Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଂଲଣ୍ଡ ବିରୋଧରେ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ
ଆଜିର ଖବର

ଇଂଲଣ୍ଡ ବିରୋଧରେ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

May 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବାକୁ ଯାଉଛି। ଟିମ୍ ଇଣ୍ଡିଆକୁ ଇଂଲଣ୍ଡରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଏହି ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁନ୍ ୨୦ ତାରିଖରୁ ଖେଳାଯିବ। ଜାଣନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ କିପରି ହୋଇପାରେ।

ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ ୧୮ ଜଣିଆ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସାଇ ସୁଦର୍ଶନ ଏବଂ ଯଶସ୍ୱୀ ଜୟସ୍ଵାଲ ଇନିଂସ ଓପନ କରିପାରନ୍ତି। ଏହା ପରେ ଅଧିନାୟକ ଶୁଭମନ ଗିଲ୍ ତୃତୀୟ ନମ୍ବରରେ ଖେଳିପାରନ୍ତି।

ବିରାଟ କୋହଲିଙ୍କ ସ୍ଥାନରେ କେଏଲ ରାହୁଲ ଏବେ ଚତୁର୍ଥ ନମ୍ବରରେ ଖେଳିବେ ବୋଲି ଆଶା କରାଯାଉଛି। ଏହା ପରେ ୱିକେଟକିପର ବ୍ୟାଟସମ୍ୟାନ୍ ରିଷଭ ପନ୍ତଙ୍କୁ ପଞ୍ଚମ ନମ୍ବରରେ ଆକ୍ସନରେ ଦେଖିବାକୁ ମିଳିବ। ଯଦିଓ ସେ ଆଇପିଏଲ-୨୦୨୫ ରେ ଅଧିକ ରନ କରିପାରି ନଥିଲେ, ପନ୍ତଙ୍କଠାରୁ ଇଂଲଣ୍ଡରେ ଚମତ୍କାର ପ୍ରଦର୍ଶନ କରିବାର ଆଶା କରାଯିବ। ସେ ଦଳର ଉପ-ଅଧିନାୟକ ମଧ୍ୟ।

ନୀତିଶ କୁମାର ରେଡ୍ଡୀଙ୍କୁ ଷଷ୍ଠ ନମ୍ବରରେ ଖେଳୁଥିବାର ଦେଖିବାକୁ ମିଳିବ। ନୀତିଶ ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏପରି ପରିସ୍ଥିତିରେ, ତାଙ୍କୁ ପୁଣି ଥରେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବାକୁ ବିଚାର କରାଯାଇପାରେ। ସ୍ପିନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାତ ନମ୍ବରରେ ଖେଳିପାରନ୍ତି। ଶାର୍ଦ୍ଦୁଳ ଠାକୁରଙ୍କୁ ଅଷ୍ଟମ ନମ୍ବରରେ ଖେଳୁଥିବାର ଦେଖିବାକୁ ମିଳିବ। ତେବେ ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା ଏବଂ ପ୍ରସିଦ୍ଧ କୃଷ୍ଣ ଦ୍ରୁତ ବୋଲିଂ ପରିଚାଳନା କରିପାରନ୍ତି। ଅର୍ଶଦୀପ ସିଂହ ମଧ୍ୟ ଦଳରେ ଅଛନ୍ତି। କିନ୍ତୁ ପ୍ରଥମ ଟେଷ୍ଟରେ ଅର୍ଶଦୀପଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଖେଳାଳି: ଶୁଭମାନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ସାଇ ସୁଦର୍ଶନ, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜସପ୍ରୀତ ବୁମରା।

Cricket News India Playing 11 India Vs England Shubman Gill
Share. Facebook Twitter LinkedIn Email WhatsApp Copy Link

Related Posts

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

September 9, 2025

ଭୁବନେଶ୍ୱରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ

September 9, 2025
Latest News

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

September 9, 2025

ଭୁବନେଶ୍ୱରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.