Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଭିନେତ୍ରୀ ପ୍ରିୟା ମହାପାତ୍ରଙ୍କ ପଡିଲା ହାତଗଣ୍ଠି
ଆଜିର ଖବର

ଅଭିନେତ୍ରୀ ପ୍ରିୟା ମହାପାତ୍ରଙ୍କ ପଡିଲା ହାତଗଣ୍ଠି

May 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ଜଣେ ନାୟିକା ସହିତ ମୁଖ୍ୟତଃ ଖଳନାୟିକା ଚରିତ୍ରରେ ଅଭିନୟ କରି ଢେର ପ୍ରଶଂସା ସାଉଣ୍ଟିଥିବା ଅଭିନେତ୍ରୀ ପ୍ରିୟା ମହାପାତ୍ରଙ୍କର ପଡିଛି ହାତଗଣ୍ଠି। ଦୀର୍ଘ ବର୍ଷ ପୂର୍ବେ ଦୂରଦର୍ଶନରେ ପ୍ରସାରିତ ହୋଇଥିବା ଭାଉଜ ଏବଂ କଳିଯୁଗ ଧାରାବାହିକରେ ପ୍ରଥମେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ।

ମୁଠାଏ ସପନ, ଅପା, ତୁଳସୀ (ଇଟିଭି), ସିନ୍ଦୁର ବିନ୍ଦୁ, ଜ୍ୱାଇଁ ନଂ ୧, କଥା ତ ଏତିକି (ଜୀ ସାର୍ଥକ), କୁମକୁମ (କଲର୍ସ ଓଡ଼ିଆ), ଅପରାଜିତା (ସିଦ୍ଧାର୍ଥ ଟିଭି), ତରଙ୍ଗର କିଛି ଲୁହ ପିଇଯାଏ ଓଠ, ତେଜସ୍ୱିନୀ, ଶଙ୍ଖା ସିନ୍ଦୁର ଇତ୍ୟାଦି ଧାରାବାହିକ ସହିତ ପ୍ରେମ ଅଢେଇ ଅକ୍ଷର, ମନ ମୋର ପ୍ରଜାପତି, ସାତ ସୁରେ ବନ୍ଧା ଏ ଜୀବନ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟର ଯାଦୁ ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଯୋଗାଇଛି।

ତେବେ ତାଙ୍କର ଅଭିନୟ କ୍ୟାରିଅରରେ ଅନେକ ବିବାହ ଦୃଶ୍ୟରେ ସେ ନଜର ଆସିଥାନ୍ତି ହେଲେ ଏବେ ତାଙ୍କର ସତସତିକା ଶୁଭ ପରିଣୟ ହୋଇଛି। ପୁରୀ ଜଗନ୍ନାଥଧାମ ବାସିନ୍ଦା ବିଭୁ ପ୍ରସାଦ ରଥ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ପବିତ୍ର ହୋମ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହେବା ପାଇଁ ଶପଥ ନେଇଛନ୍ତି।

ଦୁଇ ବର୍ଷ ପୂର୍ବେ ବିଭୁଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସମସ୍ତଙ୍କର ପସନ୍ଦର ଅଭିନେତ୍ରୀ ପ୍ରିୟା ମହାପାତ୍ର। ତେବେ ବିବାହ ପରେ ମଧ୍ୟ ତାଙ୍କର ଅଭିନୟ ଜାରି ରହିବ ଏବଂ ଦର୍ଶକଙ୍କୁ ଠିକ ସେହିପରି ମନୋରଞ୍ଜନ ଯୋଗାଇଚାଲିବେ ବୋଲି ମତ ଦେଇଥିଲେ।

କଳିଯୁଗ ଦୂରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 31, 2025

ଦକ୍ଷିଣ ଆଫ୍ରିକାରେ ୨ଟି ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ ଅମୀୟ, ହେଲେ ଭୁଲିଗଲା ପ୍ରଶାସନ

December 31, 2025

କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ

December 31, 2025

ଯନ୍ତ୍ରଣା ନିବାରକ ନିମୋସ୍ଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

December 31, 2025
Latest News

ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 31, 2025

ଦକ୍ଷିଣ ଆଫ୍ରିକାରେ ୨ଟି ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ ଅମୀୟ, ହେଲେ ଭୁଲିଗଲା ପ୍ରଶାସନ

December 31, 2025

କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ

December 31, 2025

ଯନ୍ତ୍ରଣା ନିବାରକ ନିମୋସ୍ଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

December 31, 2025

ମୁହଁରେ ହ୍ଵାଇଟ ହେଡ୍ସର ସମସ୍ୟା ଅଛି କି?, ଘରୋଇ ଉପଚାର ଦ୍ଵାରା ଏହାକୁ କରନ୍ତୁ ସଫା

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.