Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ
ଆଜିର ଖବର

ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ

May 12, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟସ୍ତରୀୟ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରାଯିବ

ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ହେବ

ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ

ବାରିପଦାରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା

ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ, ଏବଂ ତାଙ୍କ କର୍ମଭୂମି ଠାରେ ଐତିହ୍ୟ ଭବନ ପ୍ରତିଷ୍ଠା ହେବ

ସମସ୍ତ କାର୍ଯ୍ୟ ପାଇଁ ସମୁଦାୟ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଣ୍ଡିତ ମୁର୍ମୁଙ୍କ ଆଦର୍ଶ ହେଉଛି ସାନ୍ତାଳ ସମାଜ ପାଇଁ ପ୍ରକୃତ ମାର୍ଗ

ଆମ ସରକାର ରଘୁନାଥ ମୁର୍ମୁଙ୍କ ନାମକୁ ରାଜ୍ୟର ଶିକ୍ଷା ଓ ସଂସ୍କୃତି ନୀତିର ଏକ ଅଭିନ୍ନ ଅଂଶ କରିଛି

 

ଭୁବନେଶ୍ୱର/ରାଇରଙ୍ଗପୁର: ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ, ଦାଣ୍ଡବୋଷ ଅଂଚଳରେ ଥିବା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତିଯେ, ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ହେବ ଓ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ। ଏଥିସହିତ, ପଣ୍ଡିତ ମୁର୍ମୁଙ୍କ ରଚିତ ସମସ୍ତ ପୁସ୍ତକ ଗୁଡିକୁ ଜନାଦୃତ କରାଇବା ପାଇଁ, ବାରିପଦାରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା, ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ, ଏବଂ ତାଙ୍କ କର୍ମଭୂମି ଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିବା ସହିତ ଏହି ସବୁ କାର୍ଯ୍ୟ ପାଇଁ ସମୁଦାୟ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ମୁଖ୍ୟମନ୍ତ୍ରୀ କହିଥିଲେଯେ, ପଣ୍ଡିତ ମୂର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ । ଅଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ପାଳନ କେବଳ ଜଣେ ଉଦ୍ଭାବକଙ୍କ ମାନସିକ ସୃଷ୍ଟିର ସମ୍ମାନ ନୁହେଁ, ବରଂ ଏହା ଏକ ଜନଜାତିର ଭାଷା, ସଂସ୍କୃତି ଓ ଅସ୍ମିତାର ଏକ ମୁକ୍ତ ଅଭିଯାନର ପରିଚୟ। ତାଙ୍କ ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ।

ଆମେ ଅନେକ ସମୟରେ ଭାଷାକୁ କେବଳ ଯୋଗାଯୋଗ ର ସାଧନ ବୋଲି ଭାବୁ। କିନ୍ତୁ ଭାଷା ହେଉଛି ଅସ୍ମିତା, ଅସ୍ତିତ୍ୱ, ଓ ଅଭିମତର ପ୍ରତିନିଧି। ଯେଉଁ ସମାଜ ନିଜ ଭାଷାରେ ଗର୍ବ ଅନୁଭବ କରେ, ସେହି ସମାଜ ଆଗକୁ ବଢ଼େ। ଅଲଚିକି ଏହି ଗର୍ବର ପ୍ରତୀକ। ଏହା ମନୁଷ୍ୟକୁ ଶିକ୍ଷା, ସଂହତି, ଓ ସଂସ୍କୃତିରେ ଏକ ଜନଶକ୍ତି ରୂପେ ଗଢ଼ିଥାଏ। ଓଡ଼ିଶା ସରକାର ଏହି ଲିପି ଓ ସାନ୍ତାଳୀ ଭାଷା ପ୍ରତି ସଦା ଗଭୀର ଦୃଷ୍ଟି ଓ ପ୍ରଶ୍ରୟ ଦେଇଛି। ପ୍ରାଥମିକ ଶିକ୍ଷାରେ ସାନ୍ତାଳୀ ଭାଷାର ଅନୁଷ୍ଠାନ, ପାଠ୍ୟପୁସ୍ତକ ତିଆରି, ଶିକ୍ଷକ ପ୍ରଶିକ୍ଷଣ, ଓ ଭାଷା ଶୋଧ କେନ୍ଦ୍ର ସୃଷ୍ଟି ଦ୍ୱାରା ଆମେ ଏହାକୁ ଆଗକୁ ନେଉଛୁ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ସାନ୍ତାଳ ସମାଜ ପାଇଁ ପଣ୍ଡିତ ମୁର୍ମୁ ଦେଖିଥିବା ପଥ ଆଜି ମଧ୍ୟ ଆଲୋକମୟ। ମୁଁ ଚାହେଁ ଯେ ଆମ ପିଢ଼ି ପିଢ଼ି ତାଙ୍କ ଦେଖିଥିବା ମୂଲ୍ୟବୋଧ, ଜ୍ଞାନ, ଓ ସଂସ୍କୃତି ପ୍ରତି ପ୍ରେମକୁ ଅନୁସରଣ କରୁ। ଅନ୍ୟ ଭାଷା, ଅନ୍ୟ ଧର୍ମ, ଅନ୍ୟ ସଂସ୍କୃତି ପାଇଁ ସମ୍ମାନ ଓ ଆତ୍ମସମ୍ମାନ ହେଉ ସାମ୍ପ୍ରଦାୟିକ ସମନ୍ୱୟର ମୂଳ ଶକ୍ତି। ତାଙ୍କ ଦର୍ଶନ ଓ ଆଦର୍ଶକୁ ଆଗେଇନେବା ଆମ ସମସ୍ତଙ୍କର ଦାୟିତ୍ୱ। ତାଙ୍କ ନାମରେ ଏକ ମେଡିକାଲ କଲେଜ୍‌ ଖୋଲାଯାଇଛି। ତାଙ୍କ ନାମରେ ଆହୁରି ଅଧିକ ଗବେଷଣା କେନ୍ଦ୍ର, ଶିକ୍ଷାନୁଷ୍ଠାନ ସ୍ଥାପିତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର୍‌ କରାଯିବ।

ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେଯେ, ପଣ୍ଡିତ ମୁର୍ମୁ କେବଳ ଜ୍ଞାନ ଓ ଶିକ୍ଷାର ଅନୁସୂଚକ ନୁହେଁ, ସେ ଜଣେ ଏପରି ବ୍ୟକ୍ତିତ୍ୱ, ଯିଏ ଏହି ଭୂମିର ଅନ୍ତଃସ୍ଥ ମୂଲ୍ୟବୋଧକୁ ଉଜାଗର କରିଛନ୍ତି। ଆମ ସରକାର ଏହି ବିରାଟ ଅବଦାନକୁ ସମ୍ମାନ ଜଣାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି। ଆମ ସରକାର ରଘୁନାଥ ମୁର୍ମୁଙ୍କ ନାମକୁ ରାଜ୍ୟର ଶିକ୍ଷା ଓ ସଂସ୍କୃତି ନୀତିର ଏକ ଅଭିନ୍ନ ଅଂଶ କରିଛି। ତାଙ୍କ ଜୀବନ ଓ କାର୍ଯ୍ୟକୁ ସ୍ମରଣ କରି ଆମେ ଏକ ନୂଆ ପିଢ଼ିକୁ ଅନୁପ୍ରେରଣା ଦେଉଛୁ। ପଣ୍ଡିତ ମୂର୍ମୁଙ୍କ ସୃଷ୍ଟି ଓ ଚିନ୍ତାଧାରା ସମସ୍ତ ପିଢ଼ି ପାଇଁ ଏକ ଜୀବନ ଶିକ୍ଷା। ତାଙ୍କ ଜୀବନ ଆମକୁ ଶିଖାଏ ଯେ, ଯଦି ଆମେ ନିଜ ଭାଷା, ନିଜ ଚିନ୍ତାଧାରା ଓ ନିଜ ସଂସ୍କୃତି ପାଇଁ ସଚେତନ ଓ ସଂଘଠିତ ହେବୁ, ତେବେ କୌଣସି ଶକ୍ତି ଆମକୁ ପଛକୁ ଟାଣିପାରିବ ନାହିଁ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ, ଗୋରୁ ଗୋମକେ ଗୋଟିଏ ଏମିତି ଫୁଲ ଥିଲେ, ଯିଏ ମଉଳିବା ପରେ ମଧ୍ୟ ନିଜ ସୁଗନ୍ଧ ପ୍ରସାରି ଚାଲିଛନ୍ତି।

ସେହିପରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ,ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପଣ୍ଡିତ ମୁର୍ମୁଙ୍କୁ ଜଣେ ଅଲୌକିକ ଶକ୍ତିର ଅଧିକାରୀ ବୋଲି କହିଥିବା ବେଳେ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ଏହି ଉତ୍ସବ ଯୋଗୁଁ ଆଜି ଇତିହାସ ପୁନର୍ଜିବିତ ହୋଇ ଉଠିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ, ମୁଖ୍ୟମନ୍ତ୍ରୀ, ପ୍ରସିଦ୍ଧ ସାନ୍ତାଳୀ ଭାଷା ଗବେଷକ, ଚୂନଦା ସୋରେନଙ୍କୁ ଗୁରୁ ଗୋମକେ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିବା ସହିତ ଏକ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ ଉପରେ ଆଧାରିତ ଏକ ସ୍ମରଣିକା ଉନ୍ମୋଚନ କରାଯିବ ସହିତ ପଣ୍ଡିତ ମୁର୍ମୁଙ୍କ ବଂଶଜ ଶ୍ରୀ ଚୁନିୟାନ ମୁର୍ମୁଙ୍କୁ ଓ ପ୍ରସିଦ୍ଧ ସାନ୍ତାଳୀ ଲେଖିକା ତଥା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶରାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ମୟୂରଭଞ୍ଜ ସାଂସଦ ମମତା ମହାନ୍ତ, ସାଂସଦ, ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ, ଜଲେନ ନାଏକ, ସାରସକଣା ବିଧାୟକ, ଭାଦବ ହାଁସଦା, କରଞ୍ଜିଆ ବିଧାୟକ, ପଦ୍ମଚରଣ ହାଇବୁରୁ, ବାରିପଦା ବିଧାୟକ, ପ୍ରକାଶ ସୋରେନ, ବଡ଼ସାହି ବିଧାୟକ, ସନାତନ ବିଜୁଳି ବାଙ୍ଗିରିପୋଷି ବିଧାୟିକା, ସଞ୍ଜୀଳି ମୁର୍ମୁ, ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରଷ୍ଟ ସମ୍ପାଦକ ଇଂ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସ୍ୱାଗତଭାଷଣ ଦେଇଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ।

ପଣ୍ଡିତ ରଘୁନାଥ ମୁର୍ମୁ ମୋହନ ଚରଣ ମାଝୀ ସାନ୍ତାଳୀ ଭାଷା
Share. Facebook Twitter LinkedIn Email WhatsApp Copy Link

Related Posts

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ

January 16, 2026
Latest News

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.