Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଦେଶ କଂଗ୍ରେସ ପକ୍ଷରୁ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ
ଆଜିର ଖବର

ପ୍ରଦେଶ କଂଗ୍ରେସ ପକ୍ଷରୁ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ

May 9, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଅତ୍କଳ ଭାରତ କଂଗ୍ରେସ କମିଟିର ଆହ୍ଵାନକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପାକିସ୍ଥାନର ଆତଙ୍କବାଦକୁ ଦମନ କରିବା ପାଇଁ ବୀରତ୍ବ, ଅସୀମ ସାହସ, ଅମାପଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିବା ଭାରତୀୟ ଯବାନ ମାନଙ୍କର ସମ୍ମାନର୍ଥେ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ରାମ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଟିନ ଛକଠାରେ ସମାପନ ହୋଇଥିଲା। ସେଠାରେ ସେବାଦଳ ପକ୍ଷରୁ ଭାରତର ସ୍ଥଳ, ଜଳ ଓ ବାୟୁ ସେନାଙ୍କ ପ୍ରତି ସଲାମୀ କାର୍ଯ୍ୟକ୍ରମ ହୋଇଥିଲା । ତ୍ରୀରଙ୍ଗା ଯାତ୍ରାରେ କଂଗ୍ରେସକର୍ମୀ ମାନେ ଜାତୀୟ ପତାକା ଧରି “ଜୟହୀନ୍ଦ”, “ଜୟଜବାନ” ସ୍ଲୋଗାନ ଦେଇ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶାତ୍ମକ ବୋଧକ ସଂଗୀତ ଡାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇଥିଲା।

