Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେଲା ଭାରତ, ଏବେ ଆଗରେ କେବଳ ଏହି ତିନୋଟି ଦେଶ
ଆଜିର ଖବର

ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେଲା ଭାରତ, ଏବେ ଆଗରେ କେବଳ ଏହି ତିନୋଟି ଦେଶ

May 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
India GDP,
ନୂଆବର୍ଷ ପୂର୍ବରୁ ଖୁସି ଖବର!: ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଲା ଭାରତ

ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି (World’s 4th Largest Economy India) ହୋଇପାରିଛି। ଏହି ସୂଚନା ଶନିବାର (୨୪ ମଇ, ୨୦୨୫) ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଦେଇଛନ୍ତି। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ଦଶମ ବୈଠକ ପରେ ସେ କହିଛନ୍ତି ଯେ, ଭାରତ ପାଇଁ ବୈଶିକ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ ରହିଛି।

ବିଭିଆର ସୁବ୍ରମଣ୍ୟମ କହିଛନ୍ତି ଯେ, “ଆମେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି। ଆଜି ଆମେ ୪ ଟ୍ରିଲିୟନ ଡଲାରର ଅର୍ଥନୀତି ହୋଇପାରିଛୁ।” ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ତଥ୍ୟକୁ ଉଦ୍ଧୃତ କରି ସେ ଆହୁରି କହିଛନ୍ତି ଯେ, “ଭାରତୀୟ ଅର୍ଥନୀତି ଏବେ ଜାପାନଠାରୁ ବଡ଼ ହୋଇଗଲାଣି। ଏହି ମାଇଲଖୁଣ୍ଟ ହାସଲ କରି ଭାରତ ଇତିହାସ ସୃଷ୍ଟି କରିଛି। ଏବେ କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ଅଛି। ମୁଁ ଆଶା କରୁଛି ଯେ, ଆମେ ମଧ୍ୟ ଶୀଘ୍ର ତୃତୀୟ ସ୍ଥାନରେ ପହଞ୍ଚିବୁ।”

ନୀତି ଆୟୋଗର ସିଇଓ ଙ୍କ ବଡ଼ ଦାବି:

ନୀତି ଆୟୋଗର ସିଇଓ କହିଛନ୍ତି ଯେ, ଆମେ ଆମର ଯୋଜନାରେ ମଜବୁତ ଏବଂ ଯଦି ସବୁକିଛି ଠିକ୍ ରହେ, ତେବେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଆମେ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଯିବୁ। ସେ କହିଛନ୍ତି ଯେ, ଆମେରିକାର ଶୁଳ୍କ ଯୋଗୁଁ ବିଶ୍ୱରେ ଅଶାନ୍ତି ଥିବା ସମୟରେ ଭାରତ ଏହି ସ୍ଥାନ ହାସଲ କରିଛି, କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତର ଅଭିବୃଦ୍ଧିକୁ ରୋକିବାରେ ସକ୍ଷମ ହୋଇନାହାଁନ୍ତି।

ଆମେରିକା ରାଷ୍ଟ୍ରପତି ଆପଲ୍ ଆଇଫୋନ ଉପରେ ଶୁଳ୍କ ଲାଗୁ କରିବା ସମ୍ପର୍କିତ ଏକ ପ୍ରଶ୍ନରେ ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି ଯେ, “ଆମେ ଆଶା କରୁଛୁ ଯେ ଆମେରିକାରେ ବିକ୍ରି ହେଉଥିବା ଆପଲ୍ ଆଇଫୋନଗୁଡ଼ିକ ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଆମେରିକାରେ ଉତ୍ପାଦନ ହେବ। ଭବିଷ୍ୟତର ଶୁଳ୍କ କ’ଣ ହେବ ତାହା ଏବେ କହିବା କଷ୍ଟକର। ତଥାପି ଆମେ ନିଶ୍ଚିତ ଭାବରେ ଉତ୍ପାଦନ ପାଇଁ ଏକ ଶସ୍ତା ସ୍ଥାନ ହେବୁ।”

america economy iphone japan niti ayog pm modi Tariff
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Latest News

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.