହେଉଛି। ବ୍ୟବହାରକାରୀ ମାସିକ ୩୯୯ ଟଙ୍କାରେ ଅସୀମିତ ହାଇ-ସ୍ପିଡ ଇଂଟରନେଟର ସୁଯୋଗ ନେବା ବ୍ୟବସ୍ଥା ଅପରିବର୍ତିତ ରହିବାବେଳେ ତାହାସହିତ ମାସିକ ମାତ୍ର ୧୦୦ ଟଙ୍କା ଅଥବା ୨୦୦ ଟଙ୍କା ଅଧିକ ଦେଇ ସେମାନେ ଏଣିକି ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍ ଜରିଆରେ ସେମାନଙ୍କର ମନପସନ୍ଦର ବିଷୟବସ୍ତୁ ଦେଖିପାରିବେ।

ନୂତନ ଭାବରେ ଆରମ୍ଭ ହୋଇଥିବା ସହର ଓ ନଗରଗୁଡିକରେ ଜିଓଫାଇବରକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି। ନବରଙ୍ଗପୁର ସହରରେ ଜିଓଫାଇବର ସେବା ଏବେ ପାଟାଲସାହି, ଚଉରାଗୁଡା, ବାଦାମସାହି, ସେନାପତିସାହି, ଭଗବତୀ ସାହି, ରାଜୁସାହି, ଶାନ୍ତି ନଗର, ତେଲିସାହି, ଗୌଡସାହି, ଦଶହରାପଡା ଆଦି ଅଂଚଳରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଭାଗକୁ ଦ୍ରୁତ ସମ୍ପ୍ରସାରଣ ପ୍ରକ୍ରିୟା କାର୍ଯ୍ୟକାରୀ କରୁଛି। ସେହିଭଳି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସହରରେ ଜିଓଫାଇବର ସମ୍ପ୍ରତି ବଡବଜାର ଛକ, ବାସନ୍ତୀ ପଡିଆ, ଏଲଆଇସି ଅଫିସ, ବ୍ଲକ ଅଫିସ ଛକ, ଶାସନବାଦ, ପଥରପୁରା ଏବଂ ନିକଟବର୍ତୀ ଅଂଚଳରେ ଉପଲବ୍ଧ ହେବା ସହ ଖୁବଶୀଘ୍ର ସହରର ଅନ୍ୟାନ୍ୟ ଅଂଚଳକୁ ଏହି ସେବାର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ଫୁଲବାଣୀ ସହରରେ ଜିଓଫାଇବର ଏବେ ଅମଲାପଡା, ବସଷ୍ଟାଣ୍ଡ ଅଂଚଳ, ମାଷ୍ଟରପଡା, କଂଟ୍ରାକ୍ଟର ପଡା, ମେନ୍ ରୋଡ ଫୁଲବାଣୀ ସାହି, ମେଡିକାଲ ଅଂଚଳ, ମ୍ୟୁନିସିପାଲିଟି ଅଂଚଳ ଏବଂ ସନ୍ନିକଟ ଅଂଚଳଗୁଡିକରେ ତାହାର ସେବା ଯୋଗାଣ ଆରମ୍ଭ କରିଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ନିଜ ସେବା ଦ୍ରୁତ ସମ୍ପ୍ରସାରଣ କରୁଛି।

