Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ବାରା ‘ଅଶେଷ ଅନୁରାଗ’ ଗଳ୍ପ ପୁସ୍ତକ ଉନ୍ମୋଚିତ
ଆଜିର ଖବର

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ବାରା ‘ଅଶେଷ ଅନୁରାଗ’ ଗଳ୍ପ ପୁସ୍ତକ ଉନ୍ମୋଚିତ

May 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
biswabhusan
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ବାରା ‘ଅଶେଷ ଅନୁରାଗ’ ଗଳ୍ପ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ‘ଓଡ଼ିଶା ବୁକ୍‌ଷ୍ଟୋର୍‌’ ଦ୍ୱାରା ପ୍ରକାଶିତ ଓ ଗାଳ୍ପିକ ବିଜୟାନନ୍ଦ ସିଂହଙ୍କ ରଚିତ ପଞ୍ଚମ ଗଳ୍ପ ସଂକଳନ “ଅଶେଷ ଅନୁରାଗ”କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଭୁବନେଶ୍ବରର ନୀଳକଣ୍ଠନଗର ଠାରେ ଉନ୍ମୋଚନ କରାଯାଇଅଛି ।

ଉକ୍ତ ଉତ୍ସବରେ ଶ୍ରୀ ହରିଚନ୍ଦନ ଆଜିର ଗଳ୍ପଗୁଡ଼ିକୁ ସମାଜନିଷ୍ଠ ଅନୁଭବର ପ୍ରତିଲିପି ବୋଲି ଅଭିହିତ କରିଥିଲେ। ଅଶେଷ ଅନୁରାଗରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ବେଦନଶୀଳ ଦୃଷ୍ଟି ଭଙ୍ଗିରେ ରଚିତ ହୋଇଥିବାରୁ ତାହା ପାଠକକୁ ଗଳ୍ପ ପ୍ରତି ଆକୃଷ୍ଟ କରିବ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ ।

ବିଶିଷ୍ଟ ଅତିଥି ଭାବରେ ଶ୍ରୀମତୀ ସୁପ୍ରଭା ହରିଚନ୍ଦନ ଉକ୍ତ ଉତ୍ସବରେ ଉପସ୍ଥିତ ରହି ଲେଖକଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ଏବଂ ଗଳ୍ପଗ୍ରନ୍ଥ ପାଠକୀୟ ଆଦୃତି ଲାଭ କରି ଉଚ୍ଚ ପ୍ରଶଂସିତ ହେବ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ଗୌରହରି ଦାସ ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଡକ୍ଟର ସିଂହଙ୍କ ରଚିତ ପ୍ରବନ୍ଧ, ସମାଲୋଚନା ଓ ଅନ୍ୟାନ୍ୟ ରଚନା ବ୍ୟତିତ ତାଙ୍କର ଗଳ୍ପ ସମ୍ଭାର ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବାକୁ ସମର୍ଥ । ସଂପ୍ରତି ସାହିତ୍ୟର ଅନ୍ୟାନ୍ୟ ବିଭାଗ ତୁଳନାରେ ଗଳ୍ପ ପାଠକ ମହଲରେ ଅଧିକ ଆଦରଣୀୟ ହୋଇପାରିଛି । ପ୍ରଫେସର ବିଜୟ କୁମାର ଶତପଥୀ ସଂକଳନରେ ସ୍ଥାନ ପାଇଥିବା ଗଳ୍ପଗୁଡ଼ିକର କଳାତ୍ମକ ସ୍ୱାତନ୍ତ୍ର‌୍ୟ ରହିଛି ବୋଲି କହିଥିଲେ ।

ଉତ୍ସବର ପ୍ରାରମ୍ଭରେ ଅଧ୍ୟାପକ କମଳ ମାହୁନ୍ତ ପୁସ୍ତକ ଉନ୍ମୋଚନ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଗାଳ୍ପିକ ଡକ୍ଟର ବିଜୟାନନ୍ଦ ସିଂହ ତାଙ୍କର ସ୍ୱକୀୟ ଅନୁଭୂତି ପ୍ରଦାନ କରିଥିଲେ। ପରିଶେଷରେ ପ୍ରକାଶକ ଇଂ. ସାର୍ଥକ ଶଙ୍କର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କବି ସୁଶିର କୁମାର ସ୍ୱାଇଁ ଉକ୍ତ ଉନ୍ମୋଚନ ଆସରକୁ ପରିଚାଳନ କରିଥିଲେ ।

 

Biswabhusan ବିଶ୍ବଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026
Latest News

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.