Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ
ଆଜିର ଖବର

କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ

May 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ୍ମାନ କାର୍ଡ
ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛି କି ହସ୍ପିଟାଲ?,ତେବେ କେଉଁଠି କରିବେ ଅଭିଯୋଗ? ଜାଣନ୍ତୁ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନିୟମିତ ତତ୍ତ୍ଵାବଧାନରେ ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ ଯାଉଅଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ଦିନର ଦାବିକୁ ବିଚାର ବିମର୍ଷକରି ସାଂସଦ ଶ୍ରୀ ପଣ୍ଡା ଦେଶର ବିଭିନ୍ନ ଅଗ୍ରଣୀ ପ୍ରମୁଖ ଅନୁଷ୍ଠାନ ମାନଙ୍କ ସହିତ ଗତ ୨ ବର୍ଷ ଧରି ଯୋଗାଯୋଗରେ ଥିଲେ। ଶେଷରେ ଶ୍ରୀ ପଣ୍ଡାଙ୍କ ଅନୁରୋଧକ୍ରମେ ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟ କେନ୍ଦ୍ରାପଡାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଷାଲିଷ୍ଟ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ପରେ କେନ୍ଦ୍ରାପଡ଼ା ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀ ପଣ୍ଡା ଗତ ଏପ୍ରିଲ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଏହି ପ୍ରକଳ୍ପ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବାକୁ ଅନୁରୋଧ କରିଥିଲେ।

ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟର ଓଡ଼ିଶାରେ ଏହା ପ୍ରଥମ ଚିକିତ୍ସାଳୟ ହେବାକୁ ଥିଲାବେଳେ ଏଥିପାଇଁ ଆବଶ୍ୟକୀୟ ୧୦ ଏକର ଜମି ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ସ୍ଥିତ ଡେରାବିଶ ବ୍ଲକ ଠାରେ ଚିହ୍ନଟ କରିସାରିଛନ୍ତି।

ଏହି ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସେବା ପାଇବା ସହିତ ପ୍ରାଥମିକ ସ୍ତରରେ ଏହି ଅନୁଷ୍ଠାନ ଆନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଓପିଡି ଖୋଲାଯିବା ସହ ବିଭିନ୍ନ ବିଭାଗର ଅନୁନ୍ୟ ୧୦ ଜଣ ଅଭିଜ୍ଞ ଡାକ୍ତରଙ୍କ ସହଯୋଗରେ ରୋଗୀସେବା ଯୋଗାଇଦେବା ପାଇଁ ନିକଟରେ ଦିଆଯାଇଥିବା ପ୍ରସ୍ତାବଟିରେ ଜିଲ୍ଲା ପ୍ରଶାସନ ସହମତି ପ୍ରକାଶ କରିଛନ୍ତି।

ଗତକାଲି ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ସହଯୋଗରେ ସହିତ ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟର ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ କରିବା ସହ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିଛନ୍ତି ଏବଂ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିସ୍ତୃତ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଏହି ଚିକିତ୍ସାଳୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡା ଡେରାବିଶ ବ୍ଲକ ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026
Latest News

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.