Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ପ୍ରାପ୍ତି ଲାଗି ପ୍ରୟାସ: କୁଏତରେ ସର୍ବଦଳୀୟ ପ୍ରତିନିଧି ଦଳ
ଆଜିର ଖବର

ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ପ୍ରାପ୍ତି ଲାଗି ପ୍ରୟାସ: କୁଏତରେ ସର୍ବଦଳୀୟ ପ୍ରତିନିଧି ଦଳ

May 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆତଙ୍କବାଦର ପ୍ରାୟୋଜକ ପାଲଟିଥିବା ପାକିସ୍ତାନର ମୁଖା ଖୋଲିବା ସହିତ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ସମ୍ପ୍ରତି ବିଭିନ୍ନ ରାଷ୍ଟ୍ର ଗସ୍ତ କରୁଛନ୍ତି। ଏହିକ୍ରମରେ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗୋଟିଏ ଆଠ ଜଣିଆ ପ୍ରତିନିଧି ଦଳ କୁଏତ ଗସ୍ତ କରିଛି। ଏହି ପ୍ରତିନିଧି ଦଳ ଆସନ୍ତାକାଲି ଠାରୁ ଦୁଇ ଦିନ କୁଏତରେ ରହି ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରେ ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଅପରେସନ ସିନ୍ଦୂର ସମ୍ପର୍କରେ କୁଏତ’ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ପାକିସ୍ତାନର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଏବଂ ଭାରତର ଜବାବ ବିଷୟରେ ମଧ୍ୟ ଆଲୋଚନା ହେବ। ଦୁଇ ଦିନ ଗସ୍ତ କାଳରେ ଭାରତୀୟ ପ୍ରତିନିଧି ମଣ୍ଡଳୀ କୁଏତ ସରକାରଙ୍କ ବରିଷ୍ଠ ପ୍ରତିନିଧି, ପ୍ରମୁଖ ନାଗରିକ ସମାଜ ସଦସ୍ୟ, ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ବୁଦ୍ଧିଜୀବୀଙ୍କ ଅନୁଷ୍ଠାନ, ଗଣମାଧ୍ୟମ ଏବଂ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବ।

ଏହି ପ୍ରତିନିଧି ଦଳରେ ଲୋକସଭା ସାଂସଦ ନିଶିକାନ୍ତ ଦୂବେ, ରାଜ୍ୟସଭା ସାଂସଦ ଫାଙ୍ଗନନ କନ୍ୟାକ, ରାଜ୍ୟସଭା ସାଂସଦ ରେଖା ଶର୍ମା, ଲୋକସଭା ସାଂସଦ ଅସଦଉଦ୍ଦିନ ଓୱେସି, ରାଜ୍ୟସଭା ସାଂସଦ ସତନାମ ସିଂ ସାନ୍ଧୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ, ପୂର୍ବତନ ବିଦେଶ ସଚିବ ହର୍ଷ ଶ୍ରିଙ୍ଗଲା ପ୍ରମୁଖ ସାମିଲ ଅଛନ୍ତି।

କୁଏତ ସର୍ବଦଳୀୟ ପ୍ରତିନିଧି ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Latest News

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.