
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ବାମୀ ଡାକ ତରାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଅଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖଲ୍ଲିକୋଟ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଘଟଣା ଘଟିଛି।
ଖୋଜାପଲ୍ଲୀ ଗ୍ରାମର ଡାକ ତରାଇ ମଥୁରା ଗ୍ରାମରୁ ଭୋଜି ଖାଇ ସ୍କୁଟି ଗାଡ଼ି ରେ ନିଜ ଗ୍ରାମ କୁ ଫେରୁଥିବା ବେଳେ ପଛପଟୁ ଏକ ଗ୍ୟାସ୍ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଡାକଙ୍କୁ ଡାକ୍ତରଖାନାକୁ ପଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।