Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ନାବାଳକଙ୍କୁ ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡଦେଶ
ଆଜିର ଖବର

ଦୁଇ ନାବାଳକଙ୍କୁ ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡଦେଶ

May 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ଝାରସୁଗୁଡା ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, POCSO ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡଦେଶ ପ୍ରଦାନ କରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାତ୍ର ୫୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ସେହି ଅନୁଯାୟୀ ଏହି ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି।

ମାମଲାର ବିବରଣୀ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ବ୍ରଜରାଜନଗର ଥାନାରେ ଏହି ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତ ଅଜିତ ନାଗ ଜଣେ ୧୧ ବର୍ଷ ବୟସର ନାବାଳକଙ୍କୁ ଏକ ନିକାଞ୍ଚନ ଜାଗାକୁ ନେଇ ଯୌନ ନିର୍ଯାତନା ଦେଇଥିଲା। ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଅଜିତ ପୀଡିତ ନାବାଳକଙ୍କୁ ମାଡ ମାରିବା ସହ ଘଟଣା ସମ୍ପର୍କରେ କାହାରିକୁ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। କିନ୍ତୁ ନାବାଳକ ଜଣକ ଘରକୁ ଫେରି ଘଟଣା ସଂକ୍ରାନ୍ତରେ ନିଜ ମାଆକୁ କହିବା ପରେ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୁକ୍ତ ଅଜିତ ନାଗ ପୂର୍ବରୁ ମଧ୍ୟ ତାଙ୍କର ଅନ୍ୟ ଜଣେ ନାବାଳକ ପୁତୁରାଙ୍କ ସମେତ ଗାଁର ଅନ୍ୟ କିଛି ନାବାଳକଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ଅଜିତ ପୂର୍ବରୁ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲା।

ଏହି ମାମଲାକୁ ସରକାରୀ ଓକିଲ ପ୍ରକାଶ ମହାନ୍ତି ପରିଚାଳନା କରୁଥିଲେ।

ଦୁଷ୍କର୍ମ ମାମଲା ଯୌନ ନିର୍ଯାତନା
Share. Facebook Twitter LinkedIn Email WhatsApp Copy Link

Related Posts

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌ କାଣ୍ଡ! ୭ କଏଦୀ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

June 24, 2026

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026
Latest News

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌ କାଣ୍ଡ! ୭ କଏଦୀ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

June 24, 2026

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.