Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଟ୍ରେନିଂ ସମୟରେ ୨ ନୌସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ନିଖୋଜ

ନୂଆଦିଲ୍ଲୀ: ଜାପାନରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ଉଭୟ ହେଲିକପ୍ଟରରେ ୮ ଜଣ ଲୋକ ଥିଲେ, ଅବଶିଷ୍ଟ ୭ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ତାଙ୍କ ପାଇଁ ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଛି, ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳିନାହିଁ।

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ମିନୋରୁ କିହାରା ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଜଣେ କ୍ରୁ ସଦସ୍ୟଙ୍କ ମୃତଦେହ ମିଳିଛି, ଅବଶିଷ୍ଟ ୭ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ MSDF ୮ ଟି ଯୁଦ୍ଧ ଜାହାଜ ଏବଂ ୫ ଟି ବିମାନ ନିୟୋଜିତ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ୬.୩ ତୀବ୍ରତା

ନୂଆଦିଲ୍ଲୀ: ଆଜି ଜାପାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେ ମାପ କରାଯାଇଛି। ଜାପାନର ହୋଂଶୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଏହା ଅନୁଭୂତ ହୋଇଥିଲା। ଜାପାନରେ ଏହି ଭୂକମ୍ପ ଏପରି ଏକ ସମୟରେ ଆସିଛି ଯେତେବେଳେ ବୁଧବାର ଦିନ ପଡୋଶୀ ଦେଶ ତାଇୱାନରେ ୭.୫ ତୀବ୍ରତାର ଏକ ବଡ଼ ଭୂକମ୍ପ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଖବର ଅଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ-ଜାପାନ ମଧ୍ୟରେ ସବୁଜ ଆମୋନିଆ ଯୋଗାଣ ରାଜିନାମା

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଅକ୍ଷୟ ଶକ୍ତି କମ୍ପାନୀ, ଏସିଏମଇ ଗ୍ରୁପ ଓ ଜାପାନୀ ସମନ୍ୱିତ ଭାରୀ ଶିଳ୍ପ ଗ୍ରୁପ(ଆଇଏଚଆଇ) ଓଡିଶାରୁ ସବୁଜ ଆମୋନିଆ ଜାପାନ ପଠାଇବା ନିମନ୍ତେ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମା ଏସିଏମଇର ପ୍ରତିଷ୍ଠାତା ଅଧ୍ୟକ୍ଷ ମନୋଜ ଉପାଧ୍ୟାୟ ଓ ଆଇଏଚଆଇର ସଭାପତି ମୁଖ୍ୟ କାର୍ଯ୍ୟନିବାହୀ ହୀରୋଶି ଇରେଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର.କେ. ସିଂ, ବିଭାଗୀୟ ସଚିବ ଭୂପିନ୍ଦର ସିଂ ଭଲ୍ଲା ଓ ଭାରତ ସ୍ଥିତ ଜାପାନ ରାଷ୍ଟ୍ରପତି ହିରୋଶୀ ସୁଜୁକୀଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି।

ଏହି ବ୍ୟବସାୟିକ ରାଜିନାମା ଅନୁସାରେ ଏସିଏମଇ ପକ୍ଷରୁ ଆଇଏଚଆଇ ବାର୍ଷିକ ୦.୪ ନିୟୁତ ସବୁଜ ଆମୋନିଆ ଓଡିଶାର ଗୋପାଳପୁର ସ୍ଥିତ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପରୁ ଦୀର୍ଘ ମିଆଦି ଭିତ୍ତିରେ ପଠାଯିବ । ଉଭୟ କମ୍ପାନୀ ସାମଗ୍ରୀର ଉତ୍ପାଦନ ଓ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଜାପାନୀ ଗ୍ରାହକଙ୍କୁ ଏହି ସବୁଜ ଆମୋନିଆ ଯୋଗାଇବା ତଥା ଜାପାନରେ ଏହା ବିଭିନ୍ନ ଶିଳ୍ପଗତ ବ୍ୟବହାର ଓ ସାମଗ୍ରୀକ ଉଚ୍ଛ୍ୱରଣ ନେଇ ଭାଗିଦାର ରହିବେ ।

