Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ
ଆଜିର ଖବର

ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ

May 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କମ୍ପାନୀର ପୁଞ୍ଜିନିବେଶକୁ ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ କମ୍ପାନୀର ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ରହିଛି। ଅର୍ଥାତ୍, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ରିଲାଏନ୍ସ ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ନୂତନ ନିବେଶ କରିବାକୁ ଯାଉଛି। ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ‘ରାଇଜିଂ ନର୍ଥଇଷ୍ଟ ନିବେଶକ ସମ୍ମିଳନୀ’ରେ ମୁକେଶ ଅମ୍ବାନୀ ଏହା କହିଛନ୍ତି।

ଏହି ପ୍ରସ୍ତାବିତ ନିବେଶ ୨୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିବା ସହିତ ମୁକେଶ ଅମ୍ବାନୀ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୩୫୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି। ଜିଓ ସମ୍ପର୍କରେ ସୂଚନା ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ପାଖରେ ପହଞ୍ଚିସାରିଛି। ୫୦ ଲକ୍ଷ ଲୋକ ଏବେ ଜିଓ ୫ଜି ନେଟୱାର୍କ ସହିତ ଯୋଡି ହୋଇଛନ୍ତି ଏବଂ ଏହି ବର୍ଷ ଏହି ସଂଖ୍ୟା ଦ୍ୱିଗୁଣିତ ହେବ। ରିଲାଏନ୍ସ ରିଟେଲ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସେମାନଙ୍କଠାରୁ ସିଧାସଳଖ କ୍ରୟକୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ, ଆପଣଙ୍କ ପ୍ରୟାସ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭାରତର ବିକାଶ ମାନଚିତ୍ରରେ ଦୃଢ ଭାବରେ ଉଭା ହୋଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ ମଣିପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କର୍କଟ ହସ୍ପିଟାଲ ପ୍ରତିଷ୍ଠା କରିଛି। ଏହା ସହିତ, ଫାଉଣ୍ଡେସନ ଜିନୋମିକ୍ ତଥ୍ୟ ବ୍ୟବହାର କରି ସ୍ତନ କର୍କଟ ଚିକିତ୍ସାକୁ ଆଗକୁ ବଢ଼ାଇବା ପାଇଁ ମିଜୋରାମ ବିଶ୍ୱବିଦ୍ୟାଳୟ ସହିତ ସହଯୋଗ କରୁଛି। ଫାଉଣ୍ଡେସନ ପକ୍ଷରୁ ଗୌହାଟୀରେ ଏକ ଅତ୍ୟାଧୁନିକ ମଲିକୁଲାର ଡାଇଗ୍ନୋଷ୍ଟିକ ଏବଂ ଗବେଷଣା ଲାବ ସ୍ଥାପନ କରାଯାଇଛି। ଏହା ଭାରତରେ ଅନ୍ୟତମ ସର୍ବବୃହତ ଜିନୋମ୍ ସିକ୍ୱେନସିଙ୍ଗ କ୍ଷମତା ହେବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ, ରିଲାଏନ୍ସ ଫାଉଣ୍ଡେସନ ସମସ୍ତ ଆଠଟି ରାଜ୍ୟ ସହିତ ମିଶି ଅଲିମ୍ପିକ୍ ତାଲିମ କେନ୍ଦ୍ର ସ୍ଥାପନ କରିବ, ଯେଉଁଠାରୁ ବାହାରୁଥିବା ଯୁବପିଢ଼ି ଅଲିମ୍ପିକ୍ସରେ ପଦକ ବିଜେତା ହୋଇପାରିବେ।

ଉତ୍ତର-ପୂର୍ବ ରାଜ୍ୟ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ITEP ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଜାଣନ୍ତୁ ସବୁକିଛି

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026
Latest News

ଆଜିଠାରୁ ITEP ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଜାଣନ୍ତୁ ସବୁକିଛି

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.