ନୂଆଦିଲ୍ଲୀ: ଆଜି ସକାଳେ ଜମ୍ମୁ-କାଶ୍ମୀରର ଶୋପିୟାଁରେ ଭାରତୀୟ ସେନା ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ଅପରେସନ କେଲ୍ଲର ସମୟରେ ସେନା ଶୋପିୟାଁର ଜଙ୍ଗଲରେ ଆତଙ୍କବାଦୀମାନଙ୍କୁ ଘେରାବନ୍ଦୀ କରିଥିଲା। ଏବେ ଏନକାଉଣ୍ଟରରେ ତିନି ଜଣ ଲସ୍କର-ଏ-ତୈୟବାର ନିହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସର୍ଚ୍ଚ ଅପରେସନ୍ ସମୟରେ ଶୋପିୟାଁର ଜଙ୍ଗଲରେ ଅନେକ ଆତଙ୍କବାଦୀ ରହିଥିବା ସେନାକୁ ସୂଚନା ମିଳିଥିଲା। ପ୍ରଥମେ ଏନକାଉଣ୍ଟର ସ୍ଥଳକୁ ସମ୍ପୂର୍ଣ୍ଣ ଭାବରେ ଘେରାବନ୍ଦୀ କରାଯାଇଥିଲା ଏବଂ ଏହା ପରେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଛି। ସେବେଠାରୁ ସୁରକ୍ଷା ବାହିନୀ ଅନେକ ଆତଙ୍କବାଦୀଙ୍କୁ ସଫା କରିଛନ୍ତି। ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରରେ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ସେମାନଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି।