ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ବଡ଼ ଅପମାନ, PSL ଆୟୋଜନ କରିବାକୁ ମନା କଲା UAE

Published: May 9, 2025, 7:21 pm IST

ନୂଆଦିଲ୍ଲୀ: ଭାରତର ‘ଅପରସନ ସିନ୍ଦୁର’ ଯୋଗୁଁ ସମଗ୍ର ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି। କ୍ରମାଗତ ଦ୍ଵିତୀୟ ଦିନ ପାଇଁ ପାକିସ୍ତାନ ଉପରେ ଭାରତ ପ୍ରଚଣ୍ଡ ପ୍ରହାର କରିଛି। ଭାରତର ଏହି ଆକ୍ରମଣ ଯୋଗୁଁ ପାକିସ୍ତାନର ବିପୁଳ କ୍ଷତି ହୋଇଛି।

ତେବେ ଏହି ପୂର୍ବରୁ ପାକିସ୍ତାନରେ ଚାଲିଥିବା ପିଏସଏଲ-୨୦୨୫ କୁ ରଦ୍ଦ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ UAE ରେ କରିବା ପାଇଁ ପାକିସ୍ତାନ ସ୍ଵପ୍ନ ଦେଖୁଛି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ବହୁତ ଅପମାନିତ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ସୁପର ଲିଗ୍ ଆୟୋଜନ କରିବାକୁ ମନା କରିଦେଇଛି।

Related posts