+2 Result Today: ଆଜି ପ୍ରକାଶିତ ହେବ +2 ପରୀକ୍ଷା ଫଳ, ଜାଣନ୍ତୁ କେତେବେଳେ, କେମିତି ଜାଣିବେ ଫଳାଫଳ

Published: May 21, 2025, 9:00 am IST

+2 Result Today: ଆଜି ପ୍ରକାଶିତ ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆଜି ଅପରାହ୍ନ 4ଟାରେ ଏହି ଫଳ ପ୍ରକାଶିତ ହେବ। ପରେ ଅପରାହ୍ନ 5ଟାରେ ପରିଷଦର ୱେବ ସାଇଟରେ ଏହି ଫଳ ଉପଲବ୍ଧ ହେବ। ତେବେ ଏହି ପରୀକ୍ଷା ଫଳ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ results.odisha.gov.in କିମ୍ବା results.digilocker.gov.in ମାଧ୍ୟମରେ ଜାଣିହେବ ।

ଚଳିତ ବର୍ଷ ୩ଲକ୍ଷ ୯୩ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରେ କଳା ବିଭାଗରେ ୨ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି ।

Related posts