ଏହି ଅବସରରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଦାସ କହିଥିଲେ ଯେ ଭାରତର ବୀର ଯବାନ ମାନେ ଆତଙ୍କବାଦୀ ରାଷ୍ଟ୍ର ପାକିସ୍ଥାନକୁ ଯେଉଁ କଡ଼ା ଜବାବ ଦେଇଛନ୍ତି ସେଥ‌ିପାଇଁ କଂଗ୍ରେସ ଦଳ, ଏହାର ନେତୃବୃନ୍ଦ ଓ କର୍ମୀମାନେ ଗର୍ବିତ। ଆତଙ୍କବାଦକୁ ଦମନ କରିବାପାଇଁ ଦେଶର ସେନାବାହିନୀ ସୁସଜ୍ଜିତ ଓ କର୍ତବ୍ୟରତ ରହିଛନ୍ତି। ଏହି ମହାନ ସଂଗ୍ରାମରେ ସମସ୍ତ ଭାରତୀୟ ଏକତ୍ରୀତ ଏବଂ ଏକ ସ୍ବରରେ ଆତଙ୍କବାଦ ବିରୁଦ୍ଧରେ ଲଢ଼ୁଛନ୍ତି । ସେନାବାହିନୀ ପଛରେ ଆମେ ଅଟଳ ରହିଛୁ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଜନନାୟକ ରାହୁଲ ଗାନ୍ଧୀ ତଥା ଦେଶର ସମସ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଭାରତୀୟ ସେନାଙ୍କର ଅତୁଲ୍ୟ ଶକ୍ତି ପ୍ରଦର୍ଶନର ପ୍ରଶଂସା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସି ପ୍ରଭାରୀ ଶ୍ରୀ ଅଜୟ କୁମାର ଲ କହିଥିଲେ ଯେ ଆମର ଯବାନମାନେ ଦେଶର ସମ୍ମାନ, ସ୍ବାଭିମାନ ଓ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଲଢ଼େଇ କରୁଛନ୍ତି । ସେମାନଙ୍କର ତ୍ୟାଗ, ରାଷ୍ଟ୍ରଭକ୍ତି ଓ ଦେଶବାସୀଙ୍କ ପାଇଁ ଅଙ୍ଗୀକାରର ପଟ୍ଟାନ୍ତର ନାହିଁ । ଏହି କାର୍ଯ୍ୟକ୍ରମରେ ଏଆଇସିସିର ସହ ପ୍ରଭାରୀ ରୋଜାଲିନ ତିର୍କୀ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ଶ୍ରୀକାନ୍ତ ଜେନା, ତାରା ପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ସମୀର ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ରମେଶ ଜେନା, ବିଶ୍ୱଜିତ ଦାଶ, ମହମ୍ମଦ ମୋକିମ, ରଞ୍ଜିତ ପାତ୍ର, ଉଦିତ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ଇଲଲାଟେନ୍ଦୁ ମହାପାତ୍ର, ନଗେନ୍ଦ୍ର ପ୍ରଧାନ, ରବି ମଲ୍ଲିଜ, ନବଜ୍ୟୋତି ପଟ୍ଟନାୟକ, ସୁବ୍ରତ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ବିଭୂତି ମିଶ୍ର, ପ୍ରଫୁଲ୍ଲ ପ୍ରଧାନ, ଦେବାଶିଷ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ଵରଞ୍ଜନ ମହାନ୍ତି, ସୋଫିଆ ପିନ୍ଦୋସ, ପ୍ରଶାନ୍ତ ଚମ୍ପଭି, ପ୍ରକାଶ ଜେନା, କିଶୋର ଜେନା, ଜିଆଉଲ ହକ, ଉମାବଲ୍ଲଭ ରଥ, ମହମ୍ମଦ ଇମଦାଦ, ଅମିୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ମନୋଜ ସିଂ, ସୁଧାଂଶୁ ଦେଓ, ପ୍ରକାଶ ମିଶ୍ର, ମାନସ ରଞ୍ଜନ ଆଚାର୍ଯ୍ୟ, ପୃଥ‌ିବୀ ବଲ୍ଲଭ ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ପଦ୍ମାକର ଗୁରୁ, ସ୍ମୃତି ଲେଙ୍କା, ମାନସ ମଲ୍ଲିକ, ରଜନୀ ମହାନ୍ତି, ଶାନ୍ତନୁ ସାହୁ, ନଟବର ବାରିକ, ବାଙ୍କନିଧୁ ବେହେରା, ସିଦ୍ଧାର୍ଥ ଦାସ, ରାଜକିଶୋର ବାରିକ, ପ୍ରଦୀପ୍ତ ଦାସ, ସୁଶାନ୍ତ ତ୍ରିପାଠୀ, ଲଲାଟେନ୍ଦୁ ଦାସ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ପ୍ରଣତୀ ମିଶ୍ର, କୁସୁମ ପ୍ରଧାନ, ସିଦ୍ଧାଥ ମହାନ୍ତି, ବିପ୍ଳବ ଚୌଧୁରୀ, ହିଂମାଶୁ ଲେଙ୍କା, ଅଜୟ ସାହୁ, ରାଜୀବ ପଟ୍ଟନାୟକ, ସନ୍ତୋଷ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଶିଳ୍ପଶ୍ରୀ ହରିଚନ୍ଦନ, ଶ୍ରେୟାସ୍ମିତା ପଣ୍ଡା, ସିଦ୍ଧାର୍ଥ ମହାନ୍ତି, ଉଷାରାଣୀ ବେହେରା, ସୁଭାଷ ପ୍ରଧାନ, ଏମଡି ଶାହାଦୁଗ୍ଧ, ଶାନ୍ତାୟନ ମିଶ୍ର, ଅନିମା ମିଞ୍ଜ, ନିରୁପମା ପାତ୍ର, ଅଭୟ ସ୍ବାଇଁ, ସତ୍ୟବ୍ରତ ନାୟକ, ସନ୍ତୋଷ ପ୍ରଧାନ, ସମସିବା ତାଇବା, ବଟକୃଷ୍ଣ ରାଉତରାୟ, ଦୀପକ ସାହୁ, ସସ୍ମିତା ପଣ୍ଡା, ପ୍ରଦୀପ ମହାପାତ୍ର, ନଳିନୀ କାନ୍ତ ନାୟକ, ସୁଦୀପ ସାମଲ, ଶିବକୁମାର ନାୟାର, ନିଶିକାନ୍ତ ମିଶ୍ର, ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର, ସନ୍ତୋଷ ବଳ, ସିଲି ସେଠୀ, ବିଶ୍ଵଜିତ ଦାସ, ଜାକବ ପ୍ରଧାନ, ସଂଜୟ ମଣ୍ଡଳ, ବିନୋଦ ନାୟକ, ମିତ୍ରଭାନୁ ମହାପାତ୍ର, ମାସୁଦ ଅଲ୍ଲୀ, ପ୍ରତାପ ପ୍ରଧାନ, ଅଶୋକ ମଙ୍ଗରାଜ, ସଂଜୟ ରାୟ, ଆଲୋକ ନନ୍ଦ, ନିରଞ୍ଜନ ନାୟକ, ମୋହନ ଜେନା, ମନୋଜ ସାହୁ, ପ୍ରାଚୀ ରାଉତରାୟ, ମନିଶା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ସ୍ନେହାପ୍ରଭା ଜେନା, ବିରଞ୍ଚୁ ବାରିକ, ଦେବାଶିଷ ମହାପାତ୍ର, ବନମାଳି ଦାସ, ସୁଧାଂଶୁ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଓଡିଶା କଂଗ୍ରେସ କଂଗ୍ରେସ ତ୍ରିରଙ୍ଗା ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.