ରାଜିନାମା ସମ୍ପର୍କରେ କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂହ କହିଛନ୍ତି ଯେ ସବୁଜ ଉଦ୍‌ଯାନ ଓ ଆମୋନିଆ ନେଇ ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଓ ସର୍ବବୃହତ ରାଜିନାମା । “ଜାପାନ ଭାରତର ଅନ୍ତରଙ୍ଗ ବନ୍ଧୁ ଓ ଅଂଶୀଦାର ରହି ଆସିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ରାଜିନାମା ଆମର ସହଭାଗିତାକୁ ଆହୁରି ସୁଦୃଢ କରିବ । ଭାରତର ସବୁଜ ଉଦ୍‌ଯାନ ଓ ଆମେନିଆ ଉତ୍ପାଦନ ବିଶ୍ୱ ବଜାରରେ ସବୁଠାରୁ ସୁଲଭ ରହିଛି । ଆମେ ବିଶ୍ୱରେ ଏ କ୍ଷେତ୍ରରେ ଏକ ବୃହତ ଉତ୍ପାଦନକାରୀ ହେବାକୁ ଯାଉଛି ।”

ମନ୍ତ୍ରୀ ଶ୍ରୀ ସିଂହ  ଏହି ରାଜିନାମାର ରଣନୈତିକ ଗୁରୁତ୍ୱ ଉପରେ ମଧ୍ୟ କହିଛନ୍ତି  “ଆମର ଜାପାନ ସହ ଭାଗିଦାରୀ ରଣନୀତିକ  ଏହା ଆହୁରି ମଜବୁତ ହେବ । ଜାପାନ ଓ ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ରଗୁଡିକ ପ୍ରଚୁର ସବୁଜ ଉଦଯାନ ଓ ସବୁଜ ଆମୋନିଆ ଆବଶ୍ୟକ କରନ୍ତି ଓ ଭାରତ ଏହାକୁ ସୁଲଭ ମୂଲ୍ୟରେ ଯୋଗାଇ ପାରିବ ।

ଶ୍ରୀ ସିଂହ କହିଛନ୍ତି ଯେ ଏହି ରାଜିନାମା ନୂତନ ବିଶ୍ୱରେ ଏକ ପଥ ପ୍ରଦର୍ଶନକାରୀ ମୁହୁର୍ତ୍ତ ହେବ । “ ଏହା ହେଉଛି ଏକ ନୂତନ ବିଶ୍ୱ ଯାହା ଜୀବାଶ୍ମ ଓ କୋଇଲା ପରିବର୍ତ୍ତେ ସବୁଜ ଉଦ୍‌ଯାନ ଓ ଆମୋନିଆ ଭଳି ଅକ୍ଷୟ ଶକ୍ତିକୁ ଇନ୍ଧନ ପାଇଁ ବ୍ୟବହାର କରିବ । ମୁଁ ଉଭୟ ଏସିଏମଇ ଓ  ଆଇଏଚଆଇ କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି । ଆଗକୁ ଭାରତ ଓ ଜାପାନ ମଧ୍ୟରେ ଏହି ଭାଗିଦାରୀ ଅଧିକ ବ୍ୟାପକ ଓ ମଜବୁତ ହେଉ”

ଏହି ରଣନୀତିକ ଭାଗିଦାରିତାକୁ ନେଇ ଭାରତ ସ୍ଥିତ ଜାପାନ ରାଷ୍ଟ୍ରଦୂତ ଶ୍ରୀ ହିରୋଶୀ ସୁଜୁକୀ କହିଛନ୍ତି ଯେ ଏହି ବ୍ୟାବସାୟିକ ରାଜିନାମା ଏକ ପ୍ରମୁଖ ମାଇଲଖୁଣ୍ଟ ।” ଏସିଏମଇ ଓ ଏଆଇଚଆଇ ମଧ୍ୟରେ ଏହି ଭାଗିଦାରିତା ବୈଶ୍ୱିକ ପ୍ରତିଯୋଗୀତାମୂଳକ ସାମର୍ଥ୍ୟ ଦୃଷ୍ଟିରୁ ଉଲ୍ଲେଖନୀୟ ସଫଳତା ଆଣିଦେବ । ଶକ୍ତି କ୍ଷେତ୍ରରେ ଭାରତ-ଜାପାନ ମଧ୍ୟରେ ଏହି ସହଯୋଗ ଜାପାନ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବା ମୁଁ ଆଶା କରୁଛି”ବୋଲି ସେ କହିଛନ୍ତି । ରାଷ୍ଟ୍ରଦୂତ କହିଥିଲେ ଯେ ଭାରତ-ଜାପାନ ସ୍ୱଚ୍ଛ ଇନ୍ଧନ ଭାଗିଦାରିତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିଶିଦାଙ୍କ ମଧ୍ୟରେ ଆଲୋଚନା ଯୋଗୁଁ ହୋଇଥିଲା ।

ସବୁଜ ଉଦ୍‌ଯାନ ଓ ସବୁଜ ଆମୋନିଆ ରାଜିନାମାର ମିଳିତ ଘୋଷଣାପତ୍ର ଶୀଘ୍ର ଘୋଷଣା କରିବାକୁ ଜାପାନ ରାଷ୍ଟ୍ରଦୂତ କେନ୍ଦ୍ର ଶକ୍ତି ଓ ଏନଆରଇ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହି ଅବରସରେ ଏସିଏମଇର ନିର୍ଦ୍ଦେଶକ ତଥା ସଭାପତି ଶ୍ରୀ ଅଶ୍ୱିନୀ ଡ୍ୟୁଡେଜା କହିଥିଲେ ଯେ “ଭାରତ ଅକ୍ଷୟ ଶକ୍ତି ସମ୍ପଦ ବିକାଶ କରି ସୁଲଭ ଦରରେ ସବୁଜ ଇନ୍ଧନ ଉଭୟ ରପ୍ତାନୀ ଓ ଘରୋଇ ଚାହିଦୀ ପୂରଣ ନିମନ୍ତେ ଉତ୍ପାଦନ କରିବ, ଯାହା ବିନା ବିଶ୍ୱକୁ ଅଙ୍ଗାରକାମ୍ଳ ଉଚ୍ଛ୍ୱରଣ ମୁକ୍ତ କରିବା ଅସମ୍ଭବ । ଗୋପାଳପୁରରେ ସବୁଜ ଆମୋନିଆ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ସେ ଭାରତ ଓ ଓଡିଶା ସରକାରଙ୍କ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଆଇଏଚଆଇ ନିଗମ ନିର୍ଦ୍ଦେଶକ ତଥା ପରିଚାଳନା କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଜୁନ କୋବାୟାସୀ କହିଥିଲେ ଯେ ଏସିଏମଇ ସହ ଆମର ହୋଇଥିବା ପୁରୁଣା ବୁଝାମଣାପତ୍ର ବଳରେ ଏହି ରାଜିନାମା ହୋଇଛି ଓ ନୂତନ ପିଢି ଇନ୍ଧନ ନିମନ୍ତେ ଦୁଇ କମ୍ପାନୀ ମଧ୍ୟରେ ମଜବୁତ ସହଯୋଗ ରହିଛି ।”

