Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପରେସନ ସିନ୍ଦୁରର ସଫଳତାରେ ବାଣପୁର ଓ ବାଲୁଗାଁ ଏନଏସି ପକ୍ଷରୁ ତ୍ରିରଙ୍ଗା ଯାତ୍ରା
ଆଜିର ଖବର

ଅପରେସନ ସିନ୍ଦୁରର ସଫଳତାରେ ବାଣପୁର ଓ ବାଲୁଗାଁ ଏନଏସି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

May 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅପରେସନ ସିନ୍ଦୁରର ସଫଳତାରେ ବାଣପୁର ଓ ବାଲୁଗାଁ ଏନଏସି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବାଲୁଗାଁ: ଅପ୍ରେଲ ୨୨ ରେ ଜମ୍ମୁ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟ ପର୍ଯ୍ୟଟକ ପ୍ରାଣ ହରାଇଥିଲେ।ଏହାର ଦୃଢ଼ ଜବାବ ନେଇ ଭାରତ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।ଯେଉଁଥିରେ ଭାରତୀୟ ଯବାନ ମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

ଏହି ପରିପ୍ରେକ୍ଷୀରେ ବୀର ଯବାନଙ୍କ ବୀରତ୍ୱ, ଅଦମ୍ୟ ସାହସ, ଦେଶର ଅଖଣ୍ଡତା ନିମନ୍ତେ ସେମାନଙ୍କୁ ସମ୍ମାନିତ ଓ ମନୋବଳ ବୃଦ୍ଧି ନିମନ୍ତେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଏନଏସି ପକ୍ଷରୁ ଜିଲ୍ଲା ପ୍ରଶାସନର ସହଯୋଗରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଏନଏସି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଶହ ଶହ ସଂଖ୍ୟାରେ ବାଇକ ବାଲୁଗାଁ ଥାନା ଠାରୁ ସୋମନାଥ ବସଷ୍ଟାଣ୍ଡ ଓ ଗାନ୍ଧୀ ଛକ ଠାରୁ ଚିଲିକା କୂଳ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।

ଅନୁରୂପ ଭାବେ ବାଣପୁର ଏନଏସି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଶହ ଶହ ସଂଖ୍ୟାରେ ବାଇକ ବାଣପୁର ବାଇପାସ ରୁ ବାହାରି ସମଗ୍ର ସହର ପରିକ୍ରମା କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା l ଉକ୍ତ ଶୋଭାଯାତ୍ରାରେ ବୀର ଯବାନ ମାନଙ୍କୁ ଦେଶର ଅଖଣ୍ଡତା ଓ ବୀରତ୍ୱ ନିମନ୍ତେ ସମର୍ଥନ ଦେବା ନେଇ ସରକାରୀ ଓ ବେସରକାରୀ କର୍ମଚାରୀ, ଜନପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ସ୍ବେଚ୍ଛାସେବୀ, ବରିଷ୍ଠ ନାଗରିକ, କଲେଜ ଛାତ୍ର,ଏନସିସି କ୍ୟାଡେଟ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମକୁ ଉଭୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପରିଚାଳନା କରିଥିବାବେଳେ , ଉଭୟ ଏନଏସି ଅଧ୍ୟକ୍ଷ,ବିଡିଓ, ତହସିଲଦାର ଓ ଥାନାଧିକାରୀ ମାନେ ସହଯୋଗ କରିଥିଲେl

Balugoan NAC banpur OPERATION SINDOOR
Share. Facebook Twitter LinkedIn Email WhatsApp Copy Link

Related Posts

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

December 28, 2025

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

December 28, 2025

ଏହି ଜିନିଷଗୁଡିକ ଅଣ୍ଡା ସହିତ ଖାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ପ୍ରଭାବ

December 28, 2025
Latest News

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025

Maan Ki Baat 129: ଚଳିତ ବର୍ଷର ସଫଳତାର ହିସାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

December 28, 2025

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

December 28, 2025

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

December 28, 2025

ଏହି ଜିନିଷଗୁଡିକ ଅଣ୍ଡା ସହିତ ଖାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ପ୍ରଭାବ

December 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.