Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟ ବିଭାଗର ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା ଅଭିଯୋଗ: MHU ଫାର୍ମାସି ଅଫିସରଙ୍କୁ ନ୍ୟାୟ ଦାବି
ଆଜିର ଖବର

ସ୍ୱାସ୍ଥ୍ୟ ବିଭାଗର ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା ଅଭିଯୋଗ: MHU ଫାର୍ମାସି ଅଫିସରଙ୍କୁ ନ୍ୟାୟ ଦାବି

May 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗରେ ବିଭିନ୍ନ ମୋବାଇଲ ହେଲଥ ୟୁନିଟ (MHU) ରେ ପଞ୍ଜିକୃତ ଫାର୍ମାସିଷ୍ଟ ମାନେ ଫାର୍ମାସି ଅଫିସର ଭାବେ ଯଥାକ୍ରମେ 2006 ଓ 2007 ମସିହାରୁ କାର୍ଯ୍ୟ କରି ଆସୁଛନ୍ତି। ପିଛିଲା ମିଳିତ ସରକାର ସମୟରେ 29/10/2008 ଓ 13/5/18 କ୍ୟାବିନେଟରେ MHU ଫାର୍ମାସିଷ୍ଟ ଯେଉଁମାନେ 6 ବର୍ଷରୁ ଉର୍ଦ୍ଧ୍ବ କାମ କରୁଛନ୍ତି, ସେମାନଙ୍କୁ ନିୟମିତ କରିବା ସକାଶେ resolution ବାହାର କରିଥିଲେ। ବିଡ଼ମ୍ବନାର ବିଷୟ ସରକାର ସେହି ନିଜ ଆଦେଶକୁ 2015 ରେ ମାନିନଥିଲ, ଯାହା ଫଳରେ ରାୟଗଡା, ବଲାଙ୍ଗୀର, ସମ୍ବଲପୁର, ଓ ସୁନ୍ଦରଗଡ଼ MHU ଫାର୍ମାସି ଅଫିସର ମାନେ ମାନ୍ୟବର ବେଞ୍ଚରେ ଅପିଲ କରିଥିଲେ।

ମାନ୍ୟବର ଟ୍ରିବୁନାଲ ବେଞ୍ଚ ଯେଉମନେ MHU ରେ 6 ବର୍ଷ କାର୍ଯ୍ୟକରିଥିବେ ସେହି ମାନେ ରେଗୁଲାର ପିଛିଲା ନିୟମ ଅନୁସାରେ ରେଗୁଲାର କରିବା ପାଇଁ ଆଦେଶ ଦେଇଥିଲେ। କିନ୍ତୁ ସରକାର ସେହି ଆଦେଶ କୁ ମାନ୍ୟବର ହାଇକୋର୍ଟ ରେ ଅପିଲ କରିଥିଲେ। ମାନ୍ୟବର ହାଇକୋର୍ଟ ସରକାର ଙ୍କ ଅପିଲ କୁ ଖାରଜ କରିବା ସହ MHU ଫର୍ମାସି ଅଫିସର ମାନେ ଯେହେତୁ ସେମାନ ଙ୍କ ଚାକିରୀ କାର୍ଯ୍ୟକାଳ 6 ବର୍ଷ ରୁ ଉର୍ଦ୍ଧ୍ବ ହୋଇସାରିଛି ସେମାନଙ୍କୁ ନିୟମିତ କରିବା ସକାଶେ ଆଦେଶ ପ୍ରଦାନ କରିଥିଲେ।କିନ୍ତୁ ବିଡ଼ମ୍ବନା ର ଵିଷୟ ପୁଣି ଥରେ ସେହି ଆଦେଶ କୁ ରାଜ୍ୟ ମାନ୍ୟବର ସରକାର ସୁପ୍ରିମକୋର୍ଟ ରେ ଅପିଲ କରିଥିଲେ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ବେଞ୍ଚ ଶୁଣାଣି ରାଜ୍ୟ ସରକାରଙ୍କୁ ଭର୍ସଚନା କରିବା ସହ, MHU ଫର୍ମାସି ଅଫିସର ଯେଉଁମାନେ 6 ବର୍ଷ କାର୍ଯ୍ୟ କରିଥବେ ସେମାନଙ୍କୁ ନିୟମିତ କରିବା ପାଇଁ ଆଦେଶ ଦେଇଥିଲେ।ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ଅନୁଯାୟୀ, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦର ଗଡ଼ MHU, ଫର୍ମାସି ଅଫିସର ମାନେ ରେଗୁଲାର ହୋଇସାରିଛନ୍ତି। କିନ୍ତୁ ରାୟଗଡା MHU ଫର୍ମାସି ଅଫିସର ମାନେ ଟ୍ରିବୁନାଲ, ହାଇକୋର୍ଟ ସମ୍ବିଧାନିକ ବେଞ୍ଚ ଓ ମାନ୍ୟବର ସୁପ୍ରିମକୋର୍ଟର ସମ୍ବିଧାନିକ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ ଖାରଜ ହେବା ସତ୍ତ୍ୱେ ରାୟଗଡା ଜିଲ୍ଲାର MHU ଫର୍ମାସି ଅଫିସର ମାନେ ଏଯାଏଁ ରେଗୁଲାର ହୋଇପାରିନାହାନ୍ତି।।

ଏଥି ସହିତ ରାୟଗଡା ଜିଲ୍ଲା ଚିକତ୍ସା ଅଧିକାରୀମାନ୍ୟବର, ସୁପ୍ରିମକୋର୍ଟ ଆଦେଶ କୁ କାର୍ଯ୍ୟକାରି ସକାଶେ ଅନୁମତି ପତ୍ର ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ କୁ ମାଗିଥିଲେ ସୁଧା ଆଜି ପର୍ୟ୍ଯନ୍ତ କିଛି ସୂଚନା ବି ଆସିନାହିଁ।

ଏହି ସମୟ ମଧ୍ୟରେ ରାୟଗଡା ଜିଲ୍ଲାର MHU ଫାର୍ମାସି ଅଫିସର ମାନେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଭିଯୋଗ ପ୍ରକୋଷ୍ଟ ରେ ସୁପ୍ରିମକୋର୍ଟ ଆଦେଶ କୁ କାର୍ଯ୍ୟକାରୀ ସକାଶେ ଆବେଦନ ପତ୍ର ମାନ୍ୟବର ପ୍ରିନନ୍ସିପାଲ ମୋହଦୟା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଙ୍କୁ ଯଥା 2/9/2024 ଓ10/2/2025 ପ୍ରଦାନ କରିଥିଲେ। ସେ କହିଥିଲେ କି ରାୟଗଡା MHU ଫର୍ମାସି ଅଫିସରଙ୍କୁ ନିୟମିତ କରିବା ପାଇଁ ଆଶ୍ୱାସନା ଦେଇଥିଲେ ଓ ଅଳ୍ପ ଦିନରେ କାର୍ଯ୍ୟକାରୀ କରିବା ସକାଶେ ତାଙ୍କ ଅଧୀନସ୍ତ କର୍ମଚାରୀ ମାନଙ୍କୁ କହିଥିଲେ। କିନ୍ତୁ ଆଜି ଜାଏ ଉପରିସ୍ଥ ଅଫିସରୁ କିଛି ବି ନିର୍ଦେଶ ବି ଆସିନି।
ଯାହା ଫଳରେ ରାୟଗଡା ଭଳି ଏକ ଆଦିବାସୀ ଦୁର୍ଗମ ଅଞ୍ଚଳରେ ବସ ବାସ ବହୁଳ ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି।

ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ତରଫରୁ ସୁପ୍ରିମ କୋର୍ଟ ନିର୍ଦେଶ ମାନି ରାୟଗଡା ଜିଲ୍ଲା MHU ଫାର୍ମାସି ଅଫିସର ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ସରକାର ଙ୍କୁ ଅନୁରୋଧ କରାଯାଇଛି। ଯଦି ରାୟଗଡା MHU ଫାର୍ମାସି ଅଫିସର ମାନଙ୍କୁ ନ୍ୟାୟ ନ ମିଳେ ଆଗାମୀ ଦିନରେ ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ରାଜ ରାସ୍ତାଙ୍କୁ ଓହ୍ଲେଇବ ବୋଲି ସବ୍ୟସାଚୀ ପଣ୍ଡା, ପାର୍ଥ ସାରଥୀ କର, ଦେବରଞ୍ଜନ ଖିଲାର, ତପନ କୁମାର ରାଉତ, ଧନଜିତ ସୁରଞ୍ଜନ, ଭବାନୀ ଶଙ୍କର ରାଉତ,ଭୁବନାନନ୍ଦ ପତି,ସୌମ୍ୟ ରଞ୍ଜନ ବେଉରା ପ୍ରମୁଖ ସୂଚନା ଦେଇଛନ୍ତି।

MHU ଫାର୍ମାସି ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025
Latest News

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.