Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ୫୫ ଲକ୍ଷରୁ ଅଧିକ ଜିଓ ୫ଜି ଏଫଡବ୍ଲୁଏ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୪୪% ଗ୍ରାମାଞ୍ଚଳରୁ ଆସିଛନ୍ତି: ଟ୍ରାଇ ତଥ୍ୟ
ଆଜିର ଖବର

ଭାରତରେ ୫୫ ଲକ୍ଷରୁ ଅଧିକ ଜିଓ ୫ଜି ଏଫଡବ୍ଲୁଏ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୪୪% ଗ୍ରାମାଞ୍ଚଳରୁ ଆସିଛନ୍ତି: ଟ୍ରାଇ ତଥ୍ୟ

May 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ଦୀର୍ଘ ଦିନରୁ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟର ଲାଭରୁ ବଞ୍ଚିତ ରହିଛନ୍ତି। ତେବେ ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳରେ ବ୍ୟାପକ ଭାବରେ ୫ଜି ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବା ଉପଲବ୍ଧ ହେବା ଦ୍ୱାରା ଏହି ଧାରାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଇଛି।

ତଥ୍ୟ ଅନୁଯାୟୀ ୨୦୨୦୫ ମାର୍ଚ୍ଚ ଶେଷ ସୁଦ୍ଧା ଜିଓର ୫ଜି ଏଫଡବ୍ଲୁଏ ସେବା, ଜିଓଏୟାରଫାଇବର, ସାରା ଦେଶରେ ସର୍ବାଧିକ ୨୫ ଲକ୍ଷରୁ ଅଧିକ ଗ୍ରାମୀଣ ୫ଜି ଏଫଡବ୍ଲୁଏ ଗ୍ରାହକ ହାସଲ କରିଛି। ଉଲ୍ଲେଖନୀୟ ଯେ, ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବରର ମୋଟ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତ ଗ୍ରାହକ ଗ୍ରାମାଞ୍ଚଳର ହୋଇଥିବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି। ବାସ୍ତବରେ ରାଜ୍ୟରେ ଏବଂ ଦେଶରେ ସର୍ବବୃହତ ୫ଜି ନେଟୱାର୍କ ସ୍ଥାପନ କରିଥିବା ଜିଓ ଏକମାତ୍ର ଟେଲିକମ ଅପରେଟର ଭାବରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହାର ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ପ୍ରଦାନ କରୁଥିବା ବେଳେ, ପ୍ରତିଦ୍ବନ୍ଦୀ ଅପରେଟର କେବଳ ସହରାଞ୍ଚଳ ବଜାରରେ ଉପସ୍ଥିତ ରହିଛନ୍ତି। ସୁଦୃଢ ଏବଂ ବ୍ୟାପକ ୫ଜି ନେଟୱାର୍କ ଜିଓ ଦେଶରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ୫୫ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକଙ୍କ ସହିତ ୮୨ ପ୍ରତିଶତରୁ ଅଧିକ ଉପଭୋକ୍ତା ବଜାର ଅଂଶ ହାସଲ କରିଛି ଏବଂ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପରିମାଣରେ ପଛରେ ପକାଇ ଦେଇଛି।

ଓଡ଼ିଶାର କୋଣ ଅନୁକୋଣରେ ଜିଓର ସର୍ବବୃହତ ଏବଂ ସର୍ବାଧୁନିକ ଜିଓ ଟ୍ରୁ୫ଜି ଷ୍ଟାଣ୍ଡଆଲୋନ୍ ନେଟୱାର୍କ ବଳରେ ଏହା ରାଜ୍ୟରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଦବଦବା ବଜାୟ ରଖିଛି ଏବଂ ଉଭୟ ସହର ଓ ଗ୍ରାମାଞ୍ଚଳରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ଓଡ଼ିଶାରେ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ଦେଢ଼ ଲକ୍ଷରୁ ଅଧିକ ଉପଭୋକ୍ତା ହାସଲ କରିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପାଞ୍ଚ ଗୁଣ ଅଧିକ।

ଓଡ଼ିଶାର ଗ୍ରାମାଞ୍ଚଳରେ ଜିଓଏୟାରଫାଇବରର ବିପୁଳ ଲୋକପ୍ରିୟତା ଓ ଦ୍ରୁତ ବୃଦ୍ଧି ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପାଇଁ ଗ୍ରାମାଞ୍ଚଳରେ ରହିଥିବା ଚାହିଦାକୁ ଉଜାଗର କରୁଛି, ଯାହା ପୂର୍ବରୁ ଶେଷ-ମାଇଲ୍ ସଂଯୋଗ ଜନିତ ସମସ୍ୟା ଯୋଗୁଁ ଉପଲବ୍ଧ ହୋଇପାରୁନଥିଲା। ଜିଓଏୟାରଫାଇବର ରାଜ୍ୟର ହଜାର ହଜାର ଗ୍ରାମୀଣ ଉଦ୍ୟୋଗୀ, ଡିଜିଟାଲ୍ ଷ୍ଟୁଡିଓ, କଣ୍ଟେଣ୍ଟ କ୍ରିଏଟର୍, ଛୋଟ ବଡ ବ୍ୟବସାୟ, ପ୍ରଫେସନାଲ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ପାଇଁ ଡିଜିଟାଲ ଇଣ୍ଡିଆର ଲାଭ ଉପଲବ୍ଧ କରାଇଛି।

ଜିଓଏୟାରଫାଇବର ବାସ୍ତବରେ ଅନ୍ତର୍ଭୁକ୍ତିକରଣର ଉଦାହରଣ କାରଣ ଏହା ଶେଷ ମାଇଲ୍ ସଂଯୋଗର ସମସ୍ୟାଗୁଡ଼ିକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ସଂଯୋଗ କରୁଛି ଯାହା ପୂର୍ବରୁ ସେମାନଙ୍କ ପରିସରରେ ଅପ୍ଟିକାଲ୍-ଫାଇବର ବିସ୍ତାର କରିବାରେ ରହିଥିବା ଜଟିଳତା ଯୋଗୁଁ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଓ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ରୁ ବଞ୍ଚିତ ରହିଥିଲା। ଏହା ଅନେକ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସଶକ୍ତ କରିଛି ଯେଉଁମାନେ ଏବେ ନିରବଛିନ୍ନ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍, ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପାଉଛନ୍ତି। ଜିଓଏୟାରଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍‌ଲାଇନ୍ ତଥା ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଓ ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନକାରୀ ପାଲଟିଛି।

ଜିଓଏୟାରଫାଇବ‍ର ଟ୍ରାଇ ତଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.