ଉଭୟ କମ୍ପାନୀର ବରିଷ୍ଠ ପରିଚାଳନା ଗୋଷ୍ଠୀ ପୂର୍ବରୁ ଭୁବନେଶ୍ୱର  ପରିଦର୍ଶନ ଆସି ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କ ଅନ୍ୟାନ୍ୟ ଅଧିକାରମାନଙ୍କ ସହ ଏଥିନେଇ ଆଲୋଚନା କରିଥିଲେ । ଓଡିଶାର ଗୋପାଳପୁର ସ୍ଥିତ ଏହି ସବୁଜ ଉଦ୍‌ଯାନ ଓ ଆମୋନିଆ ପ୍ରକଳ୍ପ ଏସିଏମଇ ବିକଶିତ କରିଥିବାବେଳେ ପର୍ଯ୍ୟାୟକ୍ରମେ  ବାର୍ଷିକ ୧.୨ନିୟୁତ ଟନ୍ ସବୁଜ ଆମୋନିଆ ଓ ଉଦ୍‌ଯାନ ଉତ୍ପାଦନ କରିବ । ପ୍ରଥମ ଉତ୍ପାଦନ ୨୦୨୭ ସୁଦ୍ଧା ହେବାର ଆଶା କରାଯାଉଛି । ଏହି ପ୍ରକଳ୍ପ ବିଶ୍ୱରେ ଜିଏଚଜି ଉଚ୍ଛ୍ୱରଣ ହ୍ରାସରେ ସହାୟକ ହେବ।

 ସଂକ୍ଷେପରେ ଏସିଏମଇ: ଏସିଏମଇ ଗ୍ରୁପ ହେଉଛି ଦେଶର ବୃହତ୍ତମ ସ୍ୱାଧୀନ ଅକ୍ଷୟ ଶକ୍ତି ଉତ୍ପାଦନକାରୀ । ଏହାର ୫ଜିଡବ୍ଲୁ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବିଭିନ୍ନ ସ୍ତରରେ ତ୍ୱରାନ୍ୱିତ ହେବା ପାଇଁ ରହିଛି । ୨୦୨୧ରେ ଏସିଏମସଇ ରାଜସ୍ଥାନର ବିକାନେରରେ ବିଶ୍ୱର ପ୍ରଥମ ସବୁଜ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିଥିଲା । ଏସିଏମଇ ଭାରତରେ ଏକାଧିକ ସବୁଜ ଉଦ୍‌ଯାନ ଓ ଆମୋନିଆ ପ୍ରକଳ୍ପ ବିକଶିତ କରୁଛି । ଭାରତକୁ ସବୁ ଇନ୍ଧନର ଏକ ପେଣ୍ଠ କରିବା ଦିଗରେ ଉଦ୍ୟମ  ଅବ୍ୟାହତ ରଖିଛି । ଏସଇ ଏମଇର ଜାପାନ, ମଧ୍ୟପ୍ରାଚ୍ୟ, ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସବୁଜ ଇନ୍ଧନ ଯୋଗାଇବାରେ ବ୍ୟାପକ ବଜାର ରହିଛି ।

ଏଆଇଏଜ ସମ୍ପର୍କରେ -ଏହି ଜାପାନୀ ସମନ୍ୱିତ ଭାରୀଶିଳ୍ପ କମ୍ପାନୀ ୧୮୫୩ ମସିହାରେ ସ୍ଥାପିତ ହୋଇ ଜାହାଜ ନିର୍ମାଣ ପ୍ରଯୁକ୍ତି ବିକାଶକୁ ସମ୍ପ୍ରସାରିତ କରି ଆସୁଛି । ଆଇଏଚ ସମ୍ବଳ, ଶକ୍ତି ଓ ଜଳବାୟୁ, ସାମାଜିକ ଭିତ୍ତିଭୂମି, ଶିଳ୍ପ ପଦ୍ଧତି,ଏରୋ ଇଞ୍ଜିନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ବାହାର କରିଛି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଟୋକିଓରେ ବିଜିନେସ ମିଟ୍ କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Naveen In Japan: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କାଳରେ ଟୋକିଓଠାରେ ଆୟୋଜିତ ବିଜିନେସ ସମ୍ମିଳନୀକୁ ଉଦବୋଧନ ଦେଲେ। ଏଥିରେ ଯୋଗଦେଇଥିବା ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶା ଉପରେ ଅବତାରଣା କରିଥିଲେ। ଏଥିରେ ସେ ଓଡିଶା ବ୍ୟବସାୟ ପାଇଁ କିପରି ଉପଯୁକ୍ତ ତାହା ସମସ୍ତଙ୍କୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି। ମୁଖ୍ୟତଃ ରାଜ୍ୟକୁ ବିପୁଳ ପୁଂଜି ଆଣିବା ଲକ୍ଷ୍ୟ ନେଇ ଏକ ବଡ ପ୍ରତିନିଧୀ ଦଳ ସହିତ ସେ ଜାପାନ ଗସ୍ତ କରିଛନ୍ତି। ଗତକାଲି ସେ ନିପ୍ପନ ଷ୍ଟିଲ କଂପାନୀର ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଓଡିଶାରେ କଂପାନୀ ଏକ ସର୍ବବୃହତ ଷ୍ଟିଲ ପ୍ରକଳ୍ପ ସ୍ଥାପନ ପାଇଁ ଘୋଷଣା କରିଥିଲେ।

