Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ ଫାଇବର ସଂଯାଗ ନିଅନ୍ତୁ, ତିରିଶ ଦିନ ପାଇଁ ମାଗଣା ଇଣ୍ଟରନେଟ ଏବଂ ଟିଭି ସହ ଅନ୍ୟ ସେବା ପାଆନ୍ତୁ
ଜାତୀୟ ଖବର

ଜିଓ ଫାଇବର ସଂଯାଗ ନିଅନ୍ତୁ, ତିରିଶ ଦିନ ପାଇଁ ମାଗଣା ଇଣ୍ଟରନେଟ ଏବଂ ଟିଭି ସହ ଅନ୍ୟ ସେବା ପାଆନ୍ତୁ

August 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୂମ୍ବାଇ/ଭୁବନେଶ୍ୱର: ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍‌’ ବା ନୟେ ଇଣ୍ଡିଆ କା ନୟା ଜୋଶ୍‌ କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମନ୍ତେ ଜିଓ ଫାଇବର୍ ପକ୍ଷରୁ ନୂଆ ଟାରିଫ୍ ପ୍ଲାନ୍‌ଗୁଡିକର ଘୋଷଣା କରାଯାଇଛି।

ଜିଓ ଫାଇବର ୩୦-ଦିନ ମାଗଣା ପରୀକ୍ଷଣ ସେବାରେ କଣ ରହିଛି

୧. ହାଇ ସ୍ପିଡ୍ ଇଣ୍ଟରନେଟ୍‌: ଘରେ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଇଣ୍ଟରନେଟ୍ ଓ ୱାଇ-ଫାଇ ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ସପିଙ୍ଗ୍‌ର ଅନୁଭୂତି ପ୍ରଦାନ କରିବ।

୨. ମନୋରଞ୍ଜନ: ଅନ୍‌-ଡିମାଣ୍ଡ୍ ଭିଡିଓ, ଲାଇଭ୍ ଟିଭି, ସିନେମା ଓ ଆହୁରି ବହୁତ କିଛି ସହ ମନୋରଂଜନ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ। ନେଟଫ୍ଲିକ୍ସ, ଆମାଜନ, ଡିଜନି+ ହଟ୍‌ଷ୍ଟାର୍ ଇତ୍ୟାଦି ୧୨ଟି ପେଡ୍ ଓଟିଟି ଆପ୍ ବିନା ଅତିରିକ୍ତ ଖର୍ଚ୍ଚରେ ମିଳିବ । ଟିଭିରେ ୟୁଟ୍ୟୁବ୍ ଠାରୁ ଆରମ୍ଭ କରି ନିଜ ପସନ୍ଦର ପୁରୁଣା ଟିଭି ସୋ’ ଦେଖିବା ପର‌୍ୟ୍ୟନ୍ତ ଗୋଟିଏ ଆପ୍ ଜିଓ ଟିଭି ପ୍ଲସ୍‌ରେ ସବୁ କିିଛି ଉପଲବ୍ଧ ହେବ।

୩. କଣ୍ଟେଣ୍ଟ୍ ଖୋଜିବା ସହଜ: ଜିଓ ରିମୋଟ୍‌ରେ ଭଏସ୍ ସର୍ଚ୍ଚ ସୁବିଧା ସହିତ କଣ୍ଟେଣ୍ଟ୍‌ର ସର୍ବବୃହତ ଲାଇବ୍ରେରି ମଧ୍ୟରୁ ଖୋଜିବା ସହଜ ହେବ।

୪. ଦୁନିଆ ସହିତ ସଂଯୋଗ: ବିନା ମୂଲ୍ୟରେ ଏଚଡି ଭଏସ୍ କଲିଂ ସହିତ ନିଜର ବନ୍ଧୁ, ପରିବାର ଏବଂ କର୍ମକ୍ଷେତ୍ର ସହ ସମ୍ପର୍କରେ ରୁହନ୍ତୁ ଅଥବା ଦୁନିଆର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତିଙ୍କୁ ଭିଡିଓ କଲ୍ ଓ କନଫରେନ୍ସ କରନ୍ତୁ।

୫. ୱାର୍କ ଫ୍ରମ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ସହିତ ବିନା କୌଣସି ପ୍ରତିବନ୍ଧକରେ ଘରେ ରହି କାର୍ଯ୍ୟ କରନ୍ତୁ।

