Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି – ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି – ଧର୍ମେନ୍ଦ୍ର ପ୍ରଧାନ

May 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି - ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁର ଠାରେ ‘ଅପରେସନ ସିନ୍ଦୂର’ର ସଫଳତା ତଥା ଭାରତର ସେନାବାହିନୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳର କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇ ମୁଁ ଗର୍ବ ଅନୁଭବ କରୁଛି । ଏହି ଶୋଭାଯାତ୍ରା ଅପରେସନ ସିନ୍ଦୂରର ସଫଳତା, ଦେଶର ସୈନ୍ୟଶକ୍ତିର ଶୌର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇବାର ମହାନ ଅବସର । ‘ଅପରେସନ ସିନ୍ଦୂର’ ଜରିଆରେ ଭାରତର ପରାକ୍ରମକୁ ସାରା ବିଶ୍ୱ ଦେଖିଛି । ଭାରତର ସୈନିକ ଶକ୍ତି ନିଜର ପରାକାଷ୍ଠା ଦେଖାଇଛି ।

ଆମର ଭାରତୀୟ ସେନାମାନେ ନିପୁଣତାର ସହ ଆତଙ୍କବାଦୀ ତଥା ସେମାନଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଉଚିତ୍ ଜବାବ୍ ଦେଇଛି । ‘ଅପରେସନ ସିନ୍ଦୂର’ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତ଼ୃତ୍ୱରେ ଭାରତ ସାମରିକ ଶକ୍ତି କ୍ଷେତ୍ରରେ ବିଶ୍ୱରେ ନୂଆ ପରିଚୟ ତିଆରି କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଏବଂ ଭାରତୀୟ ସେନାର ଅଦମ୍ୟ ସାହସ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

‘ପରାକ୍ରମ ଶୋଭାଯାତ୍ରା’ ରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଏବଂ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ,   ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ଶୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତୀକ । ତାଙ୍କର ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ । ତାଙ୍କର ତ୍ୟାଗ, ଶୌର୍ଯ୍ୟ ଓ ପରାକ୍ରମ ସର୍ବଦା ଆମର ଯୁବପିଢିମାନଙ୍କୁ ପ୍ରେରିତ କରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାୟକ, ବିଜେପି କାର୍ଯ୍ୟକର୍ତ୍ତା ଓ ଜନସାଧାରଣମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ‘ଜୟ ହିନ୍ଦ୍’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ ସମ୍ବଲପୁର ଗୁଞ୍ଜରିତ ହୋଇଥିଲା ।

dharmendra pradhan OPERATION SINDOOR
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.