ନୂଆଦିଲ୍ଲୀ: ଜାପାନ କ୍ରିକେଟ୍ ଦଳ ଭାରତକୁ ଚକିତ କରିଦେଇଛି। ଏହି ବର୍ଷା ପ୍ରଭାବିତ ମ୍ୟାଚରେ ଆୟୋଜକ ଦଳ ଶେଷ ବଲ୍ ପର୍ଯ୍ୟନ୍ତ ଜିତିବାର ସୁଯୋଗ ପାଇଥିଲା। ଅକ୍ସର ପଟେଲ ଶେଷ ଓଭର ବୋଲିଂ କରି ୮ ରନ ରକ୍ଷା କରିଥିଲେ। ଭାରତ ଏହି ରୋମାଞ୍ଚକର ମୁକାବିଲାକୁ ୨ ରନରେ ଜିତିଲା। ଶ୍ରେୟସ ଆୟର ୧୨ ବଲରୁ ୧୬ ରନ କରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ବର୍ଷା ଏବଂ ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଆଶା କମ୍ ଥିଲା ଯେ, ମ୍ୟାଚ୍ ଖେଳାଯିବ, କିନ୍ତୁ ମ୍ୟାଚ୍ ପ୍ରତ୍ୟେକ ୫ ଓଭର ପାଇଁ ନିର୍ଦ୍ଧାରିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୩୨ ରନ କରିଥିଲା। ଅଭିଷେକ ଶର୍ମା ଗୋଲ୍ଡେନ ଡକ୍ ରେ ଆଉଟ୍ ହୋଇ ଏକ ଲଜ୍ଜାଜନକ ରେକର୍ଡ ସ୍ଥାପନ କରିଥିଲେ। ସଞ୍ଜୁ ସାମସନ୍ ୭ ବଲରୁ ୯, ଇଶାନ କିଶାନ ୬ ବଲରୁ ୩ ଏବଂ ତିଲକ ବର୍ମା ୧ ରନ କରିଥିଲେ।
ଅଳ୍ପକେ ପରାଜୟରୁ ବଞ୍ଚିଗଲା ଟିମ୍ ଇଣ୍ଡିଆ
ଜାପାନ୍ ପ୍ରଥମେ ଭାରତକୁ ପାଞ୍ଚ ଓଭରରେ ୩୨ ରନରେ ସୀମିତ ରଖିଲା, ତା’ପରେ ଲକ୍ଷ୍ୟ ପିଛା କରିବା ସମୟରେ ବିଜୟର ବହୁତ ନିକଟତର ହୋଇଥିଲା। ଜାପାନ ଅଧିନାୟକ କେଣ୍ଡେଲ୍ କାଡୋୱାକି-ଫ୍ଲେମିଂ ୧୨ ବଲ୍ ରୁ ୧୨ ରନ୍ କରିଥିଲେ।
ଜାପାନ ତିନି ଓଭରରେ ୧୮ ରନ୍ କରିଥିଲା, ଜିତିବା ପାଇଁ ୧୨ ବଲ୍ ରୁ ୧୫ ରନ୍ ଆବଶ୍ୟକ ଥିଲା। ୱାଶିଂଟନ୍ ସୁନ୍ଦର ଚତୁର୍ଥ ଓଭର ବୋଲିଂ କରିଥିଲେ, ୭ ରନ୍ ଦେଇଥିଲେ ଏବଂ ଅଧିନାୟକ ରୂପରେ ଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଜାପାନକୁ ବିଜୟ ପାଇଁ ଶେଷ ଓଭରରୁ ୮ ରନ୍ ଆବଶ୍ୟକ ଥିଲା।