୬. ହେଲ୍‌ଥ ଆଟ୍ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଆପଣଙ୍କୁ ଘରେ ରହି ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଦାନ କରିବାରେ ସହାୟକ ହେବ

୭. ଗେମସ୍ ଆଟ୍ ହୋମ୍‌: ଉପଭୋଗ୍ୟ ଗେମିଂ ଅନୁଭୂତି ପାଇଁ ଜିଓ ଗେମସ୍ ଆକର୍ଷଣୀୟ ଗେମିଂ ବିକଳ୍ପ ପ୍ରଦାନ କରୁଛି

ଗୁରୁତ୍ୱପୂର୍ଣ୍ଣ ତାରିଖ:

୧. ସେପ୍ଟେମ୍ବର ୧ରୁ ସକ୍ରିୟ ହେଉଥିବା ନୂଆ ଜିଓ ଫାଇବର୍ ଗ୍ରାହକମାନେ ୩୦-ଦିନର ମାଗଣା ପରୀକ୍ଷଣ ସୁବିଧା ପାଇପାରିବେ

୨. ଭରସା ରଖିଥିବା ଗ୍ରାହକମାନଙ୍କୁ ପୂରସ୍କୃତ କରିବାରେ ଜିଓ ସର୍ବଦା ବିଶ୍ୱାସ ରଖୁଥିବାରୁ ଜିଓ ଫାଇବର୍‌ର ପୁରୁଣା ଗ୍ରାହକମାନଙ୍କୁ ଏହି ସବୁ ସ୍ୱତନ୍ତ୍ର ସୁବିଧା ମିଳିବ

କ) ସମସ୍ତ ପୁରୁଣା ଜିଓଫାଇବର୍ ଗ୍ରାହକମାନେ ନୂଆ ଟାରିଫ୍ ପ୍ଲାନ୍‌ରେ ମିଳୁଥିବା ସବୁ ସୁବିଧା ଓ ଲାଭକୁ ଉନ୍ନୀତ ହୋଇପାରିବେ

ଖ) ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ଯେଉଁ ଜିଓ ଫାଇବର୍ ଗ୍ରାହକମାନେ ସାମିଲ ହୋଇଛନ୍ତି ସେମାନେ ମାଇଁଜିଓରେ ଏକ ଭାଉଚର ଜରିଆରେ ୩୦ ଦିନିଆ ମାଗଣା ପରୀକ୍ଷଣ ସୁବିଧା ପାଇବେ

ଏ ସମ୍ପର୍କରେ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, “ନିୟୁତାଧିକ ଘରେ ସଂଯୋଗ ପ୍ରଦାନ ସହିତ ଜିଓଫାଇବର ଦେଶର ସର୍ବବୃହତ ଫାଇବର୍ ପ୍ରଦାନକାରୀ ହୋଇସାରିଛି, ମାତ୍ର ଭାରତ ଓ ଭାରତୀୟଙ୍କ ପାଇଁ ଆମର ଲକ୍ଷ୍ୟ ବହୁତ ବଡ଼। ଆମେ ଫାଇବର୍‌କୁ ପ୍ରତିଟି ଘରେ ପହଂଚାଇବାକୁ ଏବଂ ପରିବାରର ପ୍ରତିଟି ସଦସ୍ୟଙ୍କୁ ସଶକ୍ତ କରିବାକୁ ଚାହୁଛୁ ।

ଜିଓ ସହିତ ଭାରତକୁ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ପରିଣତ କରିବା ପରେ, ଜିଓଫାଇବର୍ ଭାରତକୁ ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଅଗ୍ରଣୀ ସ୍ଥାନକୁ ଉନ୍ନୀତ କରିବ ଏବଂ ଏଥିପାଇଁ ୧୬୦୦ରୁ ଅଧିକ ସହର ଓ ନଗରରେ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରାଯିବ। ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରାଇବା ନିମନ୍ତେ ଏହି ଜିଓଫାଇବର୍ ଅଭିଯାନରେ ସାମିଲ ହେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି । ’’

ଜିଓ ଫାଇବର
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026

ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହ

July 4, 2026

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026
Latest News

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026

ଡ୍ରେନରେ ଭାସି ନିଖୋଜ : ଉଦ୍ଧାର କାର୍ଯ୍ୟ ସ୍ଥଗିତ

July 5, 2026

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.