କେନ୍ଦୁଝର ଜିଲ୍ଲାର ଘସିପୁରା ସହରରେ ଜିଓଫାଇବର ସେବା ଏବେ ଶାଳପଡା, ଜାଆଁରା, ଖପରାଖାଇ, ଘସିପୁରା ବସଷ୍ଟାଣ୍ଡ ଏବଂ ମେଡିକାଲ ରୋଡ ଆଦି ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ଏହାର ଦ୍ରୁତଗତିରେ ସମ୍ପ୍ରସାରଣ କରାଯାଉଛି। ଅନୁରୂପ ଭାବରେ ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ସମ୍ପ୍ରତି କେନ୍ଦୁଝର ଜିଲ୍ଲା ବଡବିଲ ସହରର ରୁଙ୍ଗଟା କଲୋନି, ରାଜୀବ ନଗର ଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳ ସମେତ ନିକଟବର୍ତୀ ସ୍ଥାନଗୁଡିକରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ଦ୍ରୁତ ସମ୍ପ୍ରସାରଣ ପ୍ରକ୍ରିୟା ଚାଲିଛି। ଦ୍ରୁତ ସମ୍ପ୍ରସାରଣଶୀଳ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ଅଧିକାଂଶ ଅଂଚଳରେ ଉପଲବ୍ଧ ହୋଇଛି ଏବଂ ନିକଟରେ ଏହା ଗୌତମ ନଗର, ପାର୍କ ଷ୍ଟ୍ରିଟ, ରାମଲକ୍ଷ୍ମୀ ନଗର, ପଟନାୟକ କଲୋନୀ, ଏଲଆଇସି କଲୋନୀ, କୁଲଟି ଗୋପାଳପୁର ଏବଂ ନିକଟବର୍ତୀ ଅଂଚଳଗୁଡିକୁ ସମ୍ପ୍ରସାରିତ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଓ ଫାଇବର ସଂଯାଗ ନିଅନ୍ତୁ, ତିରିଶ ଦିନ ପାଇଁ ମାଗଣା ଇଣ୍ଟରନେଟ ଏବଂ ଟିଭି ସହ ଅନ୍ୟ ସେବା ପାଆନ୍ତୁ

ମୂମ୍ବାଇ/ଭୁବନେଶ୍ୱର: ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍‌’ ବା ନୟେ ଇଣ୍ଡିଆ କା ନୟା ଜୋଶ୍‌ କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମନ୍ତେ ଜିଓ ଫାଇବର୍ ପକ୍ଷରୁ ନୂଆ ଟାରିଫ୍ ପ୍ଲାନ୍‌ଗୁଡିକର ଘୋଷଣା କରାଯାଇଛି।

ଜିଓ ଫାଇବର ୩୦-ଦିନ ମାଗଣା ପରୀକ୍ଷଣ ସେବାରେ କଣ ରହିଛି

୧. ହାଇ ସ୍ପିଡ୍ ଇଣ୍ଟରନେଟ୍‌: ଘରେ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଇଣ୍ଟରନେଟ୍ ଓ ୱାଇ-ଫାଇ ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ସପିଙ୍ଗ୍‌ର ଅନୁଭୂତି ପ୍ରଦାନ କରିବ।

୨. ମନୋରଞ୍ଜନ: ଅନ୍‌-ଡିମାଣ୍ଡ୍ ଭିଡିଓ, ଲାଇଭ୍ ଟିଭି, ସିନେମା ଓ ଆହୁରି ବହୁତ କିଛି ସହ ମନୋରଂଜନ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ। ନେଟଫ୍ଲିକ୍ସ, ଆମାଜନ, ଡିଜନି+ ହଟ୍‌ଷ୍ଟାର୍ ଇତ୍ୟାଦି ୧୨ଟି ପେଡ୍ ଓଟିଟି ଆପ୍ ବିନା ଅତିରିକ୍ତ ଖର୍ଚ୍ଚରେ ମିଳିବ । ଟିଭିରେ ୟୁଟ୍ୟୁବ୍ ଠାରୁ ଆରମ୍ଭ କରି ନିଜ ପସନ୍ଦର ପୁରୁଣା ଟିଭି ସୋ’ ଦେଖିବା ପର‌୍ୟ୍ୟନ୍ତ ଗୋଟିଏ ଆପ୍ ଜିଓ ଟିଭି ପ୍ଲସ୍‌ରେ ସବୁ କିିଛି ଉପଲବ୍ଧ ହେବ।

୩. କଣ୍ଟେଣ୍ଟ୍ ଖୋଜିବା ସହଜ: ଜିଓ ରିମୋଟ୍‌ରେ ଭଏସ୍ ସର୍ଚ୍ଚ ସୁବିଧା ସହିତ କଣ୍ଟେଣ୍ଟ୍‌ର ସର୍ବବୃହତ ଲାଇବ୍ରେରି ମଧ୍ୟରୁ ଖୋଜିବା ସହଜ ହେବ।

୪. ଦୁନିଆ ସହିତ ସଂଯୋଗ: ବିନା ମୂଲ୍ୟରେ ଏଚଡି ଭଏସ୍ କଲିଂ ସହିତ ନିଜର ବନ୍ଧୁ, ପରିବାର ଏବଂ କର୍ମକ୍ଷେତ୍ର ସହ ସମ୍ପର୍କରେ ରୁହନ୍ତୁ ଅଥବା ଦୁନିଆର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତିଙ୍କୁ ଭିଡିଓ କଲ୍ ଓ କନଫରେନ୍ସ କରନ୍ତୁ।