ପୂର୍ବରୁ ନିପ୍ପନ ଓଡିଶାରେ ଆର୍ସଲର ମିତ୍ତଲ ସହିତ ମିଶି ଇସ୍ପାତ ପ୍ରକଳ୍ପ କରିବା ପାଇଁ ବୁଝାମଣା କରିଛି। ଏ ନେଇ କେନ୍ଦ୍ରାପଡାରେ ଏହି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ନିଷ୍ପତି ହୋଇସାରିଛି। ସେଥିପାଇଁ କଂପାନୀ ଏବଂ ଶିଳ୍ପ ବିଭାଗ ତରଫରୁ ବହୁ ଅଧିକାରୀ ପ୍ରକଳ୍ପର ପ୍ରସ୍ତାବିତ ଜାଗା ବୁଲି ଦେଖିସାରିଛନ୍ତି।

ପୂର୍ବର ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ରଖା ଯାଇଥିଲା ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା। ଏଥିସହିତ ଏହି ପ୍ରକଳ୍ପ ବାର୍ଷିକ ୨୪ ମେଟ୍ରିକ ଟନ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଉତ୍ପାଦନ କରିବ ବୋଲି ନିଷ୍ପତି ହୋଇଥିଲା। ଏହି ମେଗା ପ୍ରକଳ୍ପ ସ୍ଥାପନ ଦ୍ବାରା ୧୬ ହଜାର ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବର୍ତ୍ତମାନ ନୂଆ ନିଷ୍ପତି ଅନୁସାରେ ଏହାର କ୍ଷମତା ବାର୍ଷିକ ୩୦ ମେଟ୍ରିକ ଟନ ଏବଂ ସ୍ବତନ୍ତ୍ର ଇସ୍ପାତ ଉତ୍ପାଦନ ପାଇଁ ଘୋଷଣା ହୋଇଛି। ଫଳରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବହୁଗୁଣ ବୃଦ୍ଧି ପାଇବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ଘଟିବ। ପୂର୍ବର ନିଷ୍ପତି ଅନୁସାରେ ଏହି ପ୍ରକଳ୍ପ ଦେଶର ବୃହତ ଶିଳ୍ପ ଥିଲା। ତେବେ ଜାପାନାରେ କଂପାନୀ ନୂଆ ନିଷ୍ପତି ଅନୁସାରେ ଏହା ବର୍ତ୍ତମାନ ବିଶ୍ବର ସର୍ବବୃହତ୍ ଶିଳ୍ପ ହେବ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରେ ଥିବା ଓଡିଆମାନଙ୍କୁ ସାକ୍ଷାତ କରିବା ସହିତ ରାତ୍ରଭୋଜନ ମଧ୍ୟ କରିବେ। ପୂର୍ବରୁ ସେଠାରେ ଥିବା ଓଡିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଜାପାନରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରାଗଲା ସ୍ବାଗତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରତିନିଧି ଦଳ ଜାପାନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାରତ ରାଷ୍ଟ୍ରଦୂତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜାପାନରେ ଅବସ୍ଥାପିତ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଅନ୍ୟ ଅଧିକାରୀଗଣ ତାଙ୍କୁ ପାଛୋଟି ନେଇଥିଲେ।

