Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଆୟୋଜିତ ହେଲା ପରାକ୍ରମ ଶୋଭାଯାତ୍ରା, ସାଂସଦ ଅପରାଜିତା ଷଡଙ୍ଗୀ କହିଲେ…..
ଆଜିର ଖବର

ଖୋର୍ଦ୍ଧାରେ ଆୟୋଜିତ ହେଲା ପରାକ୍ରମ ଶୋଭାଯାତ୍ରା, ସାଂସଦ ଅପରାଜିତା ଷଡଙ୍ଗୀ କହିଲେ…..

May 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାରେ ଆୟୋଜିତ ହେଲା ପରାକ୍ରମ ଶୋଭାଯାତ୍ରା, ସାଂସଦ ଅପରାଜିତା ଷଡଙ୍ଗୀ କହିଲେ.....

ଖୋର୍ଦ୍ଧା: ଜମ୍ମୁ କାଶ୍ମୀର ପହଲଗାଁ ଆତଙ୍କୀ ଆକ୍ରମଣରେ ଭାରତ ସରକାରଙ୍କ ଆତଙ୍କି ଲୋପନ୍ ମିଲିଟାରୀ କଡା ପଦକ୍ଷେପ ଅପରେସନ ସିନ୍ଦୂର ପ୍ରତିରକ୍ଷା ବିଭାଗର ଏକ ବିରାଟ ସଫଳତା ଆଣିଥିବା ବେଳେ ଭାରତ ସୁରକ୍ଷାରେ ପ୍ରତ୍ୟେକ ନାଗରିକ ଙ୍କ ମୂଲ୍ୟବୋଧ ଅବିସ୍ମରଣୀୟ ବୋଲି ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ସଦର ମହକୁମାର ପ୍ରାଣ ନାଥ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦବୋଧନ ଦେଇଛନ୍ତି।

ପ୍ରାଣନାଥ ମହାବିଦ୍ୟାଳୟ ପଡ଼ିଆରୁ ଦେଶ ଭକ୍ତି ନାରା, ସ୍ଲୋଗାନ ର ପ୍ରକମ୍ପିତ ଧ୍ବନିରେ ବାଇକ୍ ଶୋଭାଯାତ୍ରା ମୁକୁନ୍ଦ ପ୍ରସାଦ ଛକ, ଚଣ୍ଡିଛକ, ବସ୍ ଷ୍ଟାଣ୍ଡ,ବ୍ଲକ ଛକ ପ୍ରାୟ ୫ କିଲୋମିଟର ରାସ୍ତା ପରିକ୍ରମା କରିବା ସହ ମଙ୍ଗଳା ନଗର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବାଜପୁର ଗାନ୍ଧୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କୁ ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଅନାବରଣ କରିଥିଲେ।

ସେଠାରୁ ବି .ଆର .ଆମ୍ବେଦକର ମାର୍ଗ ଦେଇ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ପହଞ୍ଚି ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୧କୋଟି ୫ଲକ୍ଷ ବ୍ୟୟ ଅଟକଳ ରେ ନିର୍ମିତ ଜିଲ୍ଲା ପାଠାଗାର ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନବୀକରଣ ଗୃହକୁ ଉଦ୍ଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଜିଲା ପାଠାଗାର ପରିସରରେ ଆୟୋଜିତ ସମାରୋହରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ତିରଙ୍ଗା ଶୋଭାଯାତ୍ରାର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଭାରତର ଅଖଣ୍ଡତା ଓ ଅପରେସନ ସିନ୍ଦୂର ସମଗ୍ର ବିଶ୍ୱକୁ ସ୍ତବଧ କରିଦେଇଛି ବୋଲି କହିଥିଲେ।

ଅପରାଜିତା ଷଡଙ୍ଗୀ ତ୍ରିରଙ୍ଗା ଯାତ୍ରା ପରାକ୍ରମ ଶୋଭାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026
Latest News

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.