୫. ୱାର୍କ ଫ୍ରମ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ସହିତ ବିନା କୌଣସି ପ୍ରତିବନ୍ଧକରେ ଘରେ ରହି କାର୍ଯ୍ୟ କରନ୍ତୁ।

୬. ହେଲ୍‌ଥ ଆଟ୍ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଆପଣଙ୍କୁ ଘରେ ରହି ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଦାନ କରିବାରେ ସହାୟକ ହେବ

୭. ଗେମସ୍ ଆଟ୍ ହୋମ୍‌: ଉପଭୋଗ୍ୟ ଗେମିଂ ଅନୁଭୂତି ପାଇଁ ଜିଓ ଗେମସ୍ ଆକର୍ଷଣୀୟ ଗେମିଂ ବିକଳ୍ପ ପ୍ରଦାନ କରୁଛି

ଗୁରୁତ୍ୱପୂର୍ଣ୍ଣ ତାରିଖ:

୧. ସେପ୍ଟେମ୍ବର ୧ରୁ ସକ୍ରିୟ ହେଉଥିବା ନୂଆ ଜିଓ ଫାଇବର୍ ଗ୍ରାହକମାନେ ୩୦-ଦିନର ମାଗଣା ପରୀକ୍ଷଣ ସୁବିଧା ପାଇପାରିବେ

୨. ଭରସା ରଖିଥିବା ଗ୍ରାହକମାନଙ୍କୁ ପୂରସ୍କୃତ କରିବାରେ ଜିଓ ସର୍ବଦା ବିଶ୍ୱାସ ରଖୁଥିବାରୁ ଜିଓ ଫାଇବର୍‌ର ପୁରୁଣା ଗ୍ରାହକମାନଙ୍କୁ ଏହି ସବୁ ସ୍ୱତନ୍ତ୍ର ସୁବିଧା ମିଳିବ

କ) ସମସ୍ତ ପୁରୁଣା ଜିଓଫାଇବର୍ ଗ୍ରାହକମାନେ ନୂଆ ଟାରିଫ୍ ପ୍ଲାନ୍‌ରେ ମିଳୁଥିବା ସବୁ ସୁବିଧା ଓ ଲାଭକୁ ଉନ୍ନୀତ ହୋଇପାରିବେ

ଖ) ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ଯେଉଁ ଜିଓ ଫାଇବର୍ ଗ୍ରାହକମାନେ ସାମିଲ ହୋଇଛନ୍ତି ସେମାନେ ମାଇଁଜିଓରେ ଏକ ଭାଉଚର ଜରିଆରେ ୩୦ ଦିନିଆ ମାଗଣା ପରୀକ୍ଷଣ ସୁବିଧା ପାଇବେ

ଏ ସମ୍ପର୍କରେ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, “ନିୟୁତାଧିକ ଘରେ ସଂଯୋଗ ପ୍ରଦାନ ସହିତ ଜିଓଫାଇବର ଦେଶର ସର୍ବବୃହତ ଫାଇବର୍ ପ୍ରଦାନକାରୀ ହୋଇସାରିଛି, ମାତ୍ର ଭାରତ ଓ ଭାରତୀୟଙ୍କ ପାଇଁ ଆମର ଲକ୍ଷ୍ୟ ବହୁତ ବଡ଼। ଆମେ ଫାଇବର୍‌କୁ ପ୍ରତିଟି ଘରେ ପହଂଚାଇବାକୁ ଏବଂ ପରିବାରର ପ୍ରତିଟି ସଦସ୍ୟଙ୍କୁ ସଶକ୍ତ କରିବାକୁ ଚାହୁଛୁ ।

ଜିଓ ସହିତ ଭାରତକୁ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ପରିଣତ କରିବା ପରେ, ଜିଓଫାଇବର୍ ଭାରତକୁ ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଅଗ୍ରଣୀ ସ୍ଥାନକୁ ଉନ୍ନୀତ କରିବ ଏବଂ ଏଥିପାଇଁ ୧୬୦୦ରୁ ଅଧିକ ସହର ଓ ନଗରରେ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରାଯିବ। ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରାଇବା ନିମନ୍ତେ ଏହି ଜିଓଫାଇବର୍ ଅଭିଯାନରେ ସାମିଲ ହେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି । ’’