ଗତକାଲି ସେ ଭୁବନେଶ୍ବରରୁ ସିଙ୍ଗାପୁର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ରାତିରେ ଜାପାନ ଅଭିମୁଖେ ଯାତ୍ରା କରିଥିଲେ। ଆଜି ସେଠାରେ ନବୀନ ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ। ଏଥିସହିତ ସେ କେତେକ ନିବେଶକଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ମଧ୍ୟ ହେବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍‌ ପ୍ରତ୍ୟାହର କଲା ଜାପାନ

ଟୋକିଓ : ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ ପ୍ରତ୍ୟାହର କରିନେଇଛି ଜାପାନ । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଦିନ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଦେଶର ଅନେକ ସ୍ଥାନରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଥିବା ବେଳେ ଟୋକିଓ ସମେତ ଅନ୍ୟ ଚାରି ସହରରେ ଏହି କଟକଣା ବଳବତ୍ତର ରହିଥିଲଶ । ମାତ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଏବଂ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଲକ୍‌ଡାଉନ୍‌ କଟକଣା ଉଠଇଛନ୍ତି ଆବେ ।

ସୋମବାର ଦିନ ଟୋକିଓ, କାନାଗାଓ୍ବା, ଚିବା, ସାଇଟାମା ଏବଂ ହୋକାଇଡୋରୁ ଏହି କଟକଣା ଉଠାଇ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ମାସର ପ୍ରାରମ୍ଭରେ ଜାପାନର୍‌ ଅର୍ଦ୍ଧାଧିକ ସହରରେ ଏହି କଟକଣାକୁ କୋହଳ କରାଯାଇଥିଲା । ଜାପାନରେ କରୋନା ଦ୍ବାରା 16600 ଲୋକ ଆକ୍ରାନ୍ତ ହୋଇଥିବା ବେଳେ 850 ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜୀବନ ଶୈଳୀ

ଜାଣନ୍ତୁ ପ୍ରଥମ ଦେଶ ଭାବରେ କେଉଁ ରାଷ୍ଟ୍ର ଲଞ୍ଚ କରିବ 6ଜି

ଟୋକିଓ : ବିଶ୍ବର ପ୍ରଥମ ରାଷ୍ଟ୍ର ଭାବରେ 6 ଜି ଲଞ୍ଚ କରିବାକୁ ଯାଉଛି ଏହି ରାଷ୍ଟ୍ର । ସମଗ୍ର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ବର୍ତ୍ତମାନ 5ଜି ଲଞ୍ଚ ହୋଇ ନଥିବା ବେଳେ ପ୍ରଥମ ଦେଶ ଭାବରେ 6ଜି ଲଞ୍ଚ କରିବାକୁ ଯାଉଛି ଜାପାନ । ଆସନ୍ତା 2030 ମସିହାରେ ଜାପାନ 6ଜି ଲଞ୍ଚ କରିବାକୁ ଯାଉଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ମତ ଦିଆଯାଇଛି । 5ଜିର ସ୍ପିଡ୍‌ ଅପେକ୍ଷା ଏହାର ସ୍ପିଡ୍‌ 10 ଗୁଣା ଅଧିକ ରହିବ ବୋଲି ଜାପାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଟାକାଓ ସାନାଏ ମତ ଦେଇଛନ୍ତି । 6ଜି ଇଣ୍ଟରନେଟ୍‌ ସେବା ପାଇଁ ବୈଷୟିକ କୌଶଳ ନିମନ୍ତେ ଜାପାନ ସରକାର ଏନ୍‌ଟିଟି ଏବଂ ତୋଷିବା ସହିତ ଚୁକ୍ତି କରିଛନ୍ତି । 6ଜି ଇଣ୍ଟରନଟ ସେବା ପାଇଁ ଜାପାନ ସରକାର 7 ବିଲିୟନ୍‌ ଡଲାରର ବଜେଟ୍‌ ସ୍ଥିର କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଖେଳ

19 ବର୍ଷରୁ କମ୍‌ ବିଶ୍ବକପ୍‌ : ଜାପାନକୁ 41 ରନ୍‌ରେ ଅଲ୍‌ଆଉଟ କଲା ଭାରତ

ବ୍ଲୋଏମ୍‌ଫାଣ୍ଟନ୍‌ : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଜାପାନ୍‌କୁ ,ମାତ୍ର 41 ରନ୍‌ରେ ଅଲ୍‌ଆଉଟ୍‌ କରିଛି । ଭାରତ ପକ୍ଷରୁ ଲେଗ୍‌ ସ୍ପିନର ରବି ବିଷ୍ଣୋଇ 5 ରନ୍‌ ବିନିମୟରେ 4 ଓ୍ବିକେଟ ଅକ୍ତିଆର କରିଥିବା ବେଳେ କାର୍ତ୍ତିକ ତ୍ୟାଗୀ 10 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂ 2ଟି ଏବଂ ବିଦ୍ୟାଧର ପାଟିଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତୀୟ ଅଧିନାୟକ ପ୍ରିୟମ ଗର୍ଗ ଟସ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ଜାପାନର 5 ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ପାରିନଥିଲେ । ଜାପାନ ପକ୍ଷରୁ ସୁ ନୋଗୁଚି ଏବଂ କେଣ୍ଟୋ ଓଟା ସର୍ବାଧିକ 7 ରନ୍‌ ଲେଖାଏଁ ସଂଗ୍ରହ କରିଥିବା ବେଳେ ଅତିରିକ୍ତ 19 ରନ୍‌ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ ଜାପାନ ଦଳ ସର୍ବନିମ୍ନ ସ୍କୋର ତାଲିକାର ତୃତୀୟ ସ୍ଥାନରେ ରହିଛି । ସ୍କଟଲ୍ୟାଣ୍ଡର 22 ରନ୍‌ ଅଲ୍‌ଆଉଟ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ।

Categories
ଆଜିର ଖବର

ଜାପାନ୍‌ରେ ୬.୪ ତୀବ୍ରତାର ଭୂକମ୍ପ ଏବଂ ସୁନାମି

ଜାପାନ୍‌ରେ ୬.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଫଳରେ ଜାପାନରେ ଏକ ସୁନାମି ଅନୁଭୂତ ହୋଇଛି। ବୁଧବାର ସୁନାମି ସତର୍କ ସୂଚନା ଉଠାଯିବା ପରେ ଏଥିରେ କେହି ମୃତାହତ ହୋଇ ନଥିବା ଖବର ସ୍ପଷ୍ଟ ହୋଇଛି। ଅଳ୍ପ କିଛି ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତ୍ରରେ ଘଟିଥିବା ଏହି ଭୂମିକମ୍ପରେ ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ଦୀର୍ଘ ଅଢେଇ ଘଣ୍ଟା ପରେ ବୁଧବାର ସକାଳୁ ସୁନାମି ସତର୍କ ସୂଚନା ଉଠାଯାଇଥିଲା। ଜାପାନର ରାଜଧାନୀ ଟୋକିଓର ଉତ୍ତର ଭାଗରୁ ୩୦୦ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ର ରହିଥିଲା। ଏହି ଘଟଣାରେ ସମୁଦାୟ ୧୬ ଜଣ ଆହତ ହୋଇଥିବା ନେଇ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଛୁରୀ ଆଘାତରେ ମହିଳାଙ୍କ ସମେତ ଶିଶୁ ମୃତ ଓ ୧୭ ଆହତ

ମଙ୍ଗଳବାର ଦିନ ଜାପାନରେ ଜଣେ ଦୁର୍ବୃତ୍ତଙ୍କ  ଛୁରୀ ଆଘାତ ଜଣେ ଶିଶୁ ସମେତ ଅନ୍ୟ ଜଣେ ମହିଳାଙ୍କର ପ୍ରାଣହାନୀ ଘଟିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁବୃର୍ତ୍ତଜଣକ ସର୍ବସାଧାରଣସ୍ଥଳରେ ଅମାନୁଷିକ ଭାବେ ଛୁରୀ ଭୁସି ଚାଲିଥିଲା।  ଆଜି ସକାଳ ୭ଟା ୪୪ରେ ଜାପାନର କାୱାସାକିରେ ଏପରି ଅମାନବୀୟ ଘଟଣା ଆଜି ଘଟିଛି। ମୃତକଙ୍କ ମଧ୍ୟର ଶିଶୁଙ୍କ ସମେତ ମହିଳା ରହିଛନ୍ତି। ମୃତକଙ୍କ ସଂଖ୍ୟା ବଢିବା ନେଇ ସୂଚନା ମଧ୍ୟ ରହିଛି। ଏହି ଘଟଣାରେ ପ୍ରାୟ ୧୭ଜଣ ଆହତ ହୋଇଛନ୍ତି। ସନ୍ଦେହରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚାରାଉଚରା କରୁଛି।

Categories
ଆଜିର ଖବର

ଏଫ୍‌ ୩୫-ଏ ବିମାନ ପ୍ରଶାନ୍ତ ମହାସାଗରରେ ଧ୍ବଂସ : ପାଇଲଟ୍‌ ନିଖୋଜ

ଜାପାନ୍‌ର ଏକ ଏଫ୍‌ ୩୫-ଏ ଲଢୁଆ ଯୁଦ୍ଧ ବିମାନ ଅଭ୍ୟାସ ସମୟରେ ପ୍ରଶାନ୍ତ ମହାସାଗରରେ ନିଖୋଜ ହୋଇଛି। ବିମାନଟିର ଧ୍ବଂସାବଶେଷ ପ୍ରଶାନ୍ତ ମହାସାଗରରୁ ମିଳିଥିବା ବେଳେ ପାଇଲଟ୍‌ଙ୍କର କୌଣସି ସୂଚନା ମିଳିପାରିନାହିଁ। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଟାକେଶୀ ଇଓ୍ବାୟା ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଜାପାନ୍‌ର ମିସ୍‌ଓ୍ବା ଏୟାର ବେସ୍‌ରୁ ୧୩୫ କିମି ଦୂର ଆଓମୋରି ନିକଟରୁ ମଙ୍ଗମଳବାର ରାତ୍ରରେ ବିମାନର ଧ୍ବଂସାବଶେଷ ମିଳିଥିବା ବେଳେ ପାଇଲଟ୍‌ଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏହି ଯୁଦ୍ଧ ଅଭ୍ୟାସରେ ଅନ୍ୟ ତିନୋଟି ବିମାନ ଅଂଶଗ୍ରହଣ କରିଥିଲେ। ବିମାନଟି ଧ୍ବଂସ ହେବା ପରେ ତୁରନ୍ତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ୧୩ଟି ଏଫ୍‌ ୩୫- ଏ ବିମାନ ଜାପାନ ବିମାନ ବାହିନୀରେ ଯୋଗ ଦେଇଥିଲା। ଜାପାନ ଭବିଷ୍ୟତରେ ୧୪୭ଟି ଏଫ୍‌ ୩୫ ବିମାନ ନିର୍ମାଣ କରିବାର ଯୋଜନା ରଖିଥିବା ବେଳେ ତନ୍ମଧ୍ୟରୁ ୧୦୫ଟି ଏଫ୍‌ ୩୫- ଏ ରହିଛି।