Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଛାମୁଆ ଅନୁଷ୍ଠାନ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପାଇଁ ମିଳିଲା ନୂଆ ନିଯୁକ୍ତି
ଆଜିର ଖବର

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଛାମୁଆ ଅନୁଷ୍ଠାନ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପାଇଁ ମିଳିଲା ନୂଆ ନିଯୁକ୍ତି

May 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଛାମୁଆ ଅନୁଷ୍ଠାନ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପାଇଁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର: କଂଗ୍ରେସ ଦଳର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟିତରାଜ ସଂଗଠନ ଅସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବାର ପ୍ରକ୍ରିୟା ଜାରି ରଖିଛି । ଆଗରୁ ସଂଗଠନ ର ୧୪ ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତ ହୋଇଛନ୍ତି । ପ୍ରତି ଜିଲ୍ଲା ପାଇଁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଆବାହକ ଓ ସହ ଆବାହକ ଭାବରେ ନିଯୁକ୍ତି ମିଳିଛି ।

ସଂଗଠନରେ ମହିଳା ସହଭାଗିତା ଓ ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରତ୍ୟେକଟି ସ୍ତରରେ ମହିଳାମାନଙ୍କୁ ପଦବୀ ଓ ଅଗ୍ରାଧିକାର ଦେବା ପାଇଁ ସଂଗଠନ ଏଭଳି ନିଷ୍ପତ୍ତି କରିଛି । ଆଜି ୪ଟି ଜିଲ୍ଲା ପାଇଁ ଆବାହକ ଓ ସହ ଆବାହକ ନିଯୁକ୍ତି ହୋଇଛନ୍ତି ।

ଭୁବନେଶ୍ୱର ଜିଲ୍ଳା ପାଇଁ ଡକ୍ଟର ଦେବାହୁତି ଆଚାର୍ଯ୍ୟ ଆବାହକ ଓ ଶ୍ରୀ ଉମେଶ ଚନ୍ଦ୍ର ଦାସ ସହ ଆବାହକ ଭାବରେ ନିଯୁକ୍ତ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଳାର ଶ୍ରୀ ସୁଶାନ୍ତ ବାରିକ, ଆବାହକ ଓ ଶ୍ରୀମତୀ ମଞ୍ଜୁଲତା ପଣ୍ଡା ସହ ଆବାହକ, ନୂଆପଡ଼ାର ଶ୍ରୀ ଅମିତ ଆହିର, ଆବାହକ ଓ ଶ୍ରୀମତୀ ହୀରା ନିହାଲ, ବରଗଡ଼ର ଶ୍ରୀ କିଶୋର ସାହୁ ଆବାହକ ଓ ଶ୍ରୀମତୀ ବାସମତି ବଂଚୋର ସହ ଆବାହକ ଭାବରେ ନିଯୁକ୍ତି ପାଇଛନ୍ତି । ଡକ୍ଟର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ରାଜ୍ୟ କମିଟିର ସମ୍ପାଦକ ଭାବରେ ନିଯୁକ୍ତ କରି ତାଙ୍କୁ ରାଜ୍ୟ ଅଫିସ ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ଚଳିତ ମାସ ଶେଷ ସୁଦ୍ଧା ଅନ୍ୟ ସମସ୍ତ ଜିଲ୍ଲାର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ଏବଂ ଜୁନ ମାସ ଶେଷ ସୁଦ୍ଧା ସମସ୍ତ ବ୍ଲକର ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ଏବଂ ଜୁନ ମାସ ଶେଷ ସୁଦ୍ଧା ସମସ୍ତ ବ୍ଲକର ଆବାହକ ଓ ସହ ଆବାହକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ସଂଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଓ ସାଂଗଠନ୍ଖଳ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପ୍ରଧାନ ଜଣାଇଛନ୍ତି । ସଂକଳ୍ପ, ସମର୍ପଣ ଓ ସଂଘର୍ଷକୁ ଆଧାର କରି ନ୍ୟାୟ ପଥରେ ଚାଲି ସଂଗଠନକୁ ମଜବୁତ କରିବାକୁ ସଂଗଠନର ପ୍ରୟାସ ଜାରି ରହିବ ବୋଲି ଏକ ପ୍ରେସ ବାର୍ତ୍ତାରେ ସଂଗଠନ ପକ୍ଷରୁ କୁହାଯାଇଛି ।

Congress କଂଗ୍ରେସ ପଞ୍ଚାୟତ ନିର୍ବାଚନ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ଅଗଷ୍ଟ ୪ ତାରିଖ ସୋମବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

August 4, 2025

ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପିଡିତାଙ୍କ ମୃତ ଦେହ, କଡା ସୁରକ୍ଷା ମଧ୍ୟରେ ନିଆଗଲା ବାୟାବର

August 4, 2025

ଆଜି ରାତିରେ ଆସିବ ବଳଙ୍ଗା ପିଡିତାଙ୍କ ମୃତ ଦେହ, ବିମାନ ବନ୍ଦରରେ ପୋଲିସ ଛାଉଁଣି

August 3, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025
Latest News

ରାଶିଫଳ: ଆଜି ଅଗଷ୍ଟ ୪ ତାରିଖ ସୋମବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

August 4, 2025

ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପିଡିତାଙ୍କ ମୃତ ଦେହ, କଡା ସୁରକ୍ଷା ମଧ୍ୟରେ ନିଆଗଲା ବାୟାବର

August 4, 2025

ଆଜି ରାତିରେ ଆସିବ ବଳଙ୍ଗା ପିଡିତାଙ୍କ ମୃତ ଦେହ, ବିମାନ ବନ୍ଦରରେ ପୋଲିସ ଛାଉଁଣି

August 3, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତ, ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

August 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.