ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ପାଇଁ ରାଜି!: ଟ୍ରମ୍ପଙ୍କ ଦାବି ପରେ ଭାରତ ସରକାର କଲେ ନିଶ୍ଚିତ

Published: May 10, 2025, 5:54 pm IST

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନା ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭୟଭୀତ ପାକିସ୍ତାନ ବିଶ୍ୱର ଦେଶମାନଙ୍କୁ ଭାରତ ସହିତ ଶାନ୍ତି ଏବଂ ସମାଧାନ ପାଇଁ ନିବେଦନ କରିଥିଲା। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ପାଇଁ ରାଜି ହୋଇଥିବା ଦାବି କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, “ଆମେରିକା ମଧ୍ୟସ୍ଥତାରେ ଦୀର୍ଘ ରାତିର ଆଲୋଚନା ପରେ, ମୁଁ ଘୋଷଣା କରି ଖୁସି ହେଉଛି ଯେ ଭାରତ ଏବଂ ପାକିସ୍ତାନ ଏକ ସମ୍ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଉଭୟ ଦେଶକୁ ଅଭିନନ୍ଦନ। ଏହି ବିଷୟରେ ଧ୍ୟାନ ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ।”

ତେବେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସାମ୍ବାଦିକ ସମ୍ମିଳନୀରେ ଏହା ନିଶ୍ଚିତ କରିଛନ୍ତି। ବିକ୍ରମ ମିଶ୍ରୀ କହିଛନ୍ତି ଯେ,’ ଦୁଇ ଦେଶର ଡିଜିଏମଓ ଙ୍କ ମଧ୍ୟରେ ଏନେଇ ସହମତି ପ୍ରକାଶ ପାଇଥିଲା। ଆଜି ଅପରାହ୍ନ ୩.୧୫ ରେ ଭାରତର ଡିଜିଏମଓ ଙ୍କୁ ପାକିସ୍ତାନର ଡିଜିଏମଓ ଫୋନ କରି ଯୁଦ୍ଧବିରାମ ପାଇଁ ଅନୁରୋଧ କରିଥିଲେ